ଭାରସାମ୍ୟ ହରାଇ ଓଲଟିଲା ଅଟୋ; ୧୦ ଆହତ
24/09/2018 at 11:52 AM

ଗଜପତି ୨୪/୯ : ଗଜପତି ଜିଲ୍ଲା ମୋହନା ନିକଟସ୍ଥ ଚିକିସମେରା ଘାଟିରେ ଅଟୋ ଓଲଟି ୧୦ ଜଣ ଆହତ ହୋଇଛନ୍ତି | ଆହତ ମାନଙ୍କୁ ସ୍ଥାନିୟ ଲୋକେ ଉଦ୍ଧାର କରି ମୋହନା ମେଡିକାଲରେ ଭର୍ତ୍ତି କରିଛନ୍ତି | ଅଟୋଟି ବାଲିପଙ୍କରୁ ମୋହନା ଆସୁଥିବା ବେଳେ ଚିକିସମେରା ନିକଟରେ ଭାରସାମ୍ୟ ହରାଇ ଓଲଟି ପଡିଥିଲା | ପୋଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ କରୁଛି |