Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନୂଆଦିଲ୍ଲୀ : MDH ମସଲାର ପ୍ରତିଷ୍ଠାତା ଧର୍ମପାଲ ଗୁଲାଟୀଙ୍କ ପରଲୋକ
  • ||
  • ଗୋପ : ଜୀବନ ଯୁଦ୍ଧରେ ହାରିଗଲେ କରୋନା ଯୋଦ୍ଧା, କୋଭିଡ୍ ପଜିଟିଭ୍ ହୋଇ ଶେଷ ନିଶ୍ୱାସ ତ୍ୟାଗ କଲେ ଏଏସଆଇ
  • ||
  • ସୋର : ଘରେ ପଶିଲେ ଦୁର୍ବୃତ୍ତ, ବାପ-ପୁଅଙ୍କୁ ଗୋଡାଇ ଗୋଡାଇ ହାଣିଲେ
  • ||
  • କୋରାପୁଟ : ମିଳିଲାନି ଜାମିନ୍, ନିଜ ବେକ କାଟିଦେଲେ କଏଦୀ, ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି
  • ||

ପୋଲିସକୁ ଦେଖି ଚମ୍ପଟ ମାରିଲା ଡ୍ରାଇଭର, ଗାଡ଼ିରେ ଚାଲିଥିଲା ଚୋରା କୋଇଲା ଚାଲାଣ

21/10/2020 at 12:24 PM

ଭଦ୍ରକ ୨୧।୧୦: ଅଟୋରେ କୋଇଲା ଭର୍ତ୍ତି କରି ଚାଲିଥିଲା ଚୋରା ଚାଲାଣ । ପୋଲିସକୁ ଦେଖି ଦୌଡି ପଳାଇଲା ଡ୍ରାଇଭର । ଘଟଣାସ୍ଥଳରେ ଛାଡିଗଲା କୋଇଲା ବୋଝେଇ ଅଟୋ । ପୋଲିସ ଅଟୋକୁ ଜବତ କରିବା ସହ ତଦନ୍ତ ଛାନ୍‌ଭିନ୍‌ ଜାରି ରଖିଛି ।

ଭଦ୍ରକରେ କୋଇଲା ଚୋରାରେ କାରବାର ଚାଲିଛି । ଯାହାର ଖବର ପାଇ ପୋଲିସ ଚଢାଉ କରିବା ନିମନ୍ତେ ଉତ୍ତରବାହିନୀ ଛକରେ ଯାଞ୍ଚ କରୁଥିଲା । ତେବେ ସେହି ସମୟରେ କୋଇଲା ଭର୍ତ୍ତି ଅଟୋକୁ ଛାଡ଼ି ଡ୍ରାଇଭର ଫେରାର ହୋଇଯାଇଛି । ପୋଲିସ କୋଇଲା ଭର୍ତ୍ତି ଗାଡ଼ିକୁ ଜବତ କରିଛି । ତେବେକୋଇଲା କେଉଁ ସ୍ଥାନକୁ ଯାଉଥିଲା ଓ କେତେ ପରିମାଣର କୋଇଲା ବୋଝେଇ ହୋଇଥିଲା । ସେନେଇ ପୋଲିସ ତରଫରୁ କୌଣସି ସୂଚନା ମିଳିନାହିଁ ।

   Related Posts