Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ଗିରଫ
  • ||
  • ମିର୍ଜାପୁରରେ କଂଗ୍ରେସ ନେତା ଦିଗ୍‌ବିଜୟ ସିଂହଙ୍କ ବଡ଼ ବୟାନ, କହିଲେ- ପାକିସ୍ତାନ ଯିବାକୁ ଚାହୁଁଛି
  • ||
  • ରାଜନୀତିରେ ପ୍ରବେଶ କଲେ ସୁପରଷ୍ଟାର୍ ରଜନୀକାନ୍ତ
  • ||
  • ବଢିଲା LPG ସିଲିଣ୍ଡର ଦର ଏବେ ବିନା ସବସିଡି ଉପଭୋକ୍ତାଙ୍କୁ ଦେବାକୁ ପଡିବ ଅଧିକ ୫୦ଟଙ୍କା
  • ||
  • ସାଲେପୁର : ଆମ୍ବୁଲାନ୍ସକୁ ପିଟିଲା କାର୍, ଡ୍ରାଇଭର ଆହତ
  • ||
  • କଟକ : ସି-ସୋର ଘାଟରୁ ଅଜଣା ମୃତଦେହ ଉଦ୍ଧାର, ଭାସି ଆସିଥିବା ସନ୍ଦେହ
  • ||
  • ଚଣ୍ଡିଗଡ : ପଦ୍ମ ବିଭୂଷଣ ଫେରାଇଲେ ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ପ୍ରକାଶ ସିଂହ ବାଦଲ
  • ||
  • ନୂଆଦିଲ୍ଲୀ : ଅନଲାଇନ୍‌ରେ ହେବନାହିଁ CBSE ବୋର୍ଡ ପରୀକ୍ଷା, ପୂର୍ବଭଳି ପରୀକ୍ଷା ଦେବେ ଛାତ୍ରଛାତ୍ରୀ
  • ||
  • ଝାରସୁଗୁଡା : ବାପା ନା’ ରାକ୍ଷସ, ନିଶାଶକ୍ତ ଅବସ୍ଥାରେ ୧୧ ବର୍ଷର ଝିଅ ସହ କଲା ଦୁଷ୍କର୍ମ !
  • ||
  • କନ୍ଧମାଳ : ହଜିଗଲା ମା’ର ମମତା, ୪ ବର୍ଷ ଝିଅର ଗାଲ କାଟିଦେଲା ସାବତ ମା’ !
  • ||

ବଢ଼ିପାରେ ବିମାନ ଉଦ୍ୟୋଗ ଲାଗି କଟକଣା , ଜାଣନ୍ତୁ କ’ଣ ବିଚାର କରୁଛନ୍ତି ସରକାର

6/11/2020 at 7:25 PM

ନୂଆଦିଲ୍ଲୀ ୬।୧୧:  କରୋନା ଭାଇରସ ମହାମାରୀ ଯୋଗୁ ବିମାନ ଉଦ୍ୟୋଗ ଉପରେ ଜାରି କଟକଣା ଏବେବି ବଳବତ୍ତର ରହିଛି। ଅନ୍ତର୍ଜାତୀୟ ଉଡାଣ ବନ୍ଦ ରହିଥିବା ବେଳେ ଘରୋଇ ରୁଟରେ ଏପର୍ଯ୍ୟନ୍ତ ମାତ୍ର ୬୦ପ୍ରତିଶତ ପର୍ଯ୍ୟନ୍ତ ଉଡାଣ ଅନୁମତି ମିଳିଛି। ଏଥିରେ ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ଉଡାଣ କଟକଣାକୁ ୨୪ ଫେବୃଆରୀ ୨୦୨୧ ପର୍ଯ୍ୟନ୍ତ ସମ୍ପ୍ରସାରଣ କିରବାକୁ ବିଚାର କରୁଥିବା ଜଣାପଡିଛି।

ପୂର୍ବରୁ ୨୪ ନଭେମ୍ବର ୨୦୨୦ ପର୍ଯ୍ୟନ୍ତ କଟକଣା ବଳବତ୍ତର ରହିବ ବୋଲି ଘୋଷଣା କରିଥିଲେ। ଏବେ ଏହାକୁ ଆହୁରି ଅଧିକ ୩ ମାସ ବଢାଇବାକୁ ଯାଉଛନ୍ତି । ଉଲ୍ଲେଖ ଯୋଗ୍ୟଯେ ସରକାର କରୋନା ଭାଇରସ ସଂକ୍ରମଣ ଆଶଙ୍କାରେ ମାର୍ଚ୍ଚ ୨୨ ତାରିଖରୁ ସାରା ଦେଶରେ ବିମାନ, ଟ୍ରେନ ଓ ବସ୍ ଚଳାଚଳ ବନ୍ଦ କରିଦେଇଥିଲେ। ଏହା ପରେ ଦେଶରେ ଲକଡାଉନ୍‌ ଜାରି ହୋଇଯାଇଥିଲା।

ମେ ୨୫ ତାରିଖରୁ ସରକାର ଦେଶରେ ଘରୋଇ ଉଡାଣ ଆରମ୍ଭ କରିଥିଲେ। ଧିରେ ଧିରେ ଫ୍ଲାଇଟ୍ ଫ୍ରିକ୍ୱେନ୍ସି ମଧ୍ୟ ବଢାଯାଇଥିଲା। ଏବେ ଦୈନିକ ଦେଶରେ ଅନୁନ୍ୟ ୨ଲକ୍ଷ ଲୋକେ ବିମାନ ଯାତ୍ରା କରିପାରୁଛନ୍ତି। ଅନଲକ୍ ୫ରେ କେନ୍ଦ୍ର ସରକାର ଘରୋଇ ଉଡାଣ ଲାଗି କିଛି ନୂଆ ରୁଟ ମଧ୍ୟ ଖୋଲିଛନ୍ତି। ଜାତୀୟ ବିମାନ କମ୍ପାନୀ ଏୟାର ଇଣ୍ଡିଆ ଏହି ସବୁ ମାର୍ଗରେ ପ୍ରାରମ୍ଭିକ ସେବା ମଧ୍ୟ ଆରମ୍ଭ କରିଛନ୍ତି।

ଏୟାର ଏସିଆ ଓ ସ୍ପାଇସ୍ ଜେଟ୍‌ ଡୋମେଷ୍ଟିକ ଓ ଇଣ୍ଟରନ୍ୟାସନାସନାଲରେ ରୁଟରେ ୬୮ଟି ଫ୍ଲାଇଟ୍‌ ଆରମ୍ଭ କରିବେ ବୋଲି ଘୋଷଣା କରିଛନ୍ତି। ଏଥିରେ କେବଳ ସ୍ପାଇସ୍‌ ଜେଟ୍ ୬୨ଟି ଉଡାଣ ଆରମ୍ଭ କରିବେ ବୋଲି କହିଛନ୍ତି। ଏୟାର ଏସିଆ ୬ଟି ଘରୋଇ ମାର୍ଗରେ ଉଡାଣ ଆରମ୍ଭ କରିଛି ।    

   Related Posts