Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସମ୍ମାନ ରଖିଲା ଭାରତ, ଶେଷ ଦିନିକିଆରେ କଙ୍ଗାରକୁ ୧୩ ରନରେ ଦେଲା ମାତ୍, ୨-୧ରେ ସିରିଜ୍ ଜିତିଲା ଅଷ୍ଟ୍ରେଲିଆ
  • ||
  • ମାଲକାନଗିରି : ଶବ ସତ୍କାର ପାଇଁ ଗାଁ ମଶାଣୀରେ ମିଳୁନି ଜାଗା, ୨୪ ଘଣ୍ଟା ହେଲା ଗାଁ ଦାଣ୍ଡରେ ପଡିଛି ମୃତଦେହ
  • ||
  • ଜୟପୁର : ଆତ୍ମସମର୍ପଣ କଲେ ମହିଳା ମାଓବାଦୀ, ହାର୍ଡକୋର ମାଓବାଦୀ ରାମକ୍ରିଷ୍ଣାର ଥିଲା ଅଙ୍ଗରକ୍ଷୀ
  • ||
  • ଭୁବନେଶ୍ବର : ୧୧୨ ଡାଏଲ କରନ୍ତୁ, ମିଳିବ ସବୁ ଜରୁରୀ ସେବା ଓ ସହାୟତା : ନୂଆ ଏକକ ପୋଲିସ ହେଲ୍ପ ଲାଇନ୍ ନମ୍ବର ଘୋଷଣା କଲେ ମୁଖ୍ୟମନ୍ତ୍ରୀ
  • ||
  • କଟକ : ‘ସ୍କୁଲ ଫି’ ଧାର୍ଯ୍ୟ ପାଇଁ ଆଇନ ନାହିଁ’- ହାଇକୋର୍ଟରେ ଏଭଳି ତଥ୍ୟ ରଖିଲେ ସରକାର
  • ||
  • ୩ ଦିନିଆ ରିମାଣ୍ଡରେ ଯିବେ ଅଭୟକାନ୍ତ ପାଠକ: ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟ ଦେଲେ ଅନୁମତି
  • ||
  • ଭୁବନେଶ୍ୱର : କମିଲା କରୋନା ପରୀକ୍ଷା ଦର, ଏଣିକି ୪ଶହ ଟଙ୍କାରେ ହେବ କୋଭିଡ୍ RT-PCR ଟେଷ୍ଟ
  • ||
  • କଳାହାଣ୍ଡି : ଜମିବାଡ଼ି ବିବାଦକୁ ନେଇ ଗୋଷ୍ଠୀ ସଂଘର୍ଷ, ୪ ଆହତ
  • ||
  • ଜି.ଉଦୟଗିରି : ଭାରସାମ୍ୟ ହରାଇ ବାଇକ୍ ଦୁର୍ଘଟଣା : ଜଣେ ମୃତ, ୨ ଗୁରୁତର
  • ||
  • କଣ୍ଟାବାଞ୍ଝି : ରେଳ ଷ୍ଟେସନରୁ ୭୪ ଜଣ ଦାଦନ ଶ୍ରମିକ ଉଦ୍ଧାର, ସର୍ଦାର ଫେରାର
  • ||

ବାଟଭୁଲି ଯାଇଥିବା ନାବାଳିକାକୁ ସାହାଯ୍ୟ କରିବା ନାଁରେ ଅଟୋ ଚାଳକ କଲା ଦୁଷ୍କର୍ମ

11/02/2019 at 5:33 PM

ଫିରୋଜପୁର ୧୧/୨-ଆଜିକାଲି ସହଜରେ ସମସ୍ତଙ୍କୁ ବିଶ୍ଵାସ କରିବା ଉଚିତ ନୁହେଁ । ଜଣେ ନାବାଳିକା  ଏମିତି ସରଳ ବିଶ୍ଵାସରେ ଶିକାର ହୋଇ ଦେବାକୁ ପଡ଼ିଛି ଅନେକ ମୂଲ୍ୟ । ଜଣେ ଅଟୋ ଚାଳକ ସାହାର୍ଯ୍ୟ କରିବା ନାଁରେ ଆଶ୍ରୟଦେଇ କରିଛନ୍ତି ଗଣଦୁଷ୍କର୍ମ ।

ଏହିଭଳି ଘଟଣା ଘଟିଛି କିଲ୍ଲା ମୋହଲ୍ଲାର  ଡ଼ିସ୍କୋ କଲୋନୀରେ । ଜଣେ ନାବାଳିକା ସାଙ୍ଗ ଘରକୁ ଯିବା ପାଇଁ ରେଳ ଷ୍ଟେସନ ଯାଇଥିଲା । ସେଠାରେ ଭୂଲବଶତଃ ଅନ୍ୟ ଏକ ଟ୍ରେନରେ ଚାଲିଯାଇଥିଲା । ସେ ଦିଲ୍ଲୀ ବଦଳରେ ଫିରୋଜପୁର ଷ୍ଟେସନରେ ପହଂଚିଥିଲା । ସେ ବାଟ ଭୁଲିଯାଇଥିବାରୁ ଜଣେ ଅଟୋବାଲାକୁ ରାସ୍ତା ପଚାରିଥିଲା । ଅଟୋବାଲା ଦିଲ୍ଲୀକୁ ସେହିଦିନ କୌଣସି ଟ୍ରେନ ନାହିଁ ବୋଲି କହିଥିଲା ।

 ନାବାଳିକାଙ୍କୁ ସାହେବ ନାମକ ଜଣେ ଅଟୋବାଲା ରାତିରେ  ଆଶ୍ରୟ ଦେବାକଥା କହିଥିଲା । କାଲି ସକାଳେ ଟ୍ରେନରେ ବସାଇଦେବାକୁ କହି ଘରକୁ ନେବା ବଦଳରେ ଅମୃତସରର ଏକ ହୋଟେଲକୁ ନେଇଥିଲା । ସେହି ହୋଟେଲ ନିକଟରେ ବାବା ନାମକ ସାହେବର ଜଣେ ବନ୍ଧୁ ମଧ୍ୟ ଅପେକ୍ଷା କରିଥିଲା ।

ହୋଟେଲରେ ନାବାଳିକାଙ୍କୁ ରାତିସାରା ଗଣଦୁଷ୍କର୍ମ କରିଥିବା କଥା କହିଛନ୍ତି ନାବାଳିକା । ରାତିସାରା ଦୁଷ୍କର୍ମ କରିବା ପରେ ସକାଳେ ନାବାଳିକାଙ୍କୁ ବସେଇ ଦେଇଥିଲେ ଟ୍ରେନରେ । ନାବାଳିକା ଏବାବଦରେ ଘରେ କହିବା ପରେ ପରିବାର ଲୋକ ଥାନାରେ ମାମଲା କରିଥିଲେ ଦାୟର । ପୋଲିସ ଏ ଘଟଣାର ତଦନ୍ତ ଆରମ୍ଭ କରିଥିଲେ ବି ଅପରାଧିଙ୍କୁ ଧରିବାକୁ ସକ୍ଷମ ହୋଇନାହିଁ ।

   Related Posts