ଅଜଣା ଗାଡି ଧକ୍କାରେ ଅଟୋ ଚାଳକ ମୃତ, ଅଲଗା ହୋଇଗଲା ମୁଣ୍ଡ-ଗଣ୍ଡି

Published By : Prameya-News7 Bureau | March 09, 2021 IST

କୋରାପୁଟ ୯।୩: ଅଜଣା ଗାଡି ଧକ୍କାରେ ଅଟୋ ଚାଳକଙ୍କ ମୃତ୍ୟୁ ହୋଇଛି । କୋରାପୁଟ ସଦର ଥାନା ଅନ୍ତର୍ଗତ ରାଣୀଗଡ ରାସ୍ତା କମରାଗୁଡା ନିକଟରେ ମଙ୍ଗଳବାର ସକାଳୁ ଏହି ଦୁର୍ଘଟଣା ଘଟିଛି । ଏକ ଅଜଣା ଗାଡି ଧକ୍କାରେ ଅଟୋ ଚାଳକଙ୍କ ମୃତ୍ୟୁ ହୋଇଛି । ମୃତକ ହେଲେ କୋରାପୁଟ ସଦର ଥାନା ଅନ୍ତର୍ଗତ ବାଲିପେଟାଗୁଡାର ଭଗବାନ ପୁଜାରୀ ।

ସୂଚନାଯୋଗ୍ୟ ଯେ, ଗାଁରୁ କୋରାପୁଟକୁ ଅଟୋ ନେଇ ଆସୁଥିବା ବେଳେ କମରାଗୁଡା ନିକଟରେ ଅଜଣା ଗାଡି ଧକ୍କା ଦେଇ ଚମ୍ପଟ ମାରିଥିଲା । ଫଳରେ ଚାଳକଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ଜଣାପଡିଛି । ଖବର ପାଇ ସଦର ପୋଲିସ ଶବ ଜବତ କରି ବ୍ୟବଚ୍ଛେଦ କରିବା ପରେ ପରିବାରକୁ ହସ୍ତାନ୍ତର କରିଛି । ଦୁର୍ଘଟଣାରେ ଅଟୋ ଚାଳକଙ୍କ ମୁଣ୍ଡ ଗଣ୍ଡି ଅଲଗା ହୋଇଯାଇଥିବା ଜଣାପଡିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.