ଚାଲୁଛି ଘର : ଓ୍ବାନ୍ ବିଏଚକେରେ ଅଛି ସବୁ ସୁବିଧା,ଦାମ୍ ମାତ୍ର ୧ଲକ୍ଷ

Published By : Prameya-News7 Bureau | August 13, 2020 IST

ଚେନ୍ନାଇ ୧୩/୮: ସୋସିଆଲ୍ ମିଡିଆରେ ଲକ୍ଷେ ଟଙ୍କାରେ ହୋଇଥିବା ଏକ ଘରର ଫଟୋ ଜୋରସୋରରେ ଭାଇରାଲ୍ ହେଉଛି। ଖାସ୍ କଥା ହେଉଛି ଏହା ଯେ ଏହି ଘରକୁ ଯେଉଁଠି ଚାହିଁବେ ସେଠି ନେଇ ଯାଇପାରିବେ।

{"id":313871,"sizeSlug":"large"}

ଏହି ଘର ଏକ ଅଟୋରିକ୍ସାକୁ ମୋଡିଫାଇ କରି ନିର୍ମାଣ କରାଯାଇଛି। ଏହି ଘରକୁ ତାମିଲନାଡ଼ୁରେ ରହୁଥିବା ୨୩ବର୍ଷ ବୟସ୍କ ଅରୁଣ ପ୍ରଭୁ ନିର୍ମାଣ କରିଛନ୍ତି।

{"id":313873,"sizeSlug":"large"}

ଏହି ଘରେ ବେଡରୁମ୍ ,ଲିଭିଂ ରୁମ୍,କିଚେନ୍ ସହ ଟୟେଲେଟ୍ ମଧ୍ୟ ରହିଛି। ଏହି ଘରେ ଦୁଇ ଜଣ ପୂରା ଆରାମରେ ରହିପାରିବେ। ଖୋଲା ପବନରେ ବସିବାକୁ ଚାହୁଁଥିଲେ ଏକ ଆରାମଦାୟକ ଚେୟାର ଅଟୋର ଛାତରେ ରଖାଯିବାର ବ୍ୟବସ୍ଥା କରାଯାଇଛି।

{"id":313874,"width":575,"height":389,"sizeSlug":"large"}

୩୬ବର୍ଗଫୁଟରେ ହୋଇଥିବା ଏହି ଘରେ ପାଣି ପାଇଁ ୨୫୦ଲିଟରର ଓ୍ବାଟର ଟ୍ୟାଙ୍କ,୬୦୦ଓ୍ବାଟର ସୋଲାର ପ୍ୟାନେଲ୍ ଲାଗିଛି। ଏହି ଘରେ କବାଟ ଏବଂ ଉପରେ ଛାତକୁ ଯିବା ପାଇଁ ସିଡ଼ି ମଧ୍ୟ ରହିଛି।

{"id":313872,"sizeSlug":"large"}

ଏହି ଘରକୁ ପୁରୁଣା ଜିନିଷ ରିସାଇକଲ କରି ନିର୍ମାଣ କରାଯାଇଛି। ୫ମାସରେ ହୋଇଥିବା ଏହି ଘରର ନିର୍ମାଣ ଶୈଳୀ ସମସ୍ତଙ୍କୁ ପ୍ରଭାବିତ କରୁଛି। ତାମିଲନାଡ଼ୁରେ ରହୁଥିବା ଅରୁଣ ବେଙ୍ଗାଲୁରୁର ଡିଜାଇନ୍ ଏବଂ ଆର୍କିଟେକ୍ଟ କମ୍ପାନୀ ବିଲବୋର୍ଡ଼ ସହ ମିଶି ଏହାକୁ ନିର୍ମାଣ କରିଛନ୍ତି।


News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.