ପୋଲ ତଳକୁ ଖସିଲା ଅଟୋ, ଡ୍ରାଇଭର ଗୁରୁତର
1/12/2020 at 5:08 PM

ନୀଳଗିରି ୧।୧୨: ବାଲେଶ୍ଵର ଜିଲ୍ଲା ଉଦଳା ସେରଗଡ଼ ରାସ୍ତା ବାଉଁଶପାଳ ଛକରେ ପୋଲ ତଳକୁ ଖସି ପଡ଼ିଲା ଅଟୋ। ଦୁର୍ଘଟଣା ଫଳରେ ଡ୍ରାଇଭର ଗୁରୁତର ହୋଇଛନ୍ତି । ଡ୍ରାଇଭରଙ୍କୁ ଗୁରୁତର ଅବସ୍ଥାରେ ଦମକଳ ବାହିନୀ ସହାୟତାରେ ନୀଳଗିରି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଡ୍ରାଇଭରଙ୍କ ପରିଚୟ ମିଳିପାରିନାହିଁ ।
ସୂଚନାଯୋଗ୍ୟ ଯେ, ଅଟୋଟି ଦ୍ରୁତ ଗତିରେ ଆସି ପୋଲର ବାଡାକୁ ଧକ୍କା ଦେଇ ତଳକୁ ଖସିପଡିଥିଲା । ଫଳରେ ଡ୍ରାଇଭରଙ୍କ ହାତ ଭାଙ୍ଗିଯାଇଥିବା ବେଳେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ରହିଛି ।
Related Posts
ପଥ ହୁଡୁଛି ବିକାଶ! ଏବେ ବି ସମସ୍ୟା ଘେରରେ ରାଇକଳାବାସୀ
21 January 2021
ମହାପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ କଲେ ମୁଖ୍ୟ ଶାସନ ସଚିବ
21 January 2021
ଜି.ଉଦୟଗିରି: ମିନି ବସରେ ଲାଗିଲା ନିଆଁ, ହୁତୁହୁତୁ ହୋଇ ଜଳିଗଲା
21 January 2021