ଅଟୋକୁ ପଛ ପଟୁ ଧକ୍କା ଦେଲା ଟ୍ରକ : ଜଣେ ମୃତ, ତିନି ଗୁରୁତର

Published By : Prameya-News7 Bureau | March 09, 2020 IST

ସୋର ୦୯।୦୩: ଅଟୋକୁ ପଛରୁ ଧକ୍କା ଦେଲା ଟ୍ରକ । ବାଲେଶ୍ବର ଜିଲ୍ଲା ୧୬ନଂ ଜାତୀୟ ରାଜପଥ କଲେଜ ଛକ ନିକଟରେ ଦୁର୍ଘଟଣା ଘଟିଛି । ସଡକ ଦୁର୍ଘଟଣାରେ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ତିନିଜଣ ଗୁରୁତର ହୋଇଛନ୍ତି । ସମସ୍ତ ଗୁରୁତରଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି ।  

{"id":235282,"sizeSlug":"large"}

ସୂଚନାଯୋଗ୍ୟ ଯେ, ସୋର ଥାନା ଗୋପିନାଥପୁରରୁ ବେତଡା ମେଳନ ପଡିଆକୁ ଦୋକାନ କରିବାକୁ ଯାଉଥିଲେ ଗୋଟିଏ ପରିବାର ଚାରି ସଦସ୍ୟ ।  କିନ୍ତୁ କଲେଜଛକ ନିକଟରେ ଏକ ଅଜଣା ଟ୍ରକ ପଛରୁ ଆସି ଧକ୍କା ଦେଇଥିଲା । ଯାହାଫଳରେ ଅଜା, ଆଇ, ନାତି ସମେତ ଅଟୋ ଡ୍ରାଇଭର୍ ଗୁରୁତ୍ତର ଆହାତ ହୋଇଥିଲେ  । ସ୍ଥାନୀୟ ଲୋକ ଆହାତମାନଙ୍କୁ ଉଦ୍ଧାର କରି ସୋର ମେଡିକାଲରେ ଭର୍ତ୍ତି କରିଥିଲେ ।

{"id":235283,"sizeSlug":"large"}

ସେଠାରେ ଡାକ୍ତର ଜଣଙ୍କୁ ମୃତ୍ୟୁ ଘୋଷଣା କରିଛନ୍ତି। ମୃତକ ହେଉଛନ୍ତି ଅଜା ଗୋବିନ୍ଦ ବିନ୍ଧାଣି ।  ଆହାତ ଥିବା ଲୋକମାନେ ହେଉଛନ୍ତି ଆଇ ଭାମା ବିନ୍ଧାଣି , ନାତି ଦେବାଶିଷ ଓଝା ଓ ଅଟୋ ଡ୍ରାଇଭର୍ । ସମସ୍ତଙ୍କୁ ମେଡିକାଲରେ ଚିକିତ୍ସା ଜାରି ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.