ଅଟୋ-କାର୍ ମୁହାଁମୁହିଁ ଧକ୍କା, ୯ ଗୁରୁତର

Published By : Prameya-News7 Bureau | December 16, 2018 IST

ରେଢାଖୋଲ ୧୬/୧୨ : ରେଢ଼ାଖୋଲ ଅନ୍ତର୍ଗତ ବଡବାହାଲଠାରେ ଦୁର୍ଘଟଣା ଘଟିଛି | ଧାନ କାଟିବାକୁ କୁସୁମକୂଳ ଗାଁରୁ ଭାଙ୍ଗମୁଣ୍ଡା ଗାଁକୁ ଯାଉଥିବାବେଳେ ଅଟୋ-କାର୍ ମୁହାଁମୁହିଁ ଧକ୍କା ହୋଇଥିଲା | ଦୁର୍ଘଟଣାରେ ୯ ଜଣ ଗୁରୁତର ଆହତ ହୋଇଛନ୍ତି | ସମସ୍ତ ଗୁରୁତରଙ୍କୁ ରେଢାଖୋଲ ମେଡିକାଲରେ ଭର୍ତ୍ତି କରାଯାଇଛି | ୯ ଜଣଙ୍କ ମଧ୍ୟରୁ ୨ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ସେମାନଙ୍କୁ ବୁର୍ଲା ସ୍ଥାନାନ୍ତର କରାଯାଇଛି | କୌଣସି ଲୋକଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିନାହିଁ |ଆଜି ଭୋର ସମୟରେ ଘଟିଛି ଦୁର୍ଘଟଣା | ପାଗ କୋହଲା ଥିବାରୁ ସାମ୍ନାରୁ ଗାଡି ଆସୁଥିବା ଠିକ ଭାବେ ଡିସିନଥିଲା | ଯାହାଫଳରେ ଦୁର୍ଘଟଣା ଘଟିଥିଲା | ସାମ୍ନାରୁ ଆସିଥିବା ଅଟୋକୁ କାର ଧକା ଦେଇଥିଲା |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.