Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଷ୍ଟେଟ୍ ବ୍ୟାଙ୍କ ଉପରେ କୋଟିଏ ଟଙ୍କାର ଫାଇନ ଲଗାଇଲେ ରିଜର୍ଭ ବ୍ୟାଙ୍କ, ସବୁଠୁ ବଡ ବ୍ୟାଙ୍କ ବିରୋଧରେ ଋଣ ନିୟମ ଉଲ୍ଲଙ୍ଘନ ଅଭିଯୋଗ
  • ||
  • ଶ୍ରେୟସ ଆୟରଙ୍କ ଉପରେ ମୁମ୍ବାଇ ଇଣ୍ଡିଆନ୍ସର ନଜର, ରାହୁଲ ଓ ଧାଓ୍ୱନ ବି ବଦଳାଇବେ ଟିମ୍ !
  • ||
  • ରାଜ୍ୟରେ ଆଉ ୩ ଜଣ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୬କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୬୪ କରୋନା ସଂକ୍ରମିତ, ୧୦୪୮୪୯୨ରେ ପହଞ୍ଚିଲା ସଂଖ୍ୟା
  • ||
  • ଜରୁରୀକାଳିନ ପରିସ୍ଥିତି ଘୋଷଣା କଲେ ଗଭର୍ଣ୍ଣର : କରୋନା ସଂକ୍ରମଣ ବଢିବା ପରେ କଟକଣା କଡାକଡି
  • ||
  • ୧୮ କେଜିର ବଜ୍ରକାପ୍ତା ଉଦ୍ଧାର, ଡିଲ୍ ବେଳେ ଧରିଲା ବନ ବିଭାଗ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୪୬୫ ମୃତ
  • ||
  • ଫସଲ ନଷ୍ଟ କରି ଫେରିଗଲେ ଝାଡଖଣ୍ଡୀ ହାତୀପଲ, କ୍ଷତିପୂରଣ ଦାବି କଲେ ଚାଷୀ
  • ||
  • ଫସଲ ନଷ୍ଟ କରି ଫେରିଗଲେ ଝାଡଖଣ୍ଡୀ ହାତୀପଲ, କ୍ଷତିପୂରଣ ଦାବି କଲେ ଚାଷୀ
  • ||
  • ଓଡିଶା ଉପକୂଳରେ ମାଡ ହେବ ବାତ୍ୟା ! ଡିସେମ୍ବର ୩ରୁ ୬ ଯାଏଁ ପ୍ରବଳ ବର୍ଷା
  • ||

ଅଟୋ ଡ୍ରାଇଭରଙ୍କ ମହାନତା, ଫେରାଇଲେ ୭ ଲକ୍ଷର ସୁନା ଗହଣା

8/06/2021 at 7:29 AM

ସମ୍ବଲପୁର, ୦୮|୦୬ : ମହାନତା ଦେଖାଇଲେ ଅଟୋ ଡ୍ରାଇଭର । ଯାତ୍ରୀଙ୍କୁ ୭ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ୱ ମୂଲ୍ୟର ସୁନା ଗହଣା ଫେରାଇଲେ । ଏମିତି ଏକ ମାନବିକତାର ଚିତ୍ର ଆସିଛି ସମ୍ବଲରପୁର କ୍ଷେତରାଜପୁର ରେଲଓ୍ୱେ ଷ୍ଟେସନ ନିକଟରେ ।

ସୂଚନା ଅନୁସାରେ ରବିବାର ସନ୍ଧ୍ୟାରେ ନାଗାବଳୀ ଏକ୍ସପ୍ରେସରୁ ଟିଟିଲାଗଡ ସହର ବ୍ଲକପଡାର ଦମ୍ପତ୍ତି ଯୁବରାଜ ବେହେରା ଓ ଚନ୍ଦ୍ରକାନ୍ତି ବେହେରା ଓହ୍ଲାଇଥିଲେ । ସେଠାରୁ ମହମ୍ମଦ ଅଜିମଙ୍କ ଅଟୋ ଭଡା କରି ରେମେ଼ଡ ଛକ ଭଙ୍ଗାମୁଣ୍ଡା ବିହାରିପଡା ନିଜ ଝିଅ ଘରକୁ ଯାଇଥିଲେ । ତେବେ ହୀରାକୁଦ ରୋଡ ବିହାରିପଡାରେ ଓହ୍ଲାଇବା ପରେ ସମ୍ପୃକ୍ତ ଅଟୋ ଡ୍ରାଇଭର ଘରକୁ ଫେରୁଥିଲେ । ଘରକୁ ଫେରିବା ପରେ ଦେଖିଲେ ଯେ ତାଙ୍କ ଅଟୋରେ ଦମ୍ପତି ବ୍ୟାଗ ଛାଡିଛନ୍ତି ।

ତେବେ ଦମ୍ପତ୍ତି ନିଜର ବ୍ୟାଗ ଛାଡିଥିବା ଜାଣି ଯୋଗାଯୋଗ କରି ବ୍ୟାଗ ଫେରିପାଇଛନ୍ତି । ବ୍ୟାଗ ଭିତରେ ସୁନା ହାର, ଚେନ୍ ,ମଙ୍ଗଳସୂତ୍ର, ୩ଟି ମୋଦି, ୨ଟି ଚୁଡି ଥିଲା । ତେବେ ହୀରାଖଣ୍ଡ ଅଟୋ ରିକ୍ସା ୟୁନିୟନର କର୍ମକର୍ତ୍ତାଙ୍କ ସମ୍ମୁଖରେ ଦମ୍ପତ୍ତି ମଧ୍ୟ ଏହାକୁ ଗ୍ରହଣ କରିଛନ୍ତି । ତେବେ ସୁନା ଫେରି ପାଇବା ପରେ ଦମ୍ପତ୍ତିଙ୍କ ଖୁସି କହିଲେ ନସରେ | ତେବେ ମହମ୍ମଦ ଅଜିମଙ୍କ ଏହି ମହାନତାର ସବୁଆଡେ ଚର୍ଚ୍ଚା ।

   Related Posts