ଦେଶର ରାଜଧାନୀରେ ବେହାଲ କରୋନା ସ୍ଥିତି, ଦିଲ୍ଲୀରେ ମୃତ୍ୟ ହାର ଜାତୀୟ ହାରଠୁ ଅଧିକ

Published By : Prameya-News7 Bureau | November 22, 2020 IST

ନୂଆଦିଲ୍ଲୀ ୨୨/୧୧: ଦେଶର ରାଜଧାନୀ ଦିଲ୍ଳୀରେ ପୁଣି କରୋନା ମହାମାରୀ ଭୟ ବଢ଼ିଛି। ଦିନକୁ ଦିନ କରୋନା ସଂକ୍ରମଣ ବୃଦ୍ଧି ପାଉଥିବା ବେଳେ ଦିଲ୍ଲୀ ସରକାର ଏହାକୁ ନିୟନ୍ତ୍ରଣ କରିବାରେ ବିଫଳ ହୋଇଥିବା ଲୋକେ ଅଭିଯୋଗ କରିଛନ୍ତି। ସବୁଠୁ ଚିନ୍ତାଜନକ ବିଷୟ ଯେ କରୋନା ସଂକ୍ରମଣ ବଢ଼ୁଛି ସତ କିନ୍ତୁ ଦିଲ୍ଲୀରେ କରୋନା ମୃତ୍ୟୁ ହାର ଜାତୀୟ ହାରଠୁ ବୃଦ୍ଧି ପାଇଛି।  

ରିପୋର୍ଟ ଅନୁସା​‌ରେ ଆଜି ପର୍ଯ୍ୟନ୍ତ ଦେଶର ମୋଟ କରୋନା ମୃତ୍ୟୁର ୨୦ ପ୍ରତିଶତ କେବଳ ଦିଲ୍ଲୀରେ ହେଉଛି। ୨୧ ନଭେମ୍ବରରେ ଦିଲ୍ଳୀରେ ୧୧୧ ଲୋକଙ୍କ ଜୀବନ ଯାଇଥିବା ବେଳେ ଦେଶରେ ୫୦୧ ଲୋକଙ୍କ ଜୀବନ ଯାଇଛି। କରୋନା ଭାଇରସ୍‌ର ତୃତୀୟ ଲହରକୁ ସାମ୍ନା କରୁଥିବା ଦିଲ୍ଲୀରେ ମୃତ୍ୟୁ ହାର ୧.୫୮ ପ୍ରତିଶତ ରହିଛି। କିନ୍ତୁ ଦେଶରେ କରୋନା ମୃତ୍ୟୁ ହାର ୧.୪୮ ପ୍ରତିଶତ ରହିଛି।

ତେବେ ଦିଲ୍ଲୀରେ କରୋନା ମହାମାରୀରେ ନଭେମ୍ବର ପର୍ଯ୍ୟନ୍ତ ୧୭୫୯ ଲୋକଙ୍କ ଜୀବନ ଯାଇଛି। ପୂର୍ବ ୧୦ ଦିନରେ ମୃତ୍ୟୁ ସଂଖ୍ୟା ୧୦୦ ପାର କରୁଛି। ଅଧିକାରୀଙ୍କ ମତରେ ଶନିବାର ଦିନ ୧୧୧, ଶୁକ୍ରବାରରେ ୧୧୮, ବୁଧବାର ୧୩୧ ଜଣ କରୋନା ରୋଗୀଙ୍କ ମୃତ୍ୟୁ ହୋଇଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.