ନମ୍ବର ବିହୀନ ଅଟୋରେ ଚାଲିଥିଲା ପମ୍ପ୍ ଚୋରା ଚାଲାଣ, ୩ ଅଭିଯୁକ୍ତ ଗିରଫ

Published By : Prameya-News7 Bureau | September 19, 2021 IST

ଚାନ୍ଦବାଲି, ୧୯।୦୯ : ଭଦ୍ରକ ଜିଲ୍ଲା ଘଣ୍ଟେଶ୍ୱର ଫାଣ୍ଡିର ନାଇଟ ପାଟ୍ରୋଲିଂ ଟିମ୍ ଶନିବାର ବିଳମ୍ବିତ ରାତିରେ ଏକ ନମ୍ବର ବିହୀନ ଅଟୋକୁ ଜବତ କରଛି ।  ଦିଗଛିଆ ପଳେଇସାହି ନିକଟରେ ଅଟୋଟି ଯାଉଥିବା ବେଳେ ପୋଲିସ ଅଟକାଇଥିଲା l ଅଟୋରେ ଥିବା  ୩ ଯୁବକଙ୍କୁ ମଧ୍ୟ ପୋଲିସ ଗିରଫ କରିଛି l

ସୂଚନାନୁସାରେ, ଘଣ୍ଟେଶ୍ୱର ଫାଣ୍ଡି ଅଧିକାରୀ ପ୍ରଦୀପ ନାୟକ ବାଂଶଡା ଥାନା ଏ ଏସ ଆଇ ଗଙ୍ଗାଧର ସିଙ୍ଗ ପଳେଇ ସହି ଛକରେ ଏକ ନମ୍ବରବିହୀନ ଅଟୋକୁ ଅଟକାଇ ଥିଲେ l ସେହି ନମ୍ବର ବିହୀନ ଅଟୋରେ ଚିଙ୍ଗୁଡ଼ି ଫାର୍ମରେ ବ୍ୟବହୁତ ଅରିଏଟର ଓ ପମ୍ପର ଚୋରା ଚାଲାଣ ହେଉଥିଲା ।  ସୋମନେ ଏସବୁକୁ କେନ୍ଦ୍ରାପଡା ନେବାବେଳେ ଧରା ପଡିଯାଇଥିଲେ ।

ବାଂଶଡା ଥାନା ଏନେଇ ମାମଲା ରୁଜୁ କରିବା ସହ କରଞ୍ଜମାଳ ଫାଣ୍ଡିକୁ ମାମଲା ହସ୍ତାନ୍ତର କରିଛି । ଗିରଫ ୩ ଅଭିଯୁକ୍ତଙ୍କୁ ପୋଲିସ ପଚରାଉଚୁରା କରୁଥିବା ସନ୍ଦେହ କରାଯାଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.