Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଉଦଳା : ଖାକି ଉପରେ ଖାକିର ଜୁଲମ୍, ବିଚ୍ ରାସ୍ତାରେ ଏସଆଇଙ୍କୁ ଆକ୍ରମଣ କଲେ ଜେଲ୍ ଓ୍ୱାର୍ଡର
  • ||
  • ରାଜ୍ୟରେ ଗତ ୨୪ଘଣ୍ଟାରେ କରୋନା ନେଲା ୪୪ ଜଣଙ୍କ ଜୀବନ, ୩୪୩୨ରେ ପହଞ୍ଚିଲା ମୃତ୍ୟୁ ସଂଖ୍ୟା
  • ||
  • କମୁଛି ସଂକ୍ରମଣ, ରାଜ୍ୟରେ ୨୪ ଘଣ୍ଟାରେ ୩୫୩୫ କୋଭିଡ୍ ପଜିଟିଭ୍ ଚିହ୍ନଟ
  • ||
  • ଗାଜା ଉପରେ ଇସ୍ରାଏଲର ପୁଣି ରକେଟ୍ ଆକ୍ରମଣ, ଭାଙ୍ଗିଲା ଅସ୍ତ୍ରବିରତି ରାଜିନାମା
  • ||
  • ମର୍ମନ୍ତୁଦ ଦୁର୍ଘଟଣା : ଟ୍ରଲରକୁ ପଛପଟୁ ପିଟିଲା ପିକ୍‌ଅପ୍‌ ଭ୍ୟାନ୍‌, ୨ ମୃତ
  • ||

ନିଜ ଜୀବନକୁ ବାଜି ଲଗାଇ ମହିଳା ଏବଂ ତାଙ୍କ ପୁଅକୁ ରକ୍ଷା କଲେ ଅଟୋ ଡ୍ରାଇଭର, ହେଲେ ସେ ଏବେ ନିଖୋଜ

27/12/2018 at 12:25 PM

ଦିଲ୍ଲୀ ୨୭/୧୨ : କେନାଲରେ ବୁଡି ଯାଉଥିବା ମହିଳା ଏବଂ ତାଙ୍କ ପୁଅକୁ ବଞ୍ଚାଇବାକୁ ଯାଇ ନିଜ ଜୀବନକୁ ବାଜି ଲଗେଇଦେଲେ ଜଣେ ଅଟୋ ଡ୍ରାଇଭର | ଘଟଣା ଘଟିଛି ଦିଲ୍ଲୀରେ | ଅଟୋ ଡ୍ରାଇଭର ଜଣକ ହେଲେ ପବନ ଶାହ |

ଗତ ଶନିବାର ଦିନ ୩୦ ବର୍ଷ ବୟସ୍କ ପବନ ଯାତ୍ରୀଙ୍କୁ ନିଜ ଗନ୍ତବ୍ୟ ସ୍ଥଳରେ ଛାଡି ଘରକୁ ଫେରୁଥିବାବେଳେ ଦେଖିଲେ ଜଣେ ମହିଳା ନିଜ ପୁଅକୁ ଧରି ମିଥାପୁର କେନାଲ ମୁହଁରେ ଛିଡା ହୋଇଥିଲେ | ଆଖି ପିଛୁଳାକେ ମହିଳା କେନାଲକୁ ଡେଇଁ ପଡିଥିବା ପବନ ଦେଖିଥିଲେ | ଏହା ଦେଖି ପବନ ତୁରନ୍ତ ଅଟୋ ଛାଡି କେନାଲ ଭିତରକୁ ଡେଇଁ ପଡ଼ିଥିଲେ ମହିଳା ଏବଂ ତାଙ୍କ ପୁଅକୁ ବଞ୍ଚାଇବା ପାଇଁ | ପବନ କେନାଲ ଭିତରକୁ ଡେଇଁବା ପୂର୍ବରୁ ପାଟି କରି ଆଖପାଖ ଲୋକଙ୍କୁ ସାହାଯ୍ୟ ପାଇଁ ଡାକିଥିଲେ | ସେତେବେଳେ  ୩ଜଣ ଲୋକ ସେହି ରାସ୍ତା ଦେଇ ଯାଉଥିଲେ | ସେମାନେ ପବନକୁ ପାଣି ଭିତରକୁ ଡେଇଁବା ଦେଖିଥିଲେ | କୌଶଳକ୍ରମେ ସେମାନେ ମହିଳା ଏବଂ ତାଙ୍କ ପୁଅକୁ ରକ୍ଷା କରିବାରେ ସକ୍ଷମ ହୋଇଥିଲେ | ଏହାପରେ ସେମାନେ ପବନକୁ ରକ୍ଷା କରିବା ପାଇଁ ପାଣି ଭିତରେ ବହୁତ ଖୋଜାଖୋଜି କରିଥିଲେ | ତେବେ ଏତିକିବେଳକୁ ବହୁତ ବିଳମ୍ବ ହୋଇଯାଇଥିଲେ | କେନାଲର ପ୍ରଖର ଢେଉ ପବନକୁ ଭସାଇ ନେଇଥିଲା | ବହୁତ ଖୋଜାଖୋଜି ପରେ ମଧ୍ୟ ସେମାନେ ପବନକୁ ପାଇନଥିଲେ | ସେହି ୩ଜଣ ବ୍ୟକ୍ତି ସଂଗେ ସଂଗେ ଏନେଇ ଜେଟପୁର ପୋଲିସ ଷ୍ଟେସନରେ ଖବର ଦେଇଥିଲେ | ଖବର ପାଇ ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଂଚି ପବନକୁ ଖୋଜିଥିଲେ | ତଥାପି ପବନଙ୍କୁ ପାଇନଥିଲେ | ଘଟଣାର ୫ ଦିନ ପରେ ମଧ୍ୟ ପୋଲିସର ତଦନ୍ତ ଜାରି ରହିଛି | ହେଲେ ଏବେ ଯାଏଁ ପବନର କୌଣସି ପତ୍ତା ମିଳିନାହିଁ | ଏନେଇ ଦକ୍ଷିଣ-ପୂର୍ବ ଦିଲ୍ଲୀ ପୋଲିସର ଡେପୁଟି କମିଶନର ଚିନ୍ମୟ ବିଶ୍ୱାଳ ସୂଚନା ଦେଇଛନ୍ତି |

ଉଦ୍ଧାର ହୋଇଥିବା ମହିଳା ଏବଂ ତାଙ୍କ ପୁଅକୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା | ଉଭୟଙ୍କ ଅବସ୍ଥା ଏବେ ଭଲ ଥିବା ଜଣାପଡିଛି | ପୋଲିସ ସୂଚନା ଅନୁଯାୟୀ, ମହିଳା ନିଜ ସ୍ୱାମୀଙ୍କ ସହ ଝଗଡା କରି କେନାଲକୁ ଆତ୍ମହତ୍ୟା କରିବା ପାଇଁ ଆସିଥିଲେ | ତେବେ ସେ ଆତ୍ମହତ୍ୟା ତ କରିପାରିନଥିଲେ ବରଂ ତାଙ୍କୁ ବଞ୍ଚାଇବାକୁ ଯାଇ ଏକ ନିରୀହ ଜୀବନ ଏବେ ନିରୁଦ୍ଦିଷ୍ଟ |

ପବନଙ୍କ ନାଁ ‘ଜୀବନ ରକ୍ଷା’ ସାହାସିକତା ପୁରସ୍କାର ପାଇଁ ମନୋନୀତ ହେବ ବୋଲି ବରିଷ୍ଠ ପୋଲିସ ଅଧିକାରୀ ସୂଚନା ଦେଇଛନ୍ତି | 

   Related Posts