ରେଳ ପରେ ବିମାନ ଚଳାଚଳ ଲାଗି ପ୍ରସ୍ତୁତି ଆରମ୍ଭ, ହେବ ଆଂଶିକ ଉଡାଣ

Published By : Prameya-News7 Bureau | May 11, 2020 IST

ନୂଆଦିଲ୍ଲୀ ୧୧।୫:  ଦେଶରେ ରେଳ ଚଳାଚଳକୁ ସ୍ୱଭାବିକ କରିବା ଲାଗି ମନ୍ତ୍ରାଳୟଙ୍କ ନିଷ୍ପତ୍ତି ପରେ ଏବେ ବିମାନ ଚଳାଚଳକୁ ସ୍ଵଭାବିକ କରିବା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ଏନେଇ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ପକ୍ଷରୁ ଏକ ଉଚ୍ଚସ୍ତରୀୟ କମଟି ଗଠିତ ହୋଇଥିବା ବେଳେ ଏଥିରେ ଡିଜିସିଏଙ୍କ ସମେତ ବିମାନ ଚଳାଚଳ ସୁରକ୍ଷା ବ୍ୟୁରୋ, ଦିଲ୍ଲୀ ଅନ୍ତର୍ଜାତୀୟ ବିମାନ ବନ୍ଦର ପ୍ରାଧିକରଣ ଓ ସିଆଇଏସଏଫ ପ୍ରତିନିଧି ସାମିଲ କରାଯାଇଛି।  

{"id":268183,"sizeSlug":"large"}

ଦେଶରେ କରୋନା ଲକଡାଉନର ତୃତୀୟ ପାଳି ମେ ୧୭ରେ ଶେଷ ହେବ। ଏହି ଲକଡାଉନ ସମୟ ସୀମା ସମାପ୍ତ ହେବା ପରେ ଦେଶରେ ବିମାନ ଚଳାଚଳ କରାଇବାକୁ ମନ୍ତ୍ରାଳୟ ବିଚାର କରୁଥିବା ଜଣାପଡିଛି।  ଏଥିଲାଗି ମନ୍ତ୍ରାଳୟ ଉଚ୍ଚସ୍ତରୀୟ କମିଟିଙ୍କୁ ଅନୁଧ୍ୟାନ ଲାଗି ନିର୍ଦ୍ଦେଶ ଦେଇଥିବା ବେଳେ ପ୍ରାରମ୍ଭିକ ପର୍ଯ୍ୟାୟରେ ନିକଟତମ ଗନ୍ତବ୍ୟରେ ଉଡାଣ ଅନୁମତି ଲାଗି ବିଚାରକରାଯାଉଛି। ୨ଘଣ୍ଟାରୁ କମ୍‌ ସମୟ ଉଡାଣ ଲାଗି ହୁଏତ ମନ୍ତ୍ରାଳୟ ଅନୁମତି ପ୍ରଦାନ କରିପାରନ୍ତି ବୋଲି ଅନୁମାନ କରାଯାଉଛି।

{"id":268187,"sizeSlug":"large"}

ତେବେ ଲକଡାଉନ ପରେ ଆରମ୍ଭ ହେବାକୁ ଥିବା ବିମାନ ସେବାରେ ପୂର୍ବ ଭଳି ସମସ୍ତ ସେବା ଉପଲବ୍ଧ ହେବ ନାହିଁ। ବିମାନ ମଧ୍ୟରେ ଯାତ୍ରୀଙ୍କୁ ପୂର୍ବ ଭଳି ଖାଦ୍ୟ ଅଥବା ପାନୀୟ  ସୁବିଧା ମିଳିବ ନାହିଁ। ତେବେ ଦେଶରେ ବିମାନଚଳାଚଳଲାଗି କୌଣସି ନିଷ୍ପତ୍ତି ପୂର୍ବରୁ ଡିଜିସିଏ ଓ ବିମାନ ଚଳାଚଳ ସୁରକ୍ଷା ବ୍ୟୁରୋଙ୍କୁ ବିମାନ ବନ୍ଦରର ପରିଦର୍ଶନ ଲାଗି ନିର୍ଦ୍ଦେଶ ଦିଆଯାଇଥିବା ଜଣାପଡିଛି।  ଦେଶରେ ବିମାନ ସେବା ସ୍ୱଭାବିକ କରିବା ଲାଗି  ଏୟାର ଲାଇନ୍ସ କମ୍ପାନୀମାନେ ପ୍ରସ୍ତୁତ ଥିବା ମନ୍ତ୍ରାଳୟଙ୍କୁ ସୂଚିତ କରିଛନ୍ତି। ଯଦି ବିମାନ ଉଡାଣ ଲାଗି ଅନୁମତି ମିଳେ ତେବେ ପ୍ରାରମ୍ଭିକ ପର୍ଯ୍ୟାୟରେ ୨୫ ପ୍ରତିଶତ ବିମାନ ଚଳାଚଳ କରିବେ ବୋଲି ଜଣାପଡିଛି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.