Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନୀଳଗିରି : ମାସ୍କ ଚେକିଂ ନାଁରେ ୨ ଯୁବକଙ୍କୁ ଗୁଡେଇ ତୁଡେଇ ପିଟିଲା ପୋଲିସ, ସୋସିଆଲ୍ ମିଡିଆରେ ଭିଡିଓ ଭାଇରାଲ୍
  • ||
  • ଚାନ୍ଦବାଲି : ମାସ୍କ ଚେକିଂ ନାଁରେ ୨ ଯୁବକଙ୍କୁ ଗୁଡେଇ ତୁଡେଇ ପିଟିଲା ପୋଲିସ, ସୋସିଆଲ୍ ମିଡିଆରେ ଭିଡିଓ ଭାଇରାଲ୍
  • ||
  • ଜଳେଶ୍ବର : ଓଭରବ୍ରିଜ୍ ଓ୍ବାଲ୍‌କୁ ଧକ୍କା ଦେଇ ଓଲଟିଲା ବୋଲେରୋ, ୬ ଗୁରୁତର
  • ||
  • ଭୁବନେଶ୍ବର : ରାଜ୍ୟରେ କରୋନା ନେଲା ଆଉ ୨ ଜଣଙ୍କ ଜୀବନ, ୧୯୨୮ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା
  • ||
  • ୩୦ଜିଲ୍ଲାରୁ ଚିହ୍ନଟ ହେଲେ ସଂକ୍ରମିତ, ୨୪ ଘଣ୍ଟାରେ ୧୭୪୧ ପଜିଟିଭ୍ ଚିହ୍ନଟ
  • ||
  • ନୟାଗଡ଼ : ରେଳ ଷ୍ଟେସନରେ ଲଙ୍କାକାଣ୍ଡ : ବ୍ୟାପକ ପୋଡାଜଳା ଓ ଭଙ୍ଗାରୁଜା, ବିରୋଧ କରିବାରୁ ମ୍ୟାନେଜର ଓ କର୍ମଚାରୀଙ୍କୁ ଆକ୍ରମଣ
  • ||
  • ଆଜି ୧୧ ଜିଲ୍ଲାରେ କାଳବୈଶାଖି ବର୍ଷା ! ୧୫ ଯାଏଁ ତାତିରୁ ମିଳିବ ତ୍ରାହି
  • ||

ବସ୍‌ରେ ଉଜ୍ଜୟିନୀରେ ପହଁଚିଥିଲା ଗ୍ୟାଙ୍ଗଷ୍ଟର ବିକାଶ ଦୁବେ, ଅଟୋ ଡ୍ରାଇଭର ଖୋଲିଲେ ବଡ ଗୁମର

14/07/2020 at 8:28 AM

ଜୟପୁର, ୧୪|୦୭:  ଗତ ଶୁକ୍ରବାର କାନପୁର ପୋଲିସ ଏନକାଉଣ୍ଟରରେ ନିହତ ହୋଇଛି ଗ୍ୟାଙ୍ଗଷ୍ଟର ବିକାଶ ଦୁବେ । ତେବେ ତାକୁ ମଧ୍ୟ ପ୍ରଦେଶର ଉଜ୍ଜୟିନୀରୁ ଗିରଫ କରାଯାଇଥିଲା । ଉଜ୍ଜୟିନୀରେ ବିକାଶ ୨ରୁ ୩ ଦିନ ରହିଥାନ୍ତା ବୋଲି ଯୋଜନା କରିଥିଲା । ଏହି ସୂଚନା ଦେଇଛନ୍ତି ବିକାଶକୁ ମହାକାଳ ମନ୍ଦିର ପହଁଚାଇଥିବା ଅଟୋ ଡ୍ରାଇଭର । ଏହି ଅଟୋ ଡ୍ରାଇଭରଙ୍କୁ ପୋଲିସ ୨୪ ଘଣ୍ଟା ଜେରା କରିବା ପରେ ଛାଡି ଦେଇଛି ।

ଅଟ୍ରୋ ଡ୍ରାଇଭରଜଣଙ୍କ କହିଛନ୍ତି ଯେ, ବିକାଶ ଭୋର୍ ୩.୫୫ରେ ରାଜସ୍ଥାନରୁ ବାବୁ ଟ୍ରାଭେଲ୍ସ ବସରେ ଓହ୍ଲାଇଥିଲା । ସେ ଦେବାସ୍ ଗେଟ୍ ପାଖରେ ଓହ୍ଲାଇଥିଲା । ବିକାଶ ଡ୍ରାଇଭରଙ୍କୁ ମହାକାଳ ମନ୍ଦିର ନେବାକୁ କହିଥିଲା । ଅଟ୍ରୋ ଡ୍ରାଇଭର ଏଥିପାଇଁ ୫୦ ଟଙ୍କା ଭଡା କହିଥିଲେ । ବିକାଶ ଭଡା ଦେବାକୁ ରାଜି ହୋଇଥିଲା । ସେ କିନ୍ତୁ ଏହି ଗ୍ୟାଙ୍ଗଷ୍ଟାରକୁ ଜାଣିପାରି ନଥିଲା ।

ଦୁବେ ତାକୁ ୨,୩ ଦିନ ରହିବା ବ୍ୟବସ୍ଥା କରିବାକୁ କହିଥିଲା । କିଛି ପରିଚୟ ପତ୍ର ଥିଲେ ସେ ହୋଟେଲରେ ରହିପାରିବ ବୋଲି ଡ୍ରାଇଭର କହିଥିଲେ । ପରିଚୟ ପତ୍ରର ଜେରସ୍କ ଥିବା ବିକାସ କହିଥିଲା । ଏହାପରେ ଅଟୋ ଅନମୋଲ୍ ପ୍ୟାଲେସରେ ଲାଗିଥିଲା ।

ସୂଚନାଯୋଗ୍ୟ, ଗତ ଶୁକ୍ରବାର ଉତ୍ତର ପ୍ରଦେଶର କାନପୁରରୁ ଏକ ବଡ ଖବର ସାମ୍ନାକୁ ଆସିଥିଲା । ବିକାଶକୁ ନେବା ବେଳେ ୟୁପି ଏସଟିଏଫର କାର୍ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଏହି ଦୁର୍ଘଟଣାରେ କାର୍‌ଟି ଓଲଟି ଯାଇଥିଲା ।

ତେବେ ଦୁର୍ଘଟଣା ପରେ ବିକାଶ ପୋଲିସର ବନ୍ଧୁକ ଛଡାଇବାକୁ ଚେଷ୍ଟା କରିଥିଲା । ଖସିଯିବାକୁ ମଧ୍ୟ ଉଦ୍ୟମ କରିଥିଲା । ଏହି ସମୟରେ ପୋଲିସ ସହ ତାହାର ମୁହାଁମୁହିଁ ମଧ୍ୟ ହୋଇଥିଲା । ଉଭୟ ପକ୍ଷର ଏନକାଉଣ୍ଟରରେ ବିକାଶ ନିହତ ହୋଇଥିଲା ।

   Related Posts