Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଲୋକସଭାରେ ପାରିତ ହେଲା କୃଷି ଆଇନ ଉଚ୍ଛେଦ ବିଲ୍‌
  • ||
  • କୃଷକଙ୍କୁ ଦଳି ମାରିଲେ ୭ ଦନ୍ତା, ଖଣ୍ଡ ଖଣ୍ଡ କରିଦେଲେ ଶରୀର
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ, ୨୩୬ ମୃତ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୯କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୯୭ କରୋନା ସଂକ୍ରମିତ, ୧୦୪୮୮୮୦ରେ ପହଞ୍ଚିଲା ସଂଖ୍ୟା
  • ||
  • ୧୨ ଘଣ୍ଟିଆ ମୟୂରଭଞ୍ଜ ବନ୍ଦ : ବିଭିନ୍ନ ଭାଷାକୁ ଦ୍ୱିତୀୟ ରାଜ୍ୟଭାଷା ମାନ୍ୟତା ପ୍ରଦାନ ଦାବି
  • ||
  • ୧୨ ଘଣ୍ଟିଆ ମୟୂରଭଞ୍ଜ ବନ୍ଦ : ବିଭିନ୍ନ ଭାଷାକୁ ଦ୍ୱିତୀୟ ରାଜ୍ୟଭାଷା ମାନ୍ୟତା ପ୍ରଦାନ ଦାବି
  • ||
  • ଭିଜିଲାନ୍ସ ଜାଲରେ କନଷ୍ଟେବଳ, ଜବତ ହେଲାଣି ଲକ୍ଷ ଲକ୍ଷ ଟଙ୍କା
  • ||
  • ଭିଜିଲାନ୍ସ ଜାଲରେ କନଷ୍ଟେବଳ, ଜବତ ହେଲାଣି ଲକ୍ଷ ଲକ୍ଷ ଟଙ୍କା
  • ||
  • ଓମିକ୍ରନ୍ ନେଇ AIIMS ମୁଖ୍ୟ ଗୁଲେରିଆ ଦେଲେ ଚେତାବନୀ, କହିଲେ ନୂଆ ଭାରିଆଣ୍ଟ ଭାକସିନକୁ ଦେଇପାରେ ଚକମା
  • ||

ଦଳୀୟ ନେତାଙ୍କ ଦୀର୍ଘ ଦାବି ଆଗରେ ହାତ ଟେକିଦେଲେ ମୋଦି ସରକାର, ଜାଣନ୍ତୁ ବିମାନର ‘VT’ ସାଇନ୍ ନେଇ କହିଲେ କ’ଣ?

29/07/2021 at 8:23 PM

ନୂଆଦିଲ୍ଲୀ ୨୯।୯: ସରକାର ଏୟାରକ୍ରାଫ୍ଟ ଉପରେ ଲେଖା ଯାଉଥିବା ‘ଭିଟି’ ସାଇନ୍‌ ନେଇ ଗୁରୁବାର ବଡ଼ ବୟାନ ଦେଇଛନ୍ତି। ଏହି କଲ୍‌ ସାଇନ୍‌କୁ ହଟାଇବା କଠିନ ଆହ୍ୱାନ ବୋଲି କହିଛନ୍ତି। ଏ ନେଇ ଆସୁଥିବା ମିଡିଆ ରିପୋର୍ଟ ଅନୁସାରେ ଏପରି କିଛି କରାଗଲେ ଏୟାରକ୍ରାଫ୍ଚରେ ଦ୍ୱିତୀୟବାର କୌଣସି ନୂଆ କୋଡ ଲେଖିବାକୁ ପଡିବ। କେବଳ ଏତିକି ନୁହେଁ ବିମାନଗୁଡିକର ପଞ୍ଜିକରଣ କାଗଜ ମଧ୍ୟ ବଦଳାଇବାକୁ ପଡିବ। ଯାହାକୁ ଅଯଥା ବ୍ୟୟବହୁଳ ବ୍ୟାପାର ବୋଲି  ସରକାର କହିଛନ୍ତି।

କେନ୍ଦ୍ର ବେ ସାମରିକ ବିମାନ ଚଳାଚଳ ମନ୍ତ୍ରାଳୟଙ୍କ ପକ୍ଷରୁ ସଂସଦରେ ଏହି ସୂଚନା ଦିଆଯାଇଛି। ତେବେ ଭାରତୀୟ ଜନତା ପାର୍ଟି (ବିଜେପି) ନେତାମାନେ ବିମାନର ଏହି କୋଡକୁ ନେଇ ଦୀର୍ଘ ବର୍ଷରୁ ଆପତ୍ତି କରିଆସୁଛନ୍ତି ଓ ଏହାକୁ ତୁରନ୍ତ ବଦଳାଇବାକୁ ଦାବି କରୁଛନ୍ତି। ଏୟାର କ୍ରାଫ୍ଟରେ ଏହି କୋଡର ଅର୍ଥ ଭାଇସରଏ ଟେରିଟରି ବା ଭିକ୍ଟୋରିଆନ। ଦେଶରେ ଇଂରେଜ ଶାସନ କାଳରୁ ଏହି କୋଡରେ ବିମାନ ପଞ୍ଜିକୃତ ହୋଇଆସୁଛି ଯାହା ସ୍ୱାଧୀନ ଭାରତରେ ମଧ୍ୟ ଏପର୍ଯ୍ୟନ୍ତ ବଦଳି ନାହିଁ।

 ବ୍ରିଟିଶ ସରକାର ଏହି କଲ ସାଇନ ଭାରତକୁ ୧୯୨୭ ମସିହାରେ ବିତରଣ କରିଥିଲେ। ବିଜେପି ନେତା ତରୁଣ ବିଜୟ ଏହି କଲ ସାଇନ୍‌ ବଦଳାଇବା ଲାଗି ଦୀର୍ଘ ବର୍ଷରୁ ଅଭିଯାନ ଚଳାଇ ରଖିଛନ୍ତି। ଏବେ କେନ୍ଦ୍ରରେ ତାଙ୍କରି ଦଳର ସରକାର, ତେବେ ଏଥିଲାଗି ହାତ ଟେକି ଦେଇଛନ୍ତି। ଦେଶର ସବୁ ବିମାନରେ ଏହି କଲ ସାଇନ୍‌ ଲେଖା ହୁଏ। ଏହା ସହ ବିମାନ ସମ୍ପର୍କିତ ଅନ୍ୟ ବୈଷୟିକ ସୂଚନା ମଧ୍ୟ ରହେ। ସଂସଦରେ ବିଜେପି ସାଂସଦ ହରିଶ ଦ୍ୱିବେଦୀଙ୍କ ଏକ ପ୍ରଶ୍ନର ଜବାବରେ ମନ୍ତ୍ରାଳୟ ଏହି ଜବାବ ଦେଇଛନ୍ତି।

ପ୍ରସଙ୍ଗରେ ବେ ସାମରିକ ବିମାନ ଚଳାଚଳ ରାଷ୍ଟ୍ରମନ୍ତ୍ରୀ ଜେନେରାଲ (ଅବସରପ୍ରାପ୍ତ) ବି.କେ.ସିଂହ ଏହା କହିବା ଯେପରି ସହଜ କରିବା ସେପରି ସହଜ ନୁହେଁ ବୋଲି ଗୃହକୁ କହିଛନ୍ତି। ଏହି କଲସାଇନ୍‌ ବଦଳାଇଲେ ବିମାନର ସମ୍ପୂର୍ଣ୍ଣ କାଗଜ ପରିବର୍ତ୍ତନ କରିବାକୁ ପଡିବ ଯାହା ବ୍ୟୟବହୁଳ ବ୍ୟାପାର ବୋଲି କହିଛନ୍ତି। ଏହା ଛଡା କୋଡ ବଦଳାଇ ଦେଲେ ହେବନି ଏଥିଲାଗି ବିମାନଗୁଡିକର ରଙ୍ଗ ମଧ୍ୟ ବଦଳାଇବାକୁ ପଡିବ। ବିମାନର ସମସ୍ତ ବୈଷୟିକ ସଂକେତ ନ ବଦଳିବା ପର୍ଯ୍ୟନ୍ତ ଏହାକୁ ପୁଣି ଉଡାଣ ଅନୁମତି ଦେଇ ହେବନି। ସେହିପରି ସମ୍ପୂର୍ଣ୍ଣ ପ୍ରକ୍ରିୟା ପୂରଣ ହେବା ପର୍ଯ୍ୟନ୍ତ ବିମାନ ଛିଡା ହୋଇ ରହିବ ଓ ଏହାର ବ୍ୟାପକ ପ୍ରଭାବ ପଡିବ ବୋଲି ସେ ସୂଚିତ କରିଛନ୍ତି।

   Related Posts