Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗଞ୍ଜାମ ଦିଗପହଣ୍ଡିରେ ଅପରାଧୀର ଛୁରା ମାଡରେ ଅପରାଧୀ ମୃତ
  • ||
  • ବାଙ୍କୀରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବୋମାମାଡରେ ଜଣଙ୍କର ମୃତ୍ୟୁ
  • ||
  • କେନ୍ଦୁଝର ନୟାକୋଟରେ ସ୍ତ୍ରୀକୁ ଟାଙ୍ଗିଆରେ ହାଣିଲା ସ୍ବାମୀ
  • ||
  • ଗୁଜୁରାଟରେ ସ୍ତ୍ରୀକୁ ହତ୍ୟା ପରେ ଦୁଇ ସନ୍ତାନ ସହ ନିଜ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଦେଲେ ଯୁବକ
  • ||
  • ରାଜ୍ୟରେ ଆଉ ୧୫ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୬୯୫ କରୋନା ସଂକ୍ରମିତ
  • ||
  • ଆସୁଛି ଆଉ ଏକ ଲଘୁଚାପ ! ନଭେମ୍ବର ପହିଲାରୁ ପୁଣି ବର୍ଷାର ସମ୍ଭାବନା
  • ||
  • ଆମେରିକୀୟ ନୌସେନା ବିମାନ ଦୁର୍ଘଟଣାଗ୍ରସ୍ତ, ଦୁଇ ପାଇଲଟଙ୍କ ମୃତ୍ୟୁ
  • ||
  • ଭୁଆସୁଣୀ ଛକରେ ସିରିଜ୍ ଦୁର୍ଘଟଣା, ୨ ଗୁରୁତର
  • ||

ଆଟୋମୋବାଇଲ ଡିଲର୍ସଙ୍କୁ ଆଶ୍ୱସ୍ତି: ବିଏସ-୪ ଗାଡି ବିକ୍ରି କରିବା ପାଇଁ ଅଧିକ ସମୟ ଦେଲେ ସୁପ୍ରିମକୋର୍ଟ

27/03/2020 at 6:36 PM

ନୂଆଦିଲ୍ଲୀ, ୨୭|୦୩:  ସାରା ଦେଶରେ କରୋନା ଆତଙ୍କ ମଧ୍ୟରେ ସୁପ୍ରିମକୋର୍ଟ ଅଟୋମୋବାଇଲ ଶିଳ୍ପକୁ ସାମାନ୍ୟ ଆଶ୍ୱସ୍ତି ପ୍ରଦାନ କରିଛନ୍ତି । ମାର୍ଚ୍ଚ ୩୧ ତାରିଖ ମଧ୍ୟରେ ସମସ୍ତ ବିଏସ-୪ ଇଞ୍ଜିନ ବିଶିଷ୍ଟ ଗାଡି ବିକ୍ରୟ ପାଇଁ ଥିବା ନିର୍ଦ୍ଦେଶକୁ ୧୦ ଦିନ ପାଇଁ କୋହଳ କରାଯାଇଛି । ସାରା ଦେଶ ଲକଡାଉନ ଥିବାରୁ ଲକଡାଉନ ସରିବାର ୧୦ ଦିନ ମଧ୍ୟରେ ସମସ୍ତ ଗାଡିକୁ ବିକ୍ରୟ କରିବା ପାଇଁ କୋର୍ଟ କହିଛନ୍ତି । ଅର୍ଥାତ ଏପ୍ରିଲ ୧୪ ତାରିଖ ଲକଡାଉନର ଶେଷ ଦିନ ଥିବା ବେଳେ ଡିଲରମାନେ ଏପ୍ରିଲ ୨୪ ତାରିଖ ଯାଏଁ ବିଏସ-୪ ଗାଡି ବିକ୍ରୟ କରିପାରିବେ ।

ଫେଡେରେସନ୍ ଅଫ୍ ଅଟୋମୋବାଇଲ ଡିଲର୍ସ୍ ଆସୋସିଏସନ ମାର୍ଚ୍ଚ ୩୧ରେ ଥିବା ଡେଡଲାଇନକୁ ଆଉ କିଛିଦିନ ଘୁଞ୍ଚାଇବା ପାଇଁ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା । ବିଏସ୪ ଇଞ୍ଜିନ ବିଶିଷ୍ଟ ୧୨ହଜାର ପରିବହନ ଗାଡି, ୭ ଲକ୍ଷ ଦୁଇ ଚକିଆ ଗାଡି ଓ ୧୫ ହଜାର କାର ବିକ୍ରୟ ହୋଇପାରି ନଥିବା ଆସୋସିଏସନ ଯୁକ୍ତି ବାଢିଥିଲା । ତେବେ ଆପେକ୍ସ କୋର୍ଟ ପ୍ରଥମେ ତାରିଖ ଘୁଞ୍ଚାଇବା ପାଇଁ ମନା କରିଥିଲେ । ଏହାସହ ଦେଶପାଇଁ କିଛି ଅବଦାନ ଦେବାକୁ ଡିଲର୍ସଙ୍କୁ କହିଥିଲେ । ପରେ କିନ୍ତୁ କିଛିଦିନ କୋହଳ କରିବାକୁ କୋର୍ଟ କହିଥିଲେ ।

ଭାରତୀୟ ଅଟୋମୋବାଇଲ ଶିଳ୍ପ କରୋନା ଭାଇରସ ଲକଡାଉନ ପାଇଁ ୧୩ରୁ ୧୫ ହଜାର କୋଟି ଟଙ୍କା କ୍ଷତି ସହିବ ବୋଲି ଅନୁମାନ କରାଯାଉଛି । ପ୍ରାୟ ୮ଲକ୍ଷ ୩୫ ହଜାର ବିଏସ-୪ ଇଞ୍ଜିନ ଗାଡି ବିକ୍ରୟ ନହୋଇ ରହିଛି । ତେବେ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତିକୁ ସ୍ୱାଗତ କରିଥିଲେ ମଧ୍ୟ ଏହି କୋହଳ ସମୟସୀମାକୁ ଜୁନ ୨୦୨୦ ଯାଏଁ ଘୁଞ୍ଚାଇଥିଲେ ଆହୁରି ଭଲ ହୋଇଥାନ୍ତା ବୋଲି ଅଟୋବାହାନ ଗ୍ରୁପର ଏମଡି ହର୍ସିଲ ଚୋକସେ କହିଛନ୍ତି ।

   Related Posts