ପାକିସ୍ତାନର ଲଗାତାର ବିଜୟ ଉପ​ରେ ଲାଗିଲା ବ୍ରେକ୍‌, ବିଜୟ ସହ ଫାଇନାଲରେ ଅଷ୍ଟ୍ରେଲିଆ

Published By : Prameya-News7 Bureau | November 11, 2021 IST

ଦୁବାଇ ୧୧/୧୧: ଟି-୨୦ ବିଶ୍ବକପ୍‌ ଫାଇନାଲ୍‌ରେ ଅଷ୍ଟ୍ରେଲିଆ । ୫ ଓ୍ବିକେଟରେ ପାକିସ୍ତାନକୁ ହରାଇ ଫାଇନାଲରେ ସିଟ୍‌ ପକ୍କା କରିଛି କଙ୍ଗାରୁ ଦଳ। ଷ୍ଟୋନିସ୍‌ ଏବଂ ଓ୍ବେଡଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ପାକିସ୍ତାନ ପାଖରୁ ମ୍ୟାଚ୍‌ ଛଡ଼ାଇ ଆଣିଛି ଅଷ୍ଟ୍ରେଲିଆ। ଫାଇନାଲରେ ଅଷ୍ଟ୍ରେଲିଆ ନ୍ୟଜିଲାଣ୍ଡକୁ ଭେଟିବ। ସେପଟେ ଲଗାତାର ବିଜୟ ପରେ ସେମିରେ ନିରାଶ ହୋଇଛି ପାକିସ୍ତାନ।  

wp:embed {"url":"https://twitter.com/ICC/status/1458853933745524753","type":"rich","providerNameSlug":"twitter","responsive":true}
https://twitter.com/ICC/status/1458853933745524753
/wp:embed

୧୭୭ ରନ୍‌ର ବିଜୟ ଲକ୍ଷ ନେଇ ପଡ଼ିଆକୁ ଓହ୍ଲାଇଥିବା ଅଷ୍ଟ୍ରେଲିଆ ଦଳ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ମାତ୍ର ୯୬ ରନ୍‌ରେ ଦଳ ୫ ଓ୍ବିକେଟ୍‌ ହରାଇଥିଲା। ପାକିସ୍ତାନ ଜିତିବ ବୋଲି ଆକଳନ ଆରମ୍ଭ ହୋଇଥିବା ବେଳେ ମାର୍କସ ଷ୍ଟୋନିସ୍‌ ଏବଂ ମାଥ୍ୟୁ ଓ୍ବେଡ୍‌ କମାଲ କରିଥିଲେ। ଷ୍ଟୋନିସ୍‌ ୩୧ ବଲରେ ୪୦ ରନ୍‌ ଏବଂ ଓ୍ବେଡ୍‌ ୧୭ ବଲ୍‌ରେ ଅପରାଜିତ ୪୧ ରନ୍‌ କରି ଦଳକୁ ରୋମାଞ୍ଚକର ବିଜୟ ଦେଇଛନ୍ତି।

ଟ୍ବେଣ୍ଟି ଟ୍ବେଣ୍ଟି ବିଶ୍ବକପର ଦ୍ବିତୀୟ ସେମିଫାଇନାଲରେ ମୁହାଁମୁହିଁ ହୋଇଥିଲେ ପାକିସ୍ତାନ ଏବଂ ଅଷ୍ଟ୍ରେଲିଆ । ଟସ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା କଙ୍ଗାରୁ ଟିମ । ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ଓଭରରେ ୪ ଓ୍ବିକେଟ ହରାଇ ୧୭୬ ରନ ସଂଗ୍ରହ କରିଥିଲା ପାକିସ୍ତାନ । ଓପନର ମହମ୍ମଦ ରିଜଓ୍ବାନ ଏବଂ ଫକର୍ ଜମାନ୍‌ଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ଦଳ ବଡ ସ୍କୋର କରିବାକୁ ସକ୍ଷମ ହୋଇଥିଲା । କିନ୍ତୁ ପାକିସ୍ତାନ ହାତରୁ ମ୍ୟାଚ୍‌ ଛଡ଼ାଇ ନେଇଛି ଅଷ୍ଟ୍ରେଲିଆ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.