Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପ୍ରତିରକ୍ଷା ରପ୍ତାନୀ କ୍ଷେତ୍ରରେ ମାଇଲ ଖୁଣ୍ଟ : ଫିଲିପାଇନ୍ସକୁ ଧୃବ ହେଲିକପ୍ଟର ବିକ୍ରି କରିବ ଭାରତ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୯ ହଜାରରୁ ଅଧିକ କରୋନା ପଜିଟିଭ୍, ୧୫୯ ମୃତ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୨୮କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୯୫ କରୋନା ସଂକ୍ରମିତ, ୧୦୫୦୯୫୫ରେ ପହଞ୍ଚିଲା ସଂଖ୍ୟା
  • ||
  • ବାୟୁସେନା ହେଲିକପ୍ଟର କ୍ରାସ୍‌ରେ ଓଡିଆ ଯବାନ ମୃତ, ତାଳଚେରରେ ରାଣା ପ୍ରତାପ ଦାସଙ୍କ ଘର
  • ||
  • ମାତିଲେ ମାଓବାଦୀ : ଜାଳିଲେ ଗାଡ଼ି, ସୁପରଭାଇଜରଙ୍କୁ କଲେ ଅପହରଣ
  • ||
  • ମୁହାଁମୁହିଁ ହେବେ ଶାସକ-ବିରୋଧି : ମମିତା ମେହେର ପ୍ରସଙ୍ଗରେ ବିଧାନସଭା ଘେରିବ ବିଜେପି
  • ||

ମହାନଦୀ ବ୍ରିଜ୍‌ରେ ଅଟୋ ଉପରେ ମାଡିଗଲା ଟ୍ରକ୍, ଘଟଣାସ୍ଥଳରେ ଅଟୋ ଚାଳକଙ୍କ ମୃତ୍ୟୁ

4/06/2021 at 3:34 PM

ସମ୍ବଲପୁର ୪।୬: ସମ୍ବଲପୁର ବୁର୍ଲା ମହାନଦୀ ବ୍ରିଜ୍ ଉପରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଅଟୋ ଉପରେ ମାଡିଗଲା ଟ୍ରକ୍ । ଦୁର୍ଘଟଣା ଫଳରେ ଅଟୋଟି ଚୁରମାର ହୋଇଯାଇଥିବା ବେଳେ ଅଟୋ ଚାଳକଙ୍କ ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଛି । ତେବେ ଦୁର୍ଘଟଣାଗ୍ରସ୍ତ ଅଟୋଟି କେଉଁ ଅଞ୍ଚଳର ଏବଂ ମୃତ ଡ୍ରାଇଭରଙ୍କ ପରିଚୟ ମିଳିପାରି ନାହିଁ । ଘଟଣାସ୍ଥଳରେ ବୁର୍ଲା ପୋଲିସ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି କରୁଛି । 

ଅନ୍ୟପଟେ ଦୁର୍ଘଟଣା ଘଟାଇଥିବା ଟ୍ରକଟି ଘଟଣାସ୍ଥଳରୁ ଫେରାର ହେବାକୁ ଉଦ୍ୟମ କରୁଥିବା ବେଳେ କତାପାଲି ଛକ ନିକଟରେ ପୋଲିସ ଟ୍ରକକୁ ଧରିଥିବା ଜଣାପଡ଼ିଛି । ତେବେ ଏହି ଦୁର୍ଘଟଣାଟି ମହାନଦୀ ପୋଲ ଉପରେ ଘଟିଥିବାରୁ ବରଗଡ଼-ସମ୍ବଲପୁର ଜାତୀୟ ରାଜପଥର ଉଭୟ ପାର୍ଶ୍ବରେ ହଜାର ହଜାର ଯାନବାହାନ ଅଟକି ରହିବା ସହ ଟ୍ରାଫିକ୍ ଜାମ୍ ପରିସ୍ଥିତି ସୃଷ୍ଟି ହୋଇଛି ।

   Related Posts