ପୋଲିସକୁ ରାସ୍ତାରେ ଗୋଡେଇ ଗୋଡେଇ ପିଟିଲେ ଅଟୋ ଚାଳକ, ଜାଣନ୍ତୁ କାରଣ
27/03/2019 at 3:32 PM

ମୁଜାଫରନଗର ୨୭|୩ : ପୋଲିସ ସାଧାରଣଲୋକଙ୍କୁ ପିଟୁଥିବାର ଦୃଶ୍ୟଟି ସାଧାରଣ କଥା । କିନ୍ତୁ କେହି ସାଧାରଣ ଜନତା ରାସ୍ତା ଉପରେ ପୋଲିସକୁ ଗୋଡ଼େଇ ଗୋଡ଼େଇ ପିଟୁଥିବାର ଦୃଶ୍ୟ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଘଟଣା ଘଟିଛି ବିହାର ମୁଜାଫରନଗରର ଅଘୋରିଆ ବଜାରରେ । ଗତକାଲି ଜଣେ ଅଟୋ ଚାଳକ ଭୁଲ୍ ପାର୍ଶ୍ବରେ ଅଟୋ ଚଳାଉଥିଲେ । ଏ ନେଇ ଜଣେ ଟ୍ରାଫିକ୍ ପୋଲିସ ତାଙ୍କୁ ଅଟକାଇଥିଲେ । ଏହା ପରେ ପୋଲିସ ସହ ବଚସା କରିଥିଲେ ଅଟୋ ଚାଳକ । ଉଭୟଙ୍କ ମଧ୍ୟରେ ଯୁକ୍ତି ତର୍କ ମଧ୍ୟ ହୋଇଥିଲା । ଏଥିରେ ଉତ୍କ୍ଷିପ୍ତ ହୋଇ ଅଟୋ ଚାଳକ ଓ ତାଙ୍କ ସାଙ୍ଗ ପୋଲିସକୁ ରାସ୍ତା ଉପରେ ଗୋଡ଼େଇ ଗୋଡ଼େଇ ପିଟିଥିଲେ । ଏହା ସହ ଅଟୋ ଚାଳକ ଜଣକ ପୋଲିସକୁ ପିଟୁଥିବା ବେଳେ ଆଉ କିଛି ଲୋକ ଢେଲା ପଥର ମାଡ଼ କରିଥିଲେ । ଏଥିରେ ପୋଲିସ ଜଣଙ୍କ ଗୁରୁତର ହୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ତେବେ ସବୁଠାରୁ ବଡ କଥା ହେଲା ବିଚ୍ ରାସ୍ତାରେ ଏଭଳି ଘଟଣା ଘଟିଥିଲେ ମଧ୍ୟ କେହି ହେଲେ ବି ମାଡ ଖାଉଥିବା ପୋଲିସଙ୍କୁ କେହି ବଞ୍ଚାଇବାକୁ ଚେଷ୍ଟା କରିନଥିଲେ । ଓଲଟା ଯିଏ ଯୁଆଡେ ଦୌଡି ପଳାଇଯାଇଥିଲେ । ଘଟଣାପରେ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳିଯାଇଛି । ଅଭିଯୁକ୍ତଙ୍କୁ ଗିରଫ ପାଇଁ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରଖିଛି ।