Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗତ ୨୪ ଘଣ୍ଟାରେ କରୋନାରୁ ଆରୋଗ୍ୟ ହେଲେ ୨୦୧୦ ସଂକ୍ରମିତ
  • ||
  • ମୋଦୀ ସରକାରଙ୍କ ବଡ ନିଷ୍ପତ୍ତି: ଜାମ୍ମୁ-କାଶ୍ମୀରରେ ଯେ କେହି ବି ଜାଗା କିଣି ପାରିବେ, ବିଜ୍ଞପ୍ତି ଜାରି କଲା ଗୃହ ମନ୍ତ୍ରଣାଳୟ
  • ||
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ, ୧୨୭୨ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ୧୨୪୭ କରୋନା ସଂକ୍ରମିତ, ୨୮୩୯୪୨ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଢେଙ୍କାନାଳ : କେନାଲରୁ ମୃତଦେହ ଉଦ୍ଧାର, ଶୌଚ ହେବାକୁ ଯାଇ ବୁଡିଯାଇଥିବା ସନ୍ଦେହ
  • ||
  • ଢେଙ୍କାନାଳ : ସ୍ତ୍ରୀର ଚରିତ୍ରକୁ ସନ୍ଦେହ କରି ଠେଙ୍ଗାରେ ପିଟି ପିଟି ମାରିଦେଲା, ଅଭିଯୁକ୍ତ ସ୍ବାମୀ ଫେରାର
  • ||
  • ଅନୁଗୋଳ : ଶ୍ରମିକଙ୍କ ସନ୍ଦେହଜନକ ମୃତ୍ୟୁ, ବିଷାକ୍ତ ମଦ ପିଇ ମୃତ୍ୟୁ ଅଭିଯୋଗ
  • ||
  • କଳାହାଣ୍ଡି : ଯୁବକଙ୍କ କ୍ଷତ ବିକ୍ଷତ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକ
  • ||
  • ଜଲାପୁଟ ଜଳ ଭଣ୍ଡାରରେ ମାଛଧରା ଡଙ୍ଗା ବୁଡି ୩ ନିଖୋଜ, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ପାକିସ୍ତାନ : ପେଶାଓ୍ୱାରରେ ବୋମା ବିସ୍ଫୋରଣରେ ୭ ମୃତ, ୫୫ ଆହତ
  • ||

ସିଆଚେନରେ ଧସିଲା ବରଫ ଅତଡା, ଫସି ରହିଛନ୍ତି ସେନା ପାଟ୍ରୋଲିଂ ପାର୍ଟିର ୮ ଜବାନ, ଉଦ୍ଧାର କାର୍ଯ୍ୟ ଜାରୀ

18/11/2019 at 8:55 PM

ଲଦ୍ଦାଖ:  ସିଆଚେନ ନର୍ଦ୍ଦନ ଗ୍ଲାସିୟରରେ ବରଫ ଅତଡା ଧସିଛି। ଫଳରେ ପାଟ୍ରୋଲିଂରେ ଯାଇଥିବା ୮ ଜଣ ଜବାନ ଅତଡା ତଳେ ପୋତି ହୋଇ ଯାଇଛନ୍ତି। ସେନା ସୂତ୍ରରୁ ଏହି ସୂଚନା ମିଳିଛି। ସୋମବାର ଅପରାହ୍ନ ପ୍ରାୟ ସାଢେ ୩ଟା ବେଳେ ସମୁଦ୍ର ପତ୍ତନ ଠାରୁ ୧୮ ହଜାର ଫୁଟ ଉପରେ ଏହି ଦୁର୍ଘଟଣା ଘଟିଛି। ଉପସ୍ଥିତ ଜବାନମାନେ ଯୁଦ୍ଧକାଳୀନ ଭିତ୍ତିରେ ସାଥୀ ସୈନିକଙ୍କ ଉଦ୍ଧାର କାର୍ଯ୍ୟ ଚଳାଇଛନ୍ତି। 

ଲଦ୍ଦାଖ ଉତ୍ତର ହିମାଳୟର ଏହି ଗ୍ଲାସିୟରରେ ୨୨ ହଜାର ଫୁଟ ପର୍ଯ୍ୟନ୍ତ ବରଫ ଜମିଯାଇଥାଏ। ଏଣୁ କ୍ଷେତ୍ରରେ ପ୍ରାୟତଃ ବରଫ ଅତଡା ଧସିଥାଏ। ବିଶ୍ୱର ସର୍ବୋଚ୍ଚ ଶୀତଳ ଯୁଦ୍ଧକ୍ଷେତ୍ର ଭାବେ ପରିଚିତ ଏହି ଅଞ୍ଚଳରେ ୧୯୮୪ ମସିହାଠାରୁ ଏପର୍ଯ୍ୟନ୍ତ ଏଭଳି ଅନେକ ଦୁର୍ଘଟଣା ଘଟିଛି। ଫଳରେ ଏଠାରେ ସୀମା ସୁରକ୍ଷା ଲାଗି ସେନା ମୁତୟନ କରିଥିବା ଭାରତ ଓ ପାକିସ୍ତାନର ଅନେକ ସୈନ୍ୟ କ୍ଷୟକ୍ଷତି ହୋଇନ୍ତି। ଏହି ସବୁ କ୍ଷତି ବିନା ଯୁଦ୍ଧରେ ହୋଇଥିବା କୁହାଯାଇଛି। 

ଗତ ୨୦୧୬ ମସିହାରେ ଏଠାରେ ବରଫ ଅତଡା ଧସିବା ଯୋଗୁ ୧୦ ଜଣ ସୈନିକ ଅତଡା ତଳେ ଦବି ପ୍ରାଣ ହରାଇଥିଲେ। ତେବେ ଜବାନଙ୍କ ସହ ବରଫ ତଳେ ପୋତି ହୋଇଯାଇଥିବା ଲାନ୍ସ ନାୟକ ହନୁମନ୍ଥପ୍ପା କୋପଡ ୬ ଦିନ ପର୍ଯ୍ୟନ୍ତ ୨୫ ଫୁଟ ବରଫ ତଳେ ଦିବ ରହିଥିଲେ ହେଁ ଜୀବିତ ଉଦ୍ଧାର ହୋଇଥିଲେ। ତେବେ ପରେ ଦିଲ୍ଲୀ ଆର୍ମୀ ହସ୍ପିଟାଲରେ ତାଙ୍କର ପରଲୋକ ହୋଇଥିଲା।

   Related Posts