Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୁଣି ଫେଲ୍ ମାରିଲା ବ୍ୟାଟିଂ, ଦକ୍ଷିଣ ଆଫ୍ରିକା ନିକଟରୁ ୩୧ ରନରେ ହାରିଲା ଭାରତ
  • ||
  • ରାଜ୍ୟରେ ଏବେ ତୃତୀୟ ଲହର ଚାଲିଛି, ତଥାପି ଭୟଭୀତ ହେବାର ଆବଶ୍ୟକତା ନାହିଁ: ମୁଖ୍ୟ ସଚିବ
  • ||
  • ପୁରୀ: ପୋଲିସ କବଜାରେ ୩ ଧଳାଜହର ବେପାରୀ, ୧୭୨ ବ୍ରାଉନ ସୁଗାର ଜବତ
  • ||
  • କ୍ୟାପଟେନ୍ ପଦ ଛାଡିବା ପରେ କୋହଲିଙ୍କ ଟେଷ୍ଟ ରାଙ୍କିଙ୍ଗ୍ରେ ସୁଧାର, ଟପ୍-୧୦କୁ ଫେରିଲେ ବୁମରା
  • ||
  • କଳାହାଣ୍ଡି; ଗୋଲାମୁଣ୍ଡା ଗାଁ ପୋଖରୀରେ ବୁଡି ଜାଆଁଳା ଭାଇ ମୃତ
  • ||
  • ବିଜେପିରେ ମିଶି ପାରନ୍ତି କଂଗ୍ରେସର ପୋଷ୍ଟର ଗର୍ଲ ପ୍ରିୟଙ୍କା ମୌର୍ଯ୍ୟ, କହିଲେ- ପାର୍ଟି ମୋର ଫାଇଦା ଉଠାଇଲା
  • ||
  • ଭାରତର ଷ୍ଟାର ଟେନିସ୍ ଖେଳାଳି ସାନିଆ ମିର୍ଜାଙ୍କ ଅବସର ଘୋଷଣା, ୨୦୨୨ ହେବ ଶେଷ ସିଜିନ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୨ ଲକ୍ଷ ୮୨ ହଜାରରୁ ଅଧିକ କରୋନା ପଜିଟିଭ୍, ୪୪୧ ମୃତ
  • ||
  • ରାଜ୍ୟରେ ଆଉ ୬ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୪୯୪କୁ ବୃଦ୍ଧି
  • ||
  • ରାଜ୍ୟରେ ପୁଣି ୧୧ ହଜାର ଉପରେ ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୧୬୦୭ କୋଭିଡ୍ ପଜିଟିଭ୍, ୧୧୬୭୦୯୪ରେ ପହଞ୍ଚିଲା ସଂଖ୍ୟା
  • ||

Auto Expo 2020: ମାରୁତି ଉପସ୍ଥାପନ କଲେ ଆସନ୍ତା କାଲିର ଇଲେକ୍ଟ୍ରି କାର Futuro_E

5/02/2020 at 11:00 PM

ନୂଆଦିଲ୍ଲୀ ୫।୨:  ଅଟୋ ଏକ୍ସପୋ ୨୦୨୦ର ପ୍ରଥମ ଦିନରେ ବିଶ୍ୱର ବଡବଡ ଅଟୋମୋବାଇଲ କମ୍ପାନୀମାନେ ସେମାନଙ୍କ ନୂଆ ନୂଆ ବାହନ ପ୍ରଦର୍ଶନ କରିଛନ୍ତି। ଏଥିରେ ଦେଶର ଅଗ୍ରଣୀ ବାହନ ନିର୍ମାତା ମାରୁତି ସୁଜୁକି ନିଜର କନସେପ୍ଟ ଇଲେକ୍ଟ୍ରିକ କାର ଫୁଚୁରୋ-ଇ ଉପସ୍ଥାପିତ କରିଛନ୍ତି। ଦେଖିବାକୁ ଷ୍ଟାଇଲିସ ଓ ସ୍ପୋର୍ଟି ଏହି କାର ଏବେ ଦର୍ଶକଙ୍କ ଆକର୍ଷଣର କେନ୍ଦ୍ର ପାଲଟିଛି।

ମାରୁତି ଏହି ଇଲେକ୍ଟ୍ରିକ୍ କାରର ଇନ ହାଉସ ଡିଜାଇନ  କରିଛନ୍ତି। ଭବିଷ୍ୟତର ଉପଯୋଗୀ ବାହନ ଲାଗି କମ୍ପାନୀ ପକ୍ଷରୁ ଏହା ଏକ ବଡ ପଦକ୍ଷେପ ବୋଲି ମାରୁତି କର୍ତ୍ତୃପକ୍ଷ କହିଛନ୍ତି। ଏବେ ସଡରେ ଚାଲୁଥିବା କମ୍ପାକ୍ଟ ଏସୟୁଭି ତୁଳନାରେ ଏହି କନସେପ୍ଟ କାର ସମ୍ପୂର୍ଣ୍ଣ ଭିନ୍ନ। ଏହାର ଲୁକ୍ ସମସ୍ତଙ୍କୁ ପସନ୍ଦ ଆସୁଛି। ଏହା ରରଙ୍ଗ ଯେମିତି, ଇଣ୍ଟେରିୟର ବି ସେମିତି। ଏହାର ଡାସ୍ ବୋର୍ଡ ଦେଖିଲେ ଯେ କେହିବି କାରର ପ୍ରେମରେ ପଡିଯିବାଟା ନିଶ୍ଚିତ। ତେବେ ଦେଶରେ ହେଉଥିବା ବୈଷୟିକ ବିପ୍ଲବରେ ମାରୁତି ଏହି କାର ନୂଆ ପରିବର୍ତ୍ତନ ଆଣିବ।

ତେବେ ଏହି କାରର ପ୍ରାରମ୍ଭିକ ବଜାର ମୂଲ୍ୟ ଆନୁମାନିକ ୧୫ଲକ୍ଷରୁ ଆରମ୍ଭ ହୋଇପାରେ। ଏଥିରେ ୪ ଜଣଙ୍କ ବସିବାର ସୁବିଧା ଥିବା ବେଳେ ଚାଳକକୁ ଇଣ୍ଟରିୟର ନିୟନ୍ତ୍ରଣର ସମସ୍ତ ସୁବିଧା ପ୍ରଦାନ କରାଯାଇଛି। ଏହା ଛଡା ଏକ୍ସପୋର ପ୍ରଥମ ଦିନରେ ମାରୁତି ତାଙ୍କର ସେଲେରିଓ, ୱାଗନର, ଏସ୍-ପ୍ରେସୋ ଆଦିର ଅପଗ୍ରେଡ ଭର୍ସନବି ଲଞ୍ଚ କରିଛନ୍ତି।  

   Related Posts