ବାରହା ଆସିଯିବାରୁ ଅଟୋ ଦୁର୍ଘଟଣାଗ୍ରସ୍ତ, ୧୦ ମହିଳା ଆହତ

Published By : Prameya-News7 Bureau | January 24, 2021 IST

ଗଞ୍ଜାମ ,୨୪/୦୧:  ଗଞ୍ଜାମ ଜିଲ୍ଲା ଚିକିଟି ବ୍ଲକ ଅନ୍ତର୍ଗତ ଝାଟିପଦରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ଏଥିରେ ୧୦ ଜଣ ଆହତ ହୋଇଛନ୍ତି । ଆହତଙ୍କ ମଧ୍ୟରୁ ୪ଜଣ ଗୁରୁତର ଅଛନ୍ତି ।

ଆହତ ହୋଇଥିବା ସମସ୍ତେ ମହିଳା ହୋଇଥିବା ସୂଚନା ମିଳିଛି। ଏହି ମହିଳାମାନେ ଚିକିଟି ବ୍ଲକ୍ ସୁରଳ ଠାରୁ ବ୍ରହ୍ମପୁର ଅଭିମୁଖେ ମାଛ ବିକ୍ରି କରିବାକୁ ଯାଉଥିଲେ।

ସକାଳ ୬ଟା ବେଳେ ଝାଟିପଦର ନିକଟରେ ହଠାତ ୩/୪ଟି ବାରହା ସାମନାକୁ ଆସିଯିବାରୁ ଭାରସାମ୍ୟ ହରାଇ ଅଟୋଟି ଓଲଟି ପଡିଥିଲା। ଗୁରୁତରମାନେ ଏମକେସିଜି ହସପିଟାଲରେ ଭର୍ତ୍ତି କରାଯାଇଥିବା ଜଣାପଡିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.