ଅଟୋକୁ ଧକ୍କା ଦେଲା ଟ୍ରାକ୍ଟର, ୮ ଆହତ

Published By : Prameya-News7 Bureau | July 25, 2021 IST

ବ୍ରହ୍ମପୁର, ୨୫|୦୭: ଗଞ୍ଜାମ ଜିଲ୍ଲା  ବ୍ରହ୍ମପୁର ଉପକଣ୍ଠ  ହଳଦିଆପଦର ଜାତୀୟ ରାଜପଥରେ ସଡକ ଦୁର୍ଘଟଣା ।ଏକ ଅଟୋକୁ ଟ୍ରାକ୍ଟର ଧକ୍କା ଦେବା କାରଣରୁ ୮ ଜଣ ଆହତ ହୋଇଛନ୍ତି ।

ସୂଚନା ଅନୁସାରେ, ଅଟୋରେ ୮ ଜଣ ବ୍ୟକ୍ତି ମାଛ ଧରି ବ୍ରହ୍ମପୁର ଆସୁଥିଲେ । ତେବେ ହଳଦିଆପଦର ଠାରେ ଏକ ଟ୍ରାକ୍ଟର ସହ ଅଟୋଟି ଧକ୍କା ହୋଇଥିଲା । ଫଳରେ ଅଟୋରେ ଥିବା ସମସ୍ତ ୮ଜଣ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ବ୍ରହ୍ମପୁର ଏମ୍ କେ ସି ଜି ମେଡିକାଲରେ ଭର୍ତ୍ତି କରାଯାଇଥିଲା  । ସେମାନଙ୍କ ମଧ୍ୟରୁ ୨ ଜଣ ଗୁରୁତର ଥିବା କଟକ ସ୍ଥାନାନ୍ତର କରାଯାଇଛି । ଘଟଣାସ୍ଥଳରେ ପୋଲିସ ପହଁଚି ତଦନ୍ତ ଆରମ୍ଭ କରିଛି ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.