Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୦୫ କରୋନା ସଂକ୍ରମିତ, ୧୦୫୦୩୫୪ରେ ପହଞ୍ଚିଲା ସଂଖ୍ୟା
  • ||
  • ରାଜ୍ୟରେ ଆଉ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୨୩କୁ ବୃଦ୍ଧି
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୨୧୧ ମୃତ
  • ||
  • ଗୁଜୁରାଟରେ ଓମିକ୍ରନ ଗଞ୍ଜାମକୁ ବିପଦ : ବଢିବ ସଂକ୍ରମଣ ! ସତର୍କ କଲା ପ୍ରଶାସନ
  • ||
  • ଡ୍ରାଇଭରଙ୍କୁ ମାଗିଲେ ଲାଞ୍ଚ, ନଦେବାରୁ ଆକ୍ରମଣ କରି କଲେ ଲହୁଲୁହାଣ
  • ||
  • ଆଉ ବର୍ଷା ନାହିଁ, ବଦଳିବ ପାଗ : ୧୧ରୁ କମିଯିବ ଶୀତ
  • ||
  • ଆସୁଛନ୍ତି ପୁଟିନ : ମୋଦୀଙ୍କୁ ଭେଟିବେ, ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ହେବ ଆଲୋଚନା
  • ||

ଯାତ୍ରୀବାହୀ ଅଟୋରେ ମାଲ୍ ପରିବହନ : ୩୦,୫୦୦ ଟଙ୍କାର ଫାଇନ୍ ଗଣିଲେ ଚାଳକ

3/03/2020 at 11:09 AM

ସମ୍ବଲପୁର ୩।୩: ସମ୍ବଲପୁରରେ ମାଲ୍ ପରିବହନ ପାଇଁ ଅଟୋକୁ ଲାଗିଲା ୩୦ହଜାର ୫ଶହ ଟଙ୍କାର ଫାଇନ୍ । ବିପଦ ସଙ୍କୁଳ ଅବସ୍ଥାରେ ଯାତ୍ରୀବାହୀ ଅଟୋରେ ମାଲ୍ ପରିବହନ କରୁଥିବାରୁ ଅଟୋକୁ ପରିବହନ ବିଭାଗ ଅଧିକାରୀ ୩୦ହଜାର ୫ଶହ ଫାଇନ କରିଛନ୍ତି । ଅଟୋ ନମ୍ବର ହେଉଛି ଓଆର ୧୫କ୍ୟୁ ୫୩୬୫ । ବିନା ଡ୍ରାଇଭିଂ ଲାଇସେନ୍ସ ପାଇଁ ୫ହଜାର, ପଞ୍ଜୀକରଣ ନଥିବାରୁ ୫ହଜାର, ଓଭର ଲୋଡିଂ ପାଇଁ ୨୦ହଜାର ଫାଇନ ହୋଇଛି ।

ଗତକାଲି ନାବାଳକ ଟ୍ରାଫିକ ନିୟମ ଉଲଂଘନ କରିବାରୁ ୪୩ ହଜାର ଟଙ୍କା ତଣ୍ଡ ଗଣିଥିଲେ ବାଇକ୍ ମାଲିକ। ନୂତନ ମୋଟର ଯାନ ଆଇନ ଆଧାରରେ ନାବାଳକଙ୍କୁ ବାଇକ୍ ଚଳାଇବାକୁ ଦେଇଥିବା ବ୍ୟକ୍ତିଙ୍କୁ ୪୩ ହଜାର ଟଙ୍କା ଜରିମନା ଦେବାକୁ ପଡିଥିଲା । ଏଥିରେ ନାବାଳକଙ୍କୁ ଗାଡ଼ି ଚଳାଇବାକୁ ଅନୁମତି ଦେଇଥିବାରୁ ୨୫ ହଜାର, ହେଲମେଟ୍ ପିନ୍ଧି ନଥିବା, ପ୍ରଦୂଷଣ କାଗଜପତ୍ର ନଥିବା ଓ ଅନ୍ୟ ପ୍ରମାଣପତ୍ର ନଥିବାରୁ ୧୮ ହଜାର ଫାଇନ୍ ହୋଇଛି । ନୂଆ ନିୟମ ଅନୁସାରେ ନାବାଳକଙ୍କୁ ଯିଏ ଗାଡ଼ି ଚଳାଇବା ପାଇଁ ଅନୁମତି ଦେବେ, ତାଙ୍କଠାରୁ ଜରିମାନା ଆଦାୟ କରାଯିବ।

ସୂଚନାଯୋଗ୍ୟ ଯେ, ସରକାର ଦେଇଥିବା ୬ମାସ ଟ୍ରାଫିକ୍ ନିୟମ କୋହଳ ଅବଧି ଶେଷ ହୋଇଯାଇଛି । ଡ୍ରାଇଭିଂ ଲାଇସେନ୍ସ, ଇନସ୍ୟୁରାନ୍ସ, ପ୍ରଦୂଷଣ ସାର୍ଟିଫିକେଟ୍, ଫିଟନେସ୍, ପରମିଟ୍ ଭଳି କାଗଜପତ୍ର ତିଆରି କରିବା ଲାଗି କଣ୍ଟ ଫେବୃଆରୀ ୨୯ ତାରିଖରେ ଶେଷ ହୋଇଛି । ଯେଉଁ ଗାଡ଼ି ଚାଳକ ନିୟମ ଉଲ୍ଲଂଘନ କରୁଛନ୍ତି କିମ୍ବା ଆବଶ୍ୟକ କାଗଜପତ୍ର ରଖି ନ ଥିବେ, ସେମାନଙ୍କଠାରୁ ମୋଟା ଅଙ୍କର ଜରିମାନା ଆଦାୟ କରାଯାଉଛି। ଏନେଇ ଶନିବାର ରାଜ୍ୟ ପରିବହନ କମିସନର ରାଜ୍ୟର ସମସ୍ତ ଜିଲ୍ଲାପାଳ ଏସପି ଓ ଡିଏସପିମାନଙ୍କୁ ଚିଠି ଲେଖିଥିଲେ । ଗତ ସେପ୍ଟେମ୍ବର ପହିଲାରେ ଦେଶରେ ସଂଶୋଧିତ ମୋଟରଯାନ ଆଇନ ଲାଗୁ ହୋଇଥିଲା।

ବିଭିନ୍ନ ସ୍ଥାନରେ ନିୟମ ଉଲ୍ଲଙ୍ଘନକାରୀଙ୍କଠାରୁ ମୋଟା ଅଙ୍କର ଜୋରିମାନା ରାଶି ଆଦାୟ କରାଯାଉଛି । ଏହାକୁ ନେଇ ଗାଡି ଚାଳକଙ୍କ ମଧ୍ୟରେ କୋକୁଆ ଭୟ ଦେଖିବାକୁ ମିଳିଥିଲା । ପରେ ସଂଶୋଧିତ ମୋଟରଯାନ ଆଇନକୁ କୋହଳ କରିବା ପାଇଁ ବିଭିନ୍ନ ମହଲରୁ ଦାବି ମଧ୍ୟ ଉଠିଥିଲା। ପ୍ରଥମେ ତିନି ମାସ ଯାଏଁ ଓ ପରେ ମାର୍ଚ୍ଚ ପର୍ଯ୍ୟନ୍ତ ଏହି ନିୟମକୁ କୋହଳ କରାଯାଇଥିଲା। ଗାଡିର ସମସ୍ତ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ପ୍ରସ୍ତୁତ କରିବା ପାଇଁ ସାଧାରଣ ଲୋକଙ୍କୁ ୬ ମାସର କଣ୍ଟ ଦିଆଯାଇଥିଲା ।

   Related Posts