ସାବିତ୍ରୀ ଭାର ଦେବାକୁ ଯାଉଥିଲେ, ଧକ୍କା ଦେଲା ଅଟୋ : ୨ ଗୁରୁତର

Published By : Prameya-News7 Bureau | June 08, 2021 IST

ଭଞ୍ଜନଗର,୦୮/୦୬: ଭଉଣୀକୁ ସାବିତ୍ରୀ ଅମାବାସ୍ୟା ଭାର ଦେବାକୁ ଯାଉଥିବା ବେଳେ ଦୁର୍ଘଟଣା ।ବାଇକକୁ ଧକ୍କା ଦେଲା ଅଟୋ ।ତାରସିଂ ଥାନା ଅନ୍ତର୍ଗତ ସିଦ୍ଧିପଲ୍ଲୀ ମନ୍ଦିର ନିକଟରେ ଏହି ଦୁର୍ଘଟଣା ଘଟିଛି।

କଳିଙ୍ଗ ପଦର ଗାଁର ଲାଲୁ ପ୍ରସାଦ ଓଦଣ୍ଡରାର ସାଙ୍ଗ ନନ୍ଦନ ନାୟକ ଉଭୟ ବାଇକ୍‌ରେ ଦଶପଲ୍ଲା ଗ୍ରାମରେ ଥିବା ନିଜ ଭଉଣୀ ଘରକୁ ସାବିତ୍ରୀ ଭାର ଧରି ଯାଉଥିଲେ । ଦଶପଲ୍ଲା ଠାରୁ ୧୨ କିଲାମିଟର ପୂର୍ବରୁ ସିନ୍ଧି ଠାକୁରାଣୀ ନିକଟରେ ଭାରସାମ୍ୟ ହରାଇ ବିପରୀତ ପଟୁ ଆସୁଥିବା ଏକ ଅଟା ସହ ଧକ୍କା ହୋଇଥିଲା ।

ଗୁରୁତର ଆହତ ଅବସ୍ଥାରେ ଉଭୟଙ୍କୁ ଉଦ୍ଧାର କରାଯାଇ ଭଞ୍ଜନଗର ମେଡ଼ିକାଲରେ ଭର୍ତ୍ତି କରାଯାଇଛି । ପ୍ରାଥମିକ ଚିକିତ୍ସା ପରେ ବ୍ରହ୍ମପୁର ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ତାରସିଙ୍ଗି ପୁଲିସ ତଦନ୍ତ ଜାରି ରଖିଥିବା ଥାନାଧିକାରୀ ପ୍ରଦୀପ୍ର ଦାଶ କହିଛନ୍ତି । ଏନେଇ ଥାନାରେ କୌଣସି ଅଭିଯୋଗ ହୋଇନାହିଁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.