ଅଟୋ ଓ ବାଇକ ମୁହାଁମୁହିଁ ଧକ୍କାରେ ଜଣେ ମୃତ : ୫ ଯାତ୍ରୀ ଗୁରୁତର

Published By : Prameya-News7 Bureau | December 16, 2018 IST


ଗଞ୍ଜାମ ୧୬/୧୨: ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ଅନ୍ତର୍ଗତ ପାଇକଜମୁନା ପଞ୍ଚାୟତ ନିମୁଣ୍ଡିଆ ଗ୍ରାମ ଛକରେ ଅଟୋ ଗାଡି ଓ ବାଇକ ମଧ୍ୟରେ ମୁହାଁମୁହିଁ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ଜଣେ ୮୨ ବର୍ଷୀୟ ବୃଦ୍ଧଙ୍କ ମୃତ ହୋଇଥିବାବେଳେ ଆଉ ୫ଜଣ ଅଟୋ ଯାତ୍ରୀ ଗୁରୁତର ଅବସ୍ଥାରେ ଆସିକା ମେଡ଼ିକାଲରେ ଭର୍ତ୍ତି ହୋଇଛନ୍ତି । ଅଟୋ ଗାଡ଼ିଟି ଜକର ଗ୍ରାମରୁ କବିସୂର୍ଯ୍ୟନଗରକୁ ଯାଉଥିଲା। ନିମୁଣ୍ଡିଆ ଗ୍ରାମ ଛକରେ ମୁହାଁମୁହିଁ ଧକ୍କା ହୋଇ ଅଟୋ ଗାଡିଟି ଓଲଟିଯାଇଥିଲା । ଯାହାଦ୍ବାରା ଘଟଣାସ୍ଥଳରେ ଵୃଦ୍ଧ ଦୁର୍ଯ୍ୟୋଧନ ଜେନାଙ୍କ ମୃତ୍ୟୁ ହୋଇଥିଲା । ଅଟୋଯାତ୍ରୀ  ପୁଷ୍ପାଞ୍ଜଳି ସାହୁ , ସନ୍ତୋଷ ସାହୁ, କ୍ଷୀର ଜେନା  ଓ ବାଇକ ଆରୋହୀ  ଆସିକା ମେଡ଼ିକାଲରେ ଚିକିତ୍ସିତ ହେଉଥିବା ଜଣାପଡିଛି । ବାଇକ ଆରୋହୀ କଂଗ୍ରେସ ମହନ୍ତର ଅଣ୍ଟା ଓ ହାତ ଭାଙ୍ଗି ଯାଇଥିବାବେଳେ ଅନ୍ୟମାନଙ୍କ ଶରୀର ବିଭିନ୍ନ ଅଂଶରେ ଆଘାତ ଲାଗିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.