Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୪୩ କୋଭିଡ୍ ପଜିଟିଭ୍
  • ||
  • ବୋହୂକୁ ପଥରରେ ଛେଚି ଦେଲା ଶାଶୂ, ପାରିବାରିକ କଳହରୁ ଜଘନ୍ୟ ହତ୍ୟାକାଣ୍ଡ…
  • ||
  • ପ୍ରବଳ ବର୍ଷା ପରେ ଭୂସ୍ଖଳନ: ୧୮ ମୃତ ଓ ଅନେକ ନିଖୋଜ, ମୁଖ୍ୟମନ୍ତ୍ରୀ ଲୋଡିଲେ ସେନା ସହାୟତା
  • ||
  • ଆଜିଠୁ ଓଜେଇଇ କାଉନସେଲିଂ, ପଞ୍ଜୀକରଣ ଓ ଚଏସ ଲକିଂ କରିପାରିବେ ଛାତ୍ରଛାତ୍ରୀ
  • ||
  • ଆଫଗାନିସ୍ତାନ ପ୍ରସଙ୍ଗରେ ନଭେମ୍ୱରରେ ବସିବ ବୈଠକ : ପାକିସ୍ତାନକୁ ନିମନ୍ତ୍ରଣ କଲା ଭାରତ
  • ||
  • ପଞ୍ଚାୟତ ନିର୍ବାଚନ ପାଇଁ ୩ ଦଳ ପ୍ରସ୍ତୁତ, ସଂରକ୍ଷଣ ତାଲିକା ପ୍ରକାଶ ପରେ ଗଦାଗଦା ଅଭିଯୋଗ
  • ||
  • ମନୀଷ ଅନୁରାଗ ମୃତ୍ୟୁ ମାମଲା : ରବିବାର ୩ ଅଭିଯୁକ୍ତଙ୍କ ରିମାଣ୍ଡ ଆବେଦନର ଶୁଣାଣି
  • ||

ଏମିତି ଅଟୋ ଡ୍ରାଇଭରଙ୍କୁ ସଲାମ୍: ପତ୍ନୀଙ୍କ ଗହଣା ବିକି ଅଟୋରେ ଲଗାଇଛନ୍ତି ଅକ୍ସିଜେନ, ମାଗଣାରେ କରୁଛନ୍ତି ରୋଗୀ ସେବା

29/04/2021 at 4:23 PM

ଭୋପାଲ ୨୯/୦୪ : କରୋନା ସଙ୍କଟ ସମୟରେ କିଛି ସହୃଦୟ ବ୍ୟକ୍ତି ଲୋକଙ୍କୁ ସାହାଯ୍ୟ କରିବାକୁ ଆଗେଇ ଆସିଛନ୍ତି। କିଛି ଲୋକେ ମାନବ ସେବା କରୁଛନ୍ତି ଏବଂ ସେବା ହିଁ ଧର୍ମ ବୋଲି କହିଛନ୍ତି। ଲୋକଙ୍କୁ ଅସୁବିଧାରେ ଦେଖି କିଛି ସହୃଦୟ ବ୍ୟକ୍ତି ସହାୟତାର ହାତ ବଢାଉଛନ୍ତି। ଏମିତି ଏକ ମାମଲା ଦେଖିବାକୁ ମିଳିଛି ଭୋପାଲରେ। ମଧ୍ୟପ୍ରଦେଶ ଭୋପାଲରେ ଦୈନିକ ୨୦୦ ରୁ ୩୦୦ ଟଙ୍କା ରୋଜଗାର କରୁଥିବା ଜଣେ ଅଟୋ ଡ୍ରାଇଭର ମାନବିକତାର ଏମିତି ଏକ ଉଦାହରଣ ଦେଇଛନ୍ତି ଯେ କେବଳ ମଧ୍ୟପ୍ରଦେଶରେ ନୁହେଁ ବରଂ ପୁରା ଦେଶରେ ସେ ପ୍ରଶଂସାର ପାତ୍ର ହୋଇଛନ୍ତି। ଅଟୋ ଡ୍ରାଇଭର ରୋଗୀଙ୍କୁ ସାହାଯ୍ୟ କରିବାକୁ ନିଜ ଅଟୋକୁ ଆମ୍ବୁଲାନ୍ସରେ ପରିଣତ କରିଛନ୍ତି। ଏହି ସଙ୍କଟ ସମୟରେ ସେ ମାଗଣାରେ ଲୋକଙ୍କୁ ସାହାଯ୍ୟ କରୁଛନ୍ତି।

ଅଟୋ ଡ୍ରାଇଭର ଜଣକ ହେଲେ ଜାଭେଦ। ଅକ୍ସିଜେନ ଓ ଅଟୋ ଚଲାଇବାକୁ ଟଙ୍କା କମ ପଡିବାରୁ ସେ ନିଜ ପତ୍ନୀଙ୍କ ଗହଣା ବିକି ଲୋକଙ୍କ ସେବା କରୁଛନ୍ତି। କରୋନାର ଏହି ଭୟାବହ ସମୟରେ ସେ ନିଜ ପରିବାର ଚିନ୍ତା ବି କଲେନି। ଜାଭେଦ ସେମାନଙ୍କୁ ସାହାଯ୍ୟ କରିବାକୁ ଚାହୁଁଥିଲେ ଯେଉଁ ରୋଗୀମାନଙ୍କୁ ଆମ୍ବୁଲାନ୍ସ ମିଳେନାହିଁ କିମ୍ବା ଆମ୍ବୁଲାନ୍ସ ମିଳିଲେ ପାଖରେ ଟଙ୍କା ନଥାଏ।

ଏହିଭଳି ଅଭାବୀ ଲୋକନକ ପାଇଁ ଭୋପାଲ ଫରହତବଜାରେ ରହୁଥିବା ଜାଭେଦ ଭଗବାନ ସାଜିଗଲେ। ଅଭାବୀଙ୍କୁ ସାହାଯ୍ୟ କରିବାକୁ ସେ ନିଜ ଅଟୋକୁ ଆମ୍ବୁଲାନ୍ସରେ ବଦଳାଇଦେଲେ। ଅଟୋରେ ଅକ୍ସିଜେନ ସିଲିଣ୍ଡର ରଖି ରୋଗୀଙ୍କୁ ରୋଗୀଙ୍କୁ ମାଗଣାରେ ହସ୍ପିଟାଲ ନେଇଯାଆନ୍ତି। ଆବଶ୍ୟକୀୟ ରୋଗୀଙ୍କୁ ସେ ଅଟୋରେ ହିଁ ଅକ୍ସିଜେନ ଦେଇଥାନ୍ତି।

ସଂକ୍ରମଣ ଏଡ଼ାଇବାକୁ ସେ ଅଟୋରେ ପ୍ଲାଷ୍ଟିକ ଶିଡ ମଧ୍ୟ ଲଗାଇଛନ୍ତି। ସାନିଟାଇଜର ବ୍ୟବସ୍ଥା ମଧ୍ୟ କରିଛନ୍ତି। ଲୋକଙ୍କ ସେବା ପାଇଁ ଜାଭେଦ ନିଜ ପତ୍ନୀଙ୍କ ଗହଣା ବିକିଦେଲେ। ସେ କହିଛନ୍ତି ଏହି ମହାମାରୀ ସମୟରେ ଲୋକଙ୍କ ସେବା କରିବ ସବୁଠାରୁ ବଡ ମାନବିକତା ଓ ସବୁଠାରୁ ବଡ ଧର୍ମ। ଏହିଭଳି ସହୃଦୟ ବ୍ୟକ୍ତିଙ୍କୁ ସଲାମ।

   Related Posts