କେନ୍ଦ୍ରାପଡ଼ା ୨୫।୦୨: କେନ୍ଦ୍ରାପଡି ଗରାପୁର୍ ନିକଟରେ ଏକ ଅଟୋ ଓଲଟି ୬ ଜଣ ଯାତ୍ରୀ ଆହତ ହୋଇଛନ୍ତି l ଆହତଯାତ୍ରୀଙ୍କ ମଧ୍ୟରେ ଜଣେ ୩ ମାସ ଏବଂ ଆଉ ଜଣେ ଦେଢ଼ ବର୍ଷ ର ଶିଶୁ ଥିବା ଜଣାପଡ଼ିଛି l ସମସ୍ତ ଆହତଙ୍କ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି ।
ମିଳିଥିବା ସୂଚନା ଅନୁଯାୟୀ ପଳସିଂହା ଗ୍ରାମର ଏକ ପରିବାର ନିଜର ଦୁଇଜଣ ଶିଶୁ ଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ କେନ୍ଦ୍ରାପଡ଼ା ଜିଲା ମୁଖ୍ୟ ଚିକିତ୍ସାଳୟକୁ ଅଟୋ ଯୋଗେ ଆସୁଥିଲେ l ତେବେ କଟକ-ଚାନ୍ଦବାଲି ରାସ୍ତା ଗରାପୁର୍ ଛକ ନିକଟରେ ଭାରସାମ୍ୟ ହରାଇ ଅଟୋଟି ରାସ୍ତା ତଳକୁ ଓଲଟି ପଡିଥିଲା l ଅଟୋ ରେ ଥିବା କବିତା ରାଉତ, ସସ୍ମିତା ରାଉତ, ରାଜକିଶୋର ବିଶ୍ଵାଳ, ମନସ୍ଵିନୀ ବିଶ୍ଵାଳ ଆହତ ହୋଇଥିବା ବେଳେ ୩ ମାସ ଏବଂ ଦେଢ ବର୍ଷର ଶିଶୁଙ୍କ ଅବସ୍ଥା ଗୁରୁତର ଥିବା ଜଣାଯାଇଛି l ଅଟୋ ଦୁର୍ଘଟଣା ଗ୍ରସ୍ତ ହେବା ପରେ ଅଟୋ ଚାଳକ ମନୋଜ ଫେରାର୍ ହୋଇଯାଇଥିବା ଜଣାପଡିଛି l ଆହତ ମାନଙ୍କୁ ଚିକିତ୍ସା ପାଇଁ କେନ୍ଦ୍ରାପଡ଼ା ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରାଯାଇଛି l