Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଅସୁରକ୍ଷିତ ସ୍କୁଲ ଯାତ୍ରା : ଚାଳକଙ୍କ ବେପାରୁଆ ଡ୍ରାଇଭିଂ ଯୋଗୁ ଅଟୋ ଓଲଟି ୪ ଜଣ ଛାତ୍ରଛାତ୍ରୀ ଗୁରୁତର

29/08/2019 at 5:31 PM

 ଭୁବନେଶ୍ବର  ୨୯/୮: ଚାଳକଙ୍କ  ଅସାବଧାନତାରୁ ଓଲଟିଲା ସ୍କୁଲ ପିଲାଙ୍କୁ ନେଇ ଯାଉଥିବା ଅଟୋ । ଭୁବନେଶ୍ବର  ଟଙ୍କପାଣି  ସାଇ ମନ୍ଦିରରେ  ନିକଟରେ ଘଟିଥିବା ଏହି ଦୁର୍ଘଟଣାରେ  ସ୍ବାମୀ ବିବେକାନନ୍ଦ ଶିକ୍ଷା କେନ୍ଦ୍ରର ୪ ଜଣ ଛାତ୍ର ଛାତ୍ରୀ ଗୁରୁତର ଆହତ ହୋଇ କ୍ୟାପିଟାଲ ହସପିଟାଲରେ ଭର୍ତ୍ତୀହୋଇଛନ୍ତି।

ଅସୁରକ୍ଷିତ ସ୍କୁଲ ଯାତ୍ରା । ବିପଦରେ ପଡିଲେ ସ୍କୁଲ  ଛାତ୍ର ଛାତ୍ରୀ । ଭୁବନେଶ୍ବର ଟଙ୍କପାଣି ସାଇମନ୍ଦିର ନିକଟରେ ଘଟିଥିବା ଦୁର୍ଘଟଣାରୁ  ସ୍କୁଲ ପିଲାଙ୍କ ସୁରକ୍ଷା ନେଇ ପୁଣି ଥରେ ପ୍ରଶ୍ନ । ଚାଳକଙ୍କ ବେପାରୁଆ ଡ୍ରାଇଭିଂ ଯୋଗୁ  ଏକ ଅଟୋ ଓଲଟି ୪ ଜଣ ଛାତ୍ରଛାତ୍ରୀ ଗୁରୁତର ଆହତ ହୋଇଛନ୍ତି । । ସେମାନଙ୍କୁ  କ୍ୟାପିଟାଲ ହସପିଟାଲ ଅର୍ଥୋପେଡିକ ବିଭାଗରେ ଭର୍ତ୍ତୀ କରାଯାଇଛି। କାହାର ହାଡ ଭାଙ୍ଗିଛି ତ, କାହାର ମୁହଁ, ଦେହ ସାରା ଖଣ୍ଡିଆ,  କାହାର ଦାନ୍ତ ଉପୁଡି ଯାଇଛି ।ପିଲାଙ୍କୁ ସ୍କୁଲ ନେଇ ଯାଉଥିବା ଅଟୋ ଟି ସାମ୍ନାପଟୁ ଆସୁଥିବା ଟ୍ରାକ୍ଟର ଆଗକୁ ଆସିଯିବାବେଳେ ଅନ୍ୟମନସ୍କ ହୋଇ ଅଟୋଚାଳକ ହଠାତ୍ ବ୍ରେକ୍‌ ମାରିଥିଲେ। ଆଉ ଅଟୋଟି ରାସ୍ତାରେ ଓଲଟି ପଡିଥିଲା । ଦୁର୍ଘଟଣାଗ୍ରସ୍ତ ଅଟୋରେ ଥିବା ପିଲାଙ୍କ ଚିତ୍କାର ଶୁଣି , ସ୍ଥାନୀୟ ବାସିନ୍ଦା ଓ ଏବଂ ପଥଚାରୀ ମାନେ ସେମାନଙ୍କୁ ଉଦ୍ଧାର କରି ଡାକ୍ତରଖାନା ପଠାଇବା ବ୍ୟବସ୍ଥା କରିଥିଲେ ।   ତେବେ ଏଭଳି ଦୁର୍ଘଟଣା ବାରମ୍ବାର ଘଟୁଥିବାରୁ  ଅଟୋ ଡ୍ରାଇଭରଙ୍କ   ଡ୍ରାଇଭିଙ୍ଗ ସାଇସେନନ୍ସ  ଚେକିଙ୍ଗ୍ ସହ  ସେମାନଙ୍କୁ  ପ୍ରଶାସନ ପକ୍ଷରୁ ଟ୍ରେନିଙ୍ଗ ଏବଂ ସଚେତନ କରିବାକୁ ଦାବି କରିଛି   ଅଭିଭାବକ ମହାସଂଘ।

ରାଜଧାନୀରେ ଦିନକୁ ଦିନ ବଢୁଥିବା  ଅଟୋ  ସଂଖ୍ୟା ଟ୍ରାଫିକ୍ ଚିନ୍ତା ବି ବଢାଇ ଚାଲିଛି । ରାଜ୍ୟରେ ପ୍ରାୟ ଦେଢ ଲକ୍ଷ  ଅଟୋ ଚଳାଚଳ କରୁଥିବା ବେଳେ, ରାଜଧାନୀରେ ସେହି ସଂଖ୍ୟା  ପ୍ରାୟ ୩୦ ହଜାର । କିନ୍ତୁ ଅନଭିଜ୍ଞ ଓ ଟ୍ରାଫିକ ନିୟମ ନେଇ ଯଥେଷ୍ଟ ଜ୍ଞାନ ନଥିବା ଅଟୋ ଚାଳକ ହିଁ ସମସ୍ୟାର କାରଣ । ବିଶେଷକରି ସ୍କୁଲ ପିଲାଙ୍କ ପରିବହନରେ ଏପରି ଦାୟୀତ୍ବହୀନତା ବିପଦକୁ ଡାକି ଆଣୁଛି ।  ଏହା ଉପ​‌ରେ ରୋକ୍‌ ପାଇଁ  ଟ୍ରାଫିକ ପୋଲିସ, ପରିବହନ ଅଧିକାରୀ ମାନେ  ତତ୍ପର ହେବା ଆବଶ୍ୟକ ବୋଲି  କହିଛନ୍ତି  ଜାତୀୟ ସଡକ ସୁରକ୍ଷା କାଉନସିଲର ପୁର୍ବତନ ସଦସ୍ୟ ।

ଦ୍ରୁତ ଗତି , ଆଣେ ବିପତ୍ତି  । ଏବେ କିନ୍ତୁ  ରାଜଧାନୀରେ ବେପରୱା ଚାଳନାରୁ ବେଶି ବିପତ୍ତି । ତେଣୁ ମୋଟର ଯାନ ଆଇନକୁ କଡକଡି କରିବା ଜରୁରି  ଓ ଏଥିନେଇ  ଅଭିଭାବକ ମହଲରୁ ଦାବି ଜୋର ଧରିଛି ।

   Related Posts