ସ୍ଲୋ ପଏଜନ୍ କାରବାର୍‌ର ମାଷ୍ଟରମାଇଣ୍ଡ ହେଉଛି ଆବିଦ୍, ଭୁବନେଶ୍ବରରୁ ଉଠାଇ ନେଲା ପୋଲିସ୍

Published By : Prameya-News7 Bureau | January 09, 2020 IST

ଲାଙ୍ଗୀର୯/୧:  ନ୍ୟୁଜ୍7 ର ପ୍ରଭାବ । ଷ୍ଟିଙ୍ଗ୍ ଅପରେସନ୍ '‘ସିରପ ସ୍ଲୋ ପଏଜନ୍ ପ୍ରସାରଣ ପରେ ଆକ୍ସନ ମୋଡରେ ପୋଲିସ । ଗୁରୁବାର ସୁଦ୍ଧା ୧୩ ଜଣଙ୍କୁ ପୋଲିସ  ଗିରଫ କରି ସାରିଲାଣି। ପଶ୍ଚିମ ଓଡ଼ିଶାରେ କଫ୍ ସିରପ୍ ନେଟଓ୍ବାର୍କ ଚଳାଇଥିବା ବଲାଙ୍ଗୀରର ସାନନେଗିକୁ ପୋଲିସ ଭୁବନେଶ୍ବରରୁ ଉଠାଇ ନେଇଛି । ସେହିପରି ନୂଆପଡା ଜିଲ୍ଲାର କିଙ୍ଗପିନ୍ କୁହାଯାଉଥିବା ଆବିତ୍ ହୁସେନ୍‌ଙ୍କୁ ଗୁଗୁବାର ପୋଲିସ ଗିରଫ କରିଛି ।

{"id":209168,"sizeSlug":"large"}

ପଶ୍ଚିମ ଓଡ଼ିଶାରେ ଧରପଗଡ ଜୋରଦାର ହୋଇଥିଲା । ୪ ଦିନରେ ୧୩ ଜଣଙ୍କୁ ବାନ୍ଧିଲାଣି ପୋଲିସ । ଏମାଙ୍କନ ମଧ୍ୟରେ ରହିଛି ସାନ ନେଗି ଓରଫ ଗୋବିନ୍ଦ । ସାନ ନେଗିକୁ ବଲାଙ୍ଗୀର ପୋଲିସ ଭୁବନେଶ୍ବରରୁ ଉଠାଇ ନେଇଛି । ଇଏ ସେଇ ସାନ ନେଗି, ଯିଏ କୁଆଡେ ପଶ୍ଚିମ ଓଡ଼ିଶାରେ ବେଆଇନ କଫ୍ ସିରପ୍ ନେଟଓ୍ବର୍କକୁ ନିୟନ୍ତ୍ରଣ କରୁଛି । ବଲାଙ୍ଗୀରରୁ ବ୍ୟବସାୟ ଆରମ୍ଭ କରିଥିବା ସାନ ନେଗି ମାତ୍ର ୫ ବର୍ଷ ମଧ୍ୟରେ ଏହି କଳା କାରବାରର ବାଦଶାହା ପାଲଟି ଯାଇଥିଲା । ପୋଲିସ କିନ୍ତୁ ନେଗି ଗିରଫକୁ ନେଇ ମୁହଁ ଖୋଲିନି । ଶୁକ୍ରବାର ସାମ୍ବାଦିକ ସମ୍ମିଳନୀ କରି ଘଟଣା ସଂପର୍କରେ ଖୁଲାସା କରାଯିବ ବୋଲି ବଲାଙ୍ଗୀର ଏସ୍‌ପି ସୂଚନା ଦେଇଛନ୍ତି । ଏବେ ନେଗିକୁ ରିଜର୍ଭ ବରାକ୍‌ ରେ ରଖି ପଚରାଉଚରା ଚଳାଇଛି ପୋଲିସ ।

{"id":209169,"sizeSlug":"large"}

ସେପଟେ ବେଆଇନ କଫ୍ ସିରପ୍ କାରବାର କରୁଥିବା କିଙ୍ଗ୍ ପିନ୍‌କୁ ଜାଲ ବିଛାଇ ବାନ୍ଧିଛି ନୂଆପଡା ପୋଲିସ । ଗିରଫ ଅଭିଯୁକ୍ତ ଆବିତ୍ ହୁସେନ୍ । ନୂଆପଡା ଜିଲ୍ଲାର ସ୍ଲୋ ପଏଜନ୍ କାରବାରର ଆବିଦ୍ ହେଉଛି ମାଷ୍ଟରମାଇଣ୍ଡ । ଜିଲ୍ଲା ସାରା ଏଜେଣ୍ଟଙ୍କ ଜରିଆରେ ଚଳାଇଥିଲା ସ୍ଲୋ ପଏଜନ୍ କାରବାର । ଏ ନେଇ ନୂଆପଡା ଥାନା ଅଧିକାରୀ ସୂଚନା ଦେଇଛନ୍ତି । ଆବିଦକୁ ମିଶାଇ ଏବେ ସୁଦ୍ଧା କେବଳ ନୂଆପଡା ଜିଲ୍ଲାରୁ ୬ ଜଣଙ୍କୁ ଗିରଫ କରିସାରିଲାଣି ପୋଲିସ ।

{"id":209170,"sizeSlug":"large"}

ସ୍ବାସ୍ଥ୍ୟ ମନ୍ତ୍ରୀ କହିଥିଲେ ଆକ୍ସନ ନିଆଯିବ, ଗିରଫ କରାଯିବ । ଆଜି ସୁଦ୍ଧା ୩ ଜିଲ୍ଳାରେ ୧୩ ଜଣଙ୍କୁ ବାନ୍ଧିଲାଣି ପୋଲିସ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.