Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୯ ହଜାରରୁ ଅଧିକ କରୋନା ପଜିଟିଭ୍, ୩୯୧ ମୃତ
  • ||
  • ଓ୍ୱାଙ୍ଖଡେ ଟେଷ୍ଟରେ ମୁହାଁମୁହିଁ ହେବେ ଭାରତ ଓ ନ୍ୟୁଜିଲାଣ୍ଡ : ଫେରିଲେ ବିରାଟ, ଦେଖିବାକୁ ମିଳିବ ରୋମାଞ୍ଚକର ଫାଇଟ୍
  • ||
  • ପାଟଣା ରେଞ୍ଜରେ ହାତୀ ଆତଙ୍କ, ନଷ୍ଟ କରୁଛନ୍ତି ପାଚିଲା ଧାନ
  • ||
  • ଓଡିଶାରେ ବିରଳ ଘଟଣା : ଯୁବକଙ୍କ ପେଟରୁ ବାହାରିଲା ଭ୍ରୂଣ, ୫ ଘଣ୍ଟାର ଅପରେସନ ପରେ ବାହାର କଲେ ଡାକ୍ତର
  • ||
  • ଚିନ୍ତା ବଢାଇଲା ଓମିକ୍ରନ, ଦକ୍ଷିଣ ଆଫ୍ରିକାରେ ଲକଡାଉନ୍: ଭାରତରେ ମଧ୍ୟ ସ୍ଥିତି ସାଂଘାତିକ
  • ||
  • ଓଡିଶାରେ ଘସି ହୋଇଯିବ ଜଓ୍ୱାଦ ! ଉପକୂଳରେ ପ୍ରବଳ ବର୍ଷା, ୯୦ କିମି ବେଗରେ ବହିବ ପବନ
  • ||
  • ଚୋରା କାରବାରରେ ନାବାଳକ : ନବମ ଶ୍ରେଣୀ ଛାତ୍ରଙ୍କ ବ୍ୟାଗରୁ ମିଳିଲା ୨ କେଜି ଅଫିମ
  • ||

ସିଆଚେନରେ ପୁଣି ଧସିଲା ବରଫ ଅତଡା, ଭାରତୀୟ ସେନାର ୨ ଜବାନ ଶହିଦ

30/11/2019 at 6:07 PM

ନୂଆଦିଲ୍ଲୀ :  ବିଶ୍ୱର ସର୍ବୋଚ୍ଚ ଯୁଦ୍ଧକ୍ଷେତ୍ର ସିଆଚେନରେ ଶନିବାର ପୁଣି ବରଫ ଅତଡା ଧସିଛି। ଫଳରେ ସୀମାରେ ପାଟ୍ରୋଲିଂ କରୁଥିବା ଭାରତୀୟ ସେନାର ୨ ଜଣ ଜବାନ ବରଫ ତଳେ ପୋତି ହୋଇ ପ୍ରାଣ ହରାଇଛନ୍ତି। ଏଦି ଦୁର୍ଘଟଣା ସିଆଚେନର ଦକ୍ଷିଣ ଗ୍ଲାସିୟରରେ ଘଟିଥିବା ସୂଚନା ମିଳିଛି।

ସମୁଦ୍ର ପତନରୁ ୧୮ ହଜାର ଫୁଟ ଉଚ୍ଚରେ ସୈନିକ ପାଟ୍ରୋଲିଂ କରୁଥିବା ବେଳେ ବରଫ ଅତଡା ଧସିଥିଲା। ଜବାନଙ୍କୁ ତୁରନ୍ତ ଉଦ୍ଧାର ଲାଗି ଆବଲାଞ୍ଚ ରେସ୍କ୍ୟୁ ଟିମ୍ ଉଦ୍ୟମ କରି ସମସ୍ତ ଜବାନଙ୍କୁ ଜୀବିତ ଉଦ୍ଧାର କରିଥିଲେ। ସେମାନଙ୍କୁ ଚୀନ ହେଲିକପ୍ଟର ସହାୟତାରେ ତୁରନ୍ତ ହସ୍ପିଟାଲ ପହ଼ଞ୍ଚାଯାଇଥିଲେ ମଧ୍ୟ ୨ ଜଣଙ୍କୁ ଡାକ୍ତର ମୃତ ଘୋଷଣା କରିଛନ୍ତି।

କିଛି ଦିନ ପୂର୍ବରୁ ସିୟାଚେନ ଉତ୍ତର ଗ୍ଲାସିୟରରେ ବରଫ ଅତଡା ଧସିଥିଲା। ଫଳରେ ୬ ଜଣ ସୈନିକଙ୍କ ସମେତ ମୋଟ ୮ଜଣଙ୍କ ମୃତ୍ୟୁ ହୋଇଥିଲା।  ଅତ୍ୟାଧିକ ଉଚ୍ଚତାରେ ବରଫ ଜମା ହୋଇଯିବା ଯୋଗୁ ଏଠାରେ ଅତଡା ଧସିବା ସାଧାରଣ କଥା। ଏଣୁ ବରଫ ଅତଡା ଯୋଗୁ ଏଠାରେ ମୁତୟନ ଥିବା ଭାରତ ଓ ପାକ୍ ସେନା ପ୍ରାୟତଃ ପ୍ରଭାବିତ ହୋଇଥାନ୍ତି।  

   Related Posts