Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଶ୍ଵସ୍ତି: କମୁଛି କରୋନା ପ୍ରଭାବ, ୨୪ ଘଣ୍ଟାରେ ଆରୋଗ୍ୟ ହେଲେ ୮୦୯ ସଂକ୍ରମିତ
  • ||
  • ଡିସେମ୍ବର-ଜାନୁଆରୀ ସମସ୍ତଙ୍କ ପାଇଁ ଗୁରୁତ୍ବପୂର୍ଣ୍ଣ: ଭୁବନେଶ୍ବର ଷ୍ଟେସନ ଓ ଏୟାରପୋର୍ଟରେ କରିପାରିବେ କୋଭିଡ୍‌ ଟେଷ୍ଟ
  • ||
  • ପରୀ ବାପା-ମା’ଙ୍କୁ ଭେଟିଲେ ବିଜେପି ଟିମ୍, ସିବିଆଇ ତଦନ୍ତ ଦାବି
  • ||
  • ରାଉରକେଲା : ଚଳନ୍ତା ଟ୍ରେନ୍‌ର ଟୟଲେଟ୍‌ରେ ନାବାଳିକାଙ୍କୁ ଦୁଷ୍କର୍ମ ଉଦ୍ୟମ, ଅଭିଯୁକ୍ତ ଯୁବକ ଗିରଫ
  • ||
  • କଟକ : ପୁଣି ଏକ ନକଲି ଘିଅ କମ୍ପାନୀରେ ଚଢାଉ, କୋଟିଏ ଟଙ୍କାର ଅପମିଶ୍ରିତ ସାମଗ୍ରୀ ଜବତ
  • ||
  • ପ୍ରେମ: ସେୟାର ଚାଟ୍‌ରୁ ଆରମ୍ଭ ଫେସବୁକରେ ଶେଷ, ସୋସିଆଲ ମିଡିଆରେ ପ୍ରେମିକାଙ୍କ ଅଶ୍ଲୀଳ ଫଟୋ ପୋଷ୍ଟ କଲେ ପ୍ରେମିକ
  • ||
  • ନୂଆପଡା : ମେଡିକାଲରେ ଚାକିରୀ ଦେବାକୁ କହି ଠକୁଥିଲା ଯୁବକ, ଗିରଫ କଲା ପୋଲିସ
  • ||
  • ସମ୍ବଲପୁର : ଦନ୍ତା ହାତୀର ମୃତଦେହ ଠାବ, ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ମୃତ୍ୟୁ ଅଭିଯୋଗ
  • ||
  • ଗଞ୍ଜାମ : ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ନାଁରେ ବିଜେପି ଓ କଂଗ୍ରେସ ପକ୍ଷରୁ ଏତଲା
  • ||
  • ପୁରୀ : ଅନଲାଇନରେ ନିର୍ମାଲ୍ୟ ବିକ୍ରି କରିବା ନେଇ ସିଂହଦ୍ବାର ଥାନାରେ ଆମାଜନ ଇଣ୍ଡିଆ ବିରୋଧରେ ସେବାୟତଙ୍କ ଏତଲା
  • ||

ଦାମ ମାତ୍ର ୩୨୦ ଟଙ୍କା, କିନ୍ତୁ କାରର ଏସିଠାରୁ ବି ଅଧିକ ଥଣ୍ଡା କରିଦେବ ପ୍ରଚଣ୍ଡ ଗରମ ଦିନରେ

2/05/2019 at 5:55 PM

ନୂଆଦିଲ୍ଲୀ ୨/୫: ଗ୍ରୀଷ୍ମ ଆରମ୍ଭ ହୋଇଗଲାଣି ।  ଘର, ଅଫି ସକିମ୍ବା କାର୍ ସବୁଠି ଏସି ଦରକାର। କାରଣ ଆମ ସମସ୍ତଙ୍କୁ ଏସି ଏତେ ମାତ୍ରାରେ କବଳିତ କରିଛି ଯେ, ଏସି ବିନା ଜୀବନ ଦୁର୍ବିସହ ହୋଇପଡ଼ୁଛି। ଅଧିକାଂଶ ସମୟରେ ଦେଖିବାକୁ ମିଳୁଛି ଯେ ଅତ୍ୟଧିକ ଖରା ଯୋଗୁଁ ଏସି ମଧ୍ୟ ଠିକ୍ ଭାବେ କାମ କରିପାରୁ ନାହିଁ। ବହୁତ ସମୟ ଚାଲିଲେ ବି ଏଥିରୁ ଥଣ୍ଡା ପବନ ବାହାରୁ ନାହିଁ। ଆପଣଙ୍କ ଏହି ସମସ୍ୟାକୁ ଆଜି ଆମେ ଦୂର କରିଦେବୁ। ଆଜି ଆମେ ଏପରି ଏକ ଯନ୍ତ୍ର ବିଷୟରେ କହିବୁ ଯାହା ବ୍ୟବହାର କରିବା ଦ୍ବାରା ଆପଣଙ୍କ କାରର ଏସି ଭଲ ଭାବେ କାମ କରିବ ଏବଂ ଆପଣଙ୍କୁ ଥଣ୍ଡା ପବନ ମିଳିବ।

ଆମେ ଯେଉଁ ଯନ୍ତ୍ର ବିଷୟରେ କହୁଛୁ ତାହା ପ୍ରକୃତରେ ଏକ ସୋଲାର ଫ୍ୟାନ। ଏହାକୁ କାରର ଝରକାରେ ଲଗାଇବା ଦ୍ବାରା କାରର ଉଷ୍ମ ପ୍ରବାହ ବାହାରକୁ ବାହାରିଯାଇଥାଏ। କେବଳ ଏତିକି ନୁହେଁ ଏହି ସୋଲାର ଫ୍ୟାନ ସହାୟତାରେ ମାତ୍ର କିଛି କ୍ଷଣରେ କାର ଭିତର ଥଣ୍ଡା ହୋଇଯାଇଥାଏ ଏବଂ ଆପଣଙ୍କୁ ଏସିର ଆବଶ୍ୟକତା ପଡ଼ିନଥାଏ। ଯେଉଁ ଗ୍ରୀଷ୍ମ ପ୍ରବାହ ଆପଣଙ୍କୁ କଷ୍ଟ ଦେଇଥାଏ ଏହି ଯନ୍ତ୍ର ସେହି ଗ୍ରୀଷ୍ମ ପ୍ରବାହ ଦ୍ବାରା ଚାର୍ଜ ହୋଇଥାଏ।

କାରରେ ଏସି ଚଲାଇବା ଦ୍ବାରା ମାଇଲେଜରେ ଫରକ ପଡ଼ିଥିବାବେଳେ ଏହି ସୋଲାର ଫ୍ୟାନ୍ ନିମନ୍ତେ ବ୍ୟାଟେରୀ ଏବଂ ଫୁଏଲର ଆବଶ୍ୟକତା ପଡ଼ିନଥାଏ ଏବଂ କାରର ମାଇଲେଜରେ ମଧ୍ୟ ଫରକ ପଡ଼ିନଥାଏ। ଯଦି ଆପଣଙ୍କୁ ତଥାପି ଏସିର ଆବଶ୍ୟକତା ଅନୁଭୂତ ହୋଇଥାଏ ତେବେ ଏହି ଯନ୍ତ୍ର ସହ ଏସି ଚଲାଇଲେ ଆପଣଙ୍କୁ ଦୁଇଗୁଣ ଥଣ୍ଡା ଲାଗିଥାଏ।

ଏହି ସୋଲାର ଫ୍ୟାନକୁ ଆପଣ ଅନଲାଇନ୍ କିମ୍ବା କାର୍ ଆକ୍ସେସରିଜ ଦୋକାନରୁ ସହଜରେ କିଣି ପାରିବେ। ମାର୍କେଟରେ ଏହି ଯନ୍ତ୍ରର ମୂଲ୍ୟ ୩୨୦ଟଙ୍କାରୁ ଆରମ୍ଭ ହୋଇ ୩୫୦୦ଟଙ୍କା ପର୍ଯ୍ୟନ୍ତ ହୋଇଥାଏ। ଆପଣ ନିଜ ଆବଶ୍ୟକତା ଏବଂ ବଜେଟ୍ ହିସାବରେ ଏହାକୁ କିଣି ପାରିବେ।

   Related Posts