ଅଟୋ ଦୁର୍ଘଟଣାରେ ଜଣେ ମୃତ : ୩ଜଣ ଆହତ
27/02/2019 at 4:54 PM

ଦେବଗଡ ୨୭/୨: ଦେବଗଡ ଥାନା ଅନ୍ତର୍ଗତ ରାଞ୍ଚି ବିଜୟୱାଡା ରାସ୍ତାର ସାମନ୍ତରାପାଲି ଗ୍ରାମ ନିକଟ ରେ ଯାତ୍ରୀବାହୀ ଅଟୋ ଓଲଟି ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ତିନି ଜଣ ଆହତ ହୋଇଛନ୍ତି। ଦେବଗଡ ସହର ନିକଟସ୍ଥ ନୁଆଁଭୂଇଁ ଗ୍ରାମର ନିରଞ୍ଜନ ବାଘ ତାଙ୍କ ପରିବାର ସହ ନିକଟସ୍ଥ ବସାଲଇ ଗ୍ରାମକୁ ଅଟୋ ଯୋଗେ ଯାଉଥିବା ବେଳେ ସାମନ୍ତରାପାଲି ଗ୍ରାମ ନିକଟରେ ଅଟୋଟି ଭାରସାମ୍ୟ ହରାଇ ଓଲଟିପଡିଥିଲା। ଫଳରେ ଘଟଣାସ୍ଥଳରେ ନିରଞ୍ଜନଙ୍କ ମୃତ୍ୟୁ ଘଟିଥିବା ବେଳେ ତାଙ୍କ ସ୍ତ୍ରୀ ମୌଥିଳି, ପାଞ୍ଚ ବର୍ଷର ଝିଅ ଅମ୍ରିତା, ଶାଶୁ ଯଶୋଦା ପାତ୍ର ଆହତ ହୋଇଛନ୍ତି।

ଆହତ ମାନଙ୍କୁ ଦେବଗଡ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଦେବଗଡ ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଅନୁସନ୍ଧାନ ଆରମ୍ଭ କରିଛନ୍ତି । ଦୁର୍ଘଟଣାଗ୍ରସ୍ଥ ଅଟୋର ଡ୍ରାଇଭର୍ ଫେରାର ହୋଇ ଯାଇଥିବା ଜଣାପଡିଛି ।
