Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭାରତରେ ପହଞ୍ଚିଲା ଓମିକ୍ରନ୍‌ ଭ୍ୟାରିଆଣ୍ଟ । କର୍ଣ୍ଣାଟକର ୨ ଜଣ ବ୍ୟକ୍ତି ଓମିକ୍ରନ୍‌ ଭ୍ୟାରିଆଣ୍ଟରେ ସଂକ୍ରମିତ
  • ||
  • ହଜିନି ମାନବିକତା, ପାଇଥିବା ସୁନା ଗହଣାକୁ ଫେରାଇଦେଲେ ଅଟୋ ଚାଳକ
  • ||
  • ଭୁବନେଶ୍ବର : STF ମୋଷ୍ଟ ୱାଣ୍ଟେଡ ଲିଷ୍ଟରେ ଅନୀଲ ପାଣ୍ଡି, ସୂଚନା ଦେଲେ ମିଳିବ ପୁରସ୍କାର
  • ||
  • ଭୁବନେଶ୍ବର : ୩ ନିର୍ବାହୀ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଓ ଜଣେ ଆରଆଇ ଚାକିରୀରୁ ବହିଷ୍କୃତ
  • ||
  • ନୂଆଦିଲ୍ଲୀ : ବାତ୍ୟା ଅପଡେଟ୍ : ୩ରୁ ଓଡିଶାରେ ବର୍ଷା, ୪ରେ ପବନର ବେଗ ଛୁଇଁବ ୯୦ କି.ମି.
  • ||
  • ନୂଆଦିଲ୍ଲୀ : ଶୁକ୍ରବାରଠୁ ରାଜଧାନୀରେ ସମସ୍ତ ସ୍କୁଲ ବନ୍ଦ, ଘୋଷଣା କଲେ କେଜ୍ରିଓ୍ୱାଲ୍‌ ସରକାର
  • ||
  • ବାଇକକୁ ପିଟିଲା ଜୁସ୍ ବୋଝେଇ ଟ୍ରକ୍, ୨ ଆରୋହୀ ମୃତ
  • ||
  • କଣ୍ଟାବାଞ୍ଜି : ମମିତା ମେହେର ହତ୍ୟାକାଣ୍ଡ ମାମଲା : ADG କୋର୍ଟରେ ଜାମିନ ଆବେଦନ କଲା ଗୋବିନ୍ଦ ସାହୁ
  • ||
  • ସାନଖେମୁଣ୍ଡି : ୩୦ ଏକର ଗଞ୍ଜେଇ ଚାଷ ନଷ୍ଟ କଲା ପ୍ରଶାସନ
  • ||
  • ଘାରିଛି ଓମିକ୍ରନ ବିପଦ : ବିଳମ୍ବିତ ହେବ ଟିମ୍ ଇଣ୍ଡିଆର ଦକ୍ଷିଣ ଆଫ୍ରିକା ଗସ୍ତ ! ସମୟ ମାଗିଲା ବିସିସିଆଇ
  • ||

ଘରୁ ମିଳିଲା ଝିଅ ସହ ଅଟୋ ଡ୍ରାଇଭରଙ୍କ ରକ୍ତାକ୍ତ ମୃତଦେହ, ୨ ଦିନ ପରେ ବିବାହ କରିଥାନ୍ତେ ଯୁବତୀ

8/03/2021 at 10:23 AM

ଗୋଷାଣି, ୦୮/୦୩: ଝିଅ ଦୁଇଦିନ ପରେ ହାତରୁ ଦି ହାତ ହୋଇଥାନ୍ତା । ଶାଶୂ ଘରକୁ ଯାଇଥାନ୍ତା । କିନ୍ତୁ ରବିବାର ସନ୍ଧ୍ୟାରେ ଘଟିଲା ଅଘଟଣା। ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଥିବା ଝିଅ ସହ ଜଣେ ଯୁବକଙ୍କ ରକ୍ତ ଜୁଡୁବୁଡ଼ୁ ମୃତଦେହ ଉଦ୍ଧାର ହୋଇଛି । ଝିଅ ଘରୁ ମିଳିଛି ମୃତଦେହ। ଗଜପତି ଜିଲ୍ଲା ଗୋଷାଣି ବ୍ଲକ୍‌ ଗୁରାଣ୍ଡି ଥାନା ଅଧୀନ କାଣ୍ଟ୍ରାଗଡ଼ ପଞ୍ଚାୟତର ଆରିବା ଗ୍ରାମରେ ଘଟିଛି ଏହି ଦୃଦୟ ବିଦାରକ ଘଟଣା ।

ମୃତ ଯୁବତୀ ଓ ଯୁବକ ହେଲେ ହେଲେ ଗ୍ରାମର ଏସ୍‌.ବାବୁ ରାଓଙ୍କ ଝିଅ ଏସ୍‌.ଦିଲ୍ଲେଶ୍ୱରୀ(୨୧) ଓ ଉକ୍ତ ସାହିର ସ୍ୱର୍ଗତ ପି.ଆପ୍ପା ରାଓଙ୍କ ପୁଅ ପି.ତାଲୁରୁ ଶ୍ରୀନୁ(୨୫) । କାଣ୍ଟ୍ରାଗଡ଼ ସରପଞ୍ଚଙ୍କ ସ୍ୱାମୀ ସନ୍‌ମୁଖ ରାଓଙ୍କ ଠାରୁ ଖବର ପାଇ ଗୁରାଣ୍ଡି ଥାନା ଏସ୍‌ଆଇ ଲୋକନାଥ ବେହେରା ସଦଳବଳ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି । ଏହା ଏକ ହତ୍ୟାକାଣ୍ଡ ବୋଲି ସାଧାରଣରେ ସନ୍ଦେହ ପ୍ରକାଶ ପାଇଛି । ତେବେ ରାତି ହୋଇଯାଇଥିବାରୁ ସୋମବାର ସାଇଣ୍ଟିଫିକ୍‌ ଟିମ୍‌ ଓ ସନ୍ଧାନୀ କୁକୁର ପହଞ୍ଚି ତଦନ୍ତ କରିବ ଏବଂ ତଦନ୍ତ ପରେ ଯାହା ସ୍ପଷ୍ଟ ହେବ ବୋଲି ତଦନ୍ତକାରୀ ଅଧିକାରୀ ଏସ୍‌ଆଇ ଲୋକନାଥ ବେହେରା ସୂଚନା ଦେଇଛନ୍ତି ।

ପୋଲିସର କହିବାନୁସାରେ, ଆରିବା ଗ୍ରାମର ଏସ୍‌.ବାବୁ ରାଓ ଓ ତାଙ୍କ ପତ୍ନୀ ଜମିକୁ ଯାଇଥିଲେ । ସନ୍ଧ୍ୟାରେ ଘରକୁ ଫେରି ଦେଖନ୍ତି ତ ଝିଅ ଏସ୍‌.ଦିଲ୍ଲେଶ୍ୱରୀ ଓ ତାଙ୍କ ସାହିର ଅଟୋ ଚାଳକ ପି.ତାଲୁରୁ ଶ୍ରୀନୁର ରକ୍ତାକ୍ତ ମୃତଦେହ ଗୋଟିଏ ସ୍ଥାନରେ ପଡ଼ିଛି । ଏ ନେଇ ରାତି ପ୍ରାୟ ୮ଟା ସମୟରେ ଏସ୍‌.ବାବୁ ରାଓ ସରପଞ୍ଚଙ୍କୁ ଖବର ଦେଇଥିଲେ । ପରେ ସରପଞ୍ଚଙ୍କ ସ୍ୱାମୀ ଗୁରାଣ୍ଡି ଥାନାକୁ ସୂଚନା ଦେଇଥିଲେ । ସଙ୍ଗେ ସଙ୍ଗେ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ଆସନ୍ତା ବୁଧବାର ଦିଲ୍ଲେଶ୍ୱରୀଙ୍କ ବାହାଘର ଅନ୍ୟତ୍ର ହେବାର ଥିଲା । ବିବାହର ଦୁଇଦିନ ପୂର୍ବରୁ ଦିଲ୍ଲେଶ୍ୱରୀଙ୍କ ସହ ଜଣେ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

   Related Posts