ଅଟୋ-ବାଇକ ମୁହାଁମୁହିଁ ଧକ୍କା, ଜଣେ ମୃତ, ୭ ଆହତ

Published By : Prameya-News7 Bureau | January 16, 2022 IST

ମୋହନା ୧୬।୦୧: ମୋହନା-ଗଜପତି ଜିଲ୍ଲା ଅଡବା ଥାନା ବୁଢାନେଲଡି ନିକଟରେ ଘଟିଛି ମର୍ମନ୍ତୁଦ ସଡକ ଦୁର୍ଘଟଣା । ଏକ ବୁଲାଣିରେ ଦୁଇ ଅଟୋ ମଧ୍ୟରେ ମୁହାଁ ମୁହିଁ ଧକ୍କା ହେବା ହୋଇଛି । ଫଳରେ ଅଟୋରେ ଥିବା ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ମୃତ ମହିଳା ଜଣକ ହେଲେ ଦମାଦୁଆ ଗାଁର ଶାନ୍ତିଲତା ନାୟକ ।  ଉଭୟ ଯାନର ୭ ଜଣ ଯାତ୍ରୀ ଆହତ ହୋଇଛନ୍ତି । ଅଟୋ ପଛରେ ଆସୁଥିବା ଏକ ବାଇକ ମଧ୍ୟ ଅଟୋ କୁ ଧକ୍କା ଦେଇଛି । ଫଳରେ ବାଇକ ଆରୋହୀ ମଧ୍ୟ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ସ୍ତାନୀୟ ଲୋକେ ଉଦ୍ଧାର କରି ଅଡବା ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି । ଅଡବା ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରୁଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.