Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଚୋରି କରୁଥିଲା ବିଦ୍ୟୁତ ଖୁଣ୍ଟ, ଗାଁ ଲୋକଙ୍କ ହାତରେ ଧରାପଡିଲା ଚୋର
  • ||
  • ରାଜ୍ୟରେ କରୋନା ନେଲା ଆଉ ୨୧ଜଣଙ୍କ ଜୀବନ, ୨୧୬୧ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା
  • ||
  • ୧୧ ହଜାର ଉପରେ କରୋନା ସଂକ୍ରମଣ, ରାଜ୍ୟରେ ଗତ ୨୪ଘଣ୍ଟାରେ ବାହାରିଲେ ୧୧,୮୦୭ ପଜିଟିଭ୍
  • ||
  • କମିଲା ତାତି : ଆଜି ଏହି ସବୁ ଜିଲ୍ଲାରେ ବଜ୍ରପାତ ସହ କୁଆପଥର ବର୍ଷା ସମ୍ଭାବନା
  • ||
  • ସଂକ୍ରମଣ ରୋକିବାକୁ ରାଜ୍ୟରେ ସାପ୍ତାହିକ ସଟ୍‌ଡାଉନ୍, ଜରୁରୀ ସେବାକୁ ଛାଡ଼ିଦେଲେ ସବୁ ବନ୍ଦ
  • ||

ଅଟୋ ଚାଳକ ଜିତେନ୍ଦ୍ର ନିଆରା ଢ଼ଙ୍ଗରେ ଜଣାଇଲେ ଶହୀଦଙ୍କୁ ଶ୍ରଦ୍ଧାଞ୍ଜଳି : ଦିନକ ପାଇଁ ଛାଡ଼ କଲେ ଅଟୋଭଡ଼ା

27/02/2019 at 6:05 PM

ଭୁବନେଶ୍ବର ୨୭/୨: ଭାରତ ମାତା କି ଜୟ । ଏହି ସ୍ଲୋଗାନ ଏବେ ସାରା ଦେଶରେ ହେଉଛି ଗୁଞ୍ଜରିତ । ଜାତି, ଧର୍ମ, ବର୍ଣ ନିର୍ବିଶେଷରେ ସମସ୍ତେ ଏକ ହୋଇ ବିଜୟ ଉତ୍ସବ ପାଳନ କରୁଛି । ଭାରତୀୟ ସେନା ସାହସିକତାର ଜୟଗାନ ବି କରୁଛନ୍ତି । ଏପରି ସମୟରେ ରାଜଧାନୀ ଭୁବନେଶ୍ବରେ ଜଣେ ଅଟୋ ଚାଳକ ନିଆରା ଢଙ୍ଗରେ ବିଜୟ ଉତ୍ସବ ପାଳନ କରୁଛନ୍ତି। ସହୀଦଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ ଦିନକ ପାଇଁ ରାଜଧାନୀରେ ଯାତ୍ରୀଙ୍କୁ ମାଗଣାରେ ଅଟୋ ସେବା ଯୋଗାଇ ଦେଇଛନ୍ତି । ସେ ଆଉ କେହି ନୁହନ୍ତି । ତାଙ୍କ ନାଁ ହେଉଛି ଜିତେନ୍ଦ୍ର ମାଝୀ । ଘର ଅନୁଗୁଳ ଜିଲାରେ । ପେଟପାଟଣା ପାଇଁ ରାଜଧାନୀରେ ଅଟୋ ଚଳାଉଛନ୍ତି । ଭାରତୀୟ ଜାତୀୟ ପତାକା ତ୍ରିରଙ୍ଗାକୁ ଅଟୋ​‌ରେ ଲଗାଇଛନ୍ତି । ଆଉ ରାଜଧାନୀରେ ବୁଲି ବୁଲି ଲୋକଙ୍କୁ ଦିନକୁ ପାଇଁ ମାଗଣା ଅଟୋ ସେବା ଯୋଗାଇ ଦେଇଛନ୍ତି । ଖାଲି ତ୍ରିରଙ୍ଗା ପତାକା ନୁହେଁ । ଗାଡି ଆଗ ଏବଂ ପଛରେ ଶହୀଦ ଶ୍ରଦ୍ଧାଞ୍ଜଳି ଜଣାଇ ବାର୍ତା ମଧ୍ୟ ଦେଇଛନ୍ତି । ପଚାରିଲେ ପୁଣି କହନ୍ତି । ସେ ଜଣେ ଅଟୋ ଚାଳକ । ମାଗଣାରେ ଲୋକଙ୍କୁ ଅଟୋ ସେବା ଯୋଗାଇ ସେ ବିଜୟ ଉତ୍ସବ ପାଳନ କରୁଛନ୍ତି ।

ବରମୁଣ୍ଡାରୁ ମାଷ୍ଟର କ୍ୟାଣ୍ଟିନ । କଳ୍ପନାରୁ ବାଣୀବିହାର । ଦିନକ ପାଇଁ ଜିତେନ୍ଦ୍ର ରାଜଧାନୀରେ ବୁଲି ମାଗଣାରେ ଲୋକ ଅଟୋ ସେବା ଯୋଗାଇ ଦେଇଛନ୍ତି । ଏଭଳି ନିଆରା ପଦକ୍ଷେପ ନେଇ ଦେଶମାତୃକା ପ୍ରତି ଥିବା ତାଙ୍କର ଭକ୍ତି ଦେଖାଇଛନ୍ତି । ଆଉ ଲୋକଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି । ଯାହାକୁ ତାଙ୍କ ଅଟୋରେ ବସିଥିବା ଯାତ୍ରୀମାନେ ବି ଭୁରି ଭୁରି ପ୍ରଶଂସା କରିଛନ୍ତି ।

ସାରା ଦେଶ ଏବେ ପାଳୁଛି ବିଜୟ ଉତ୍ସବ । ସହୀଦଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ ସମସ୍ତେ କିଛି ନା କିଛି କାର୍ଯ୍ୟକ୍ରମ କରୁଛନ୍ତି । ଏପରି ସମୟରେ ଜିତେନ୍ଦ୍ର ଦିନକ ପାଇଁ ରାଜଧାନୀରେ ଯାତ୍ରୀଙ୍କୁ ମାଗଣାରେ ଅଟୋ ସେବା ଯୋଗାଇ ଦେଇ ଉଦାହରଣ ସୃଷ୍ଟି କରିଛନ୍ତି ।

   Related Posts