ଡ୍ରାଇଭର ବିହୀନ ପରୀକ୍ଷଣ ଲାଗି ଅଟୋ ଏକ୍ସକୁ ମିଳିଲା ଅନୁମତି

Published By : Prameya-News7 Bureau | July 19, 2020 IST

ସାନଜୋସ୍: ଅଟୋନମସ ଭେଇକଲ ଷ୍ଟାର୍ଟଅପ୍ ଅଟୋ ଏକ୍ସକୁ କାଲିଫର୍ଣ୍ଣିଆରେ ଡ୍ରାଇଭର ବିହୀନ ବାହନ ପରୀକ୍ଷଣ ଲାଗି ଅନୁମତି ମିଳିଛି। ସାନଜୋସର ସର୍ବସାଧାରଣ ସଡକର ସୀମିତ ଅଞ୍ଚଳରେ ଏହି ପରୀକ୍ଷଣ କରିବାକୁ କର୍ତ୍ତୃପକ୍ଷ ଅନୁମତି ପ୍ରଦାନ କରିଛନ୍ତି। ଅଟୋ ଏକ୍ସ ସମେତ ବିନା ଚାଳକରେ ବାହନର ପରୀକ୍ଷଣ ଲାଗି ଏପର୍ଯ୍ୟନ୍ତ ୩ଟି କମ୍ପାନୀଙ୍କୁ ଏପରି ଅନୁମତି ମିଳିଲାଣି। ପୂର୍ବରୁ ୱେମୋ ଓ ନୁରୋକୁ ମଧ୍ୟ ଏଥିଲାଗି ଅନୁମତି ପ୍ରଦାନ କରାଯାଇଥିଲା।

କାଲିଫର୍ଣ୍ଣିଆ ମୋଟର ଭେଇକିଲ ବିଭାଗଙ୍କ ଅନୁସାରେ ଅନ୍ୟ ୨ କମ୍ପାନୀଙ୍କ ଭଳି ଅଟୋ ଏକ୍ସକୁ ମଧ୍ୟ ସାନଜୋସ ମୁଖ୍ୟାଳୟ ନିକଟସ୍ଥ ଭୂପୃଷ୍ଠ ରାସ୍ତାରେ ପରୀକ୍ଷଣ ଅନୁମତି ମିଳିଛି। ପାଗ ପରିସ୍ଥିତିକୁ ଦେଖି ସାମାନ୍ୟ ବୃଷ୍ଟିପାତରେ ଘଣ୍ଟାପ୍ରତି ୪୫ ମାଇଲ ବେଗରୁ ଅଧିକ ବେଗରେ ବାହନରୁ ପରୀକ୍ଷଣ ନ କରିବାକୁ ଏହି ଅନୁମତିରେ ସତର୍କ କରାଯାଇଛି। ସେଲ୍ଫ ଡ୍ରାଇଭିଂ ଷ୍ଟାକ୍ ବିକଶିତ କରୁଥିବା ଅଟୋ ଏକ୍ସକୁ ୨୦୧୭ ମସିହାରୁ ଡ୍ରାଇଭରଙ୍କ ସୁରକ୍ଷାରେ ବାହନ ଚାଳନା ଲାଗି ଅନୁମତି ପ୍ରଦାନ କରାଯାଇଛି। ଏବେ କାଲିଫର୍ଣ୍ଣିଆ ସଡକମାନଙ୍କରେ ଏହିଭଳି ୬୨ଟି କମ୍ପାନୀଙ୍କୁ ସେମାନଙ୍କ ବାହନ ପରୀକ୍ଷଣ ଲାଗି  କର୍ତ୍ତୃପକ୍ଷ ସମାନ ଅନୁମତି ଦେଇଛନ୍ତି। 

ଡ୍ରାଇଭର ରହିତ ବାହନ ପରୀକ୍ଷଣ ପରିମିଟିରେ ଯୋଗ୍ୟତା ହାସଲ ଲାଗି କମ୍ପାନୀମାନଙ୍କ ବୀମା ପ୍ରମାଣପତ୍ର ଅଥବା ଏହାର ସମକକ୍ଷ ୫ ମିଲିୟନ ଡଲାରର ଜମା କରିବାକୁ ପଡେ। ଏପରି ବାହନ ବିନା ଚାଳକରେ ସଂଘୀୟ ମୋଟର ବାହନ ସୁରକ୍ଷା ମାନକ ପୂରଣ କରିପାରୁଛି କି ନା ଅଥବା ଜାତୀୟ ରାଜମାର୍ଗଙ୍କ ଟ୍ରାଫିକସୁରକ୍ଷା ପ୍ରଶାସନଙ୍କ ରିହାତି ପ୍ରମାଣ ପତ୍ର ମଧ୍ୟ ଦେବାକୁ ପଡିଥାଏ।

ଅଟୋ ଏକ୍ସ କାଲିଫର୍ଣ୍ଣିଆ ଓ ଚୀନରେ ରବୋଟିକ୍ସ ପାଇଲଟରେ ବାହନ ଚଳାଉଥିବା ବେଳେ ଯେଉଁ ସଂସ୍ଥାମାନେ ଆଗକୁ ରୋବୋଟିକ୍ସ ପ୍ଲିଟ୍ ଚଳାଇବାକୁ ଚାହୁଁଛନ୍ତି ସେଭଳି କମ୍ପାନୀଙ୍କୁ ଟେକ୍ନୋଲଜି ଲାଇସେନ୍ସ ଦେବା ଏହାର ଅସଲ ଉଦ୍ଦେଶ୍ୟ। ମୂଳତଃ ଚୀନ୍‌ ଲାଗି ସେ ଏହି ପରୀକ୍ଷଣ କରୁଛି, ତେବେ ଅନୁମତି ମିଳିଲେ ଆମେରିକାରେ ମଧ୍ୟ କମ୍ପାନୀ ନିଜର କାର୍ଯ୍ୟକଳାପ ବୃଦ୍ଧି କରିବ ବୋଲି କହିଛି।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.