ନୂଆ ବର୍ଷରେ ଭାରତୀୟ କ୍ରିକେଟ ଖେଳାଳୀଙ୍କୁ ନିମନ୍ତ୍ରଣ କଲେ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ; ଉଭୟ ଭାରତ ଏବଂ ଅଷ୍ଟ୍ରେଲିଆ ଟିମ ସହ ଫଟୋ ଉଠାଇଲେ ପ୍ରଧାନମନ୍ତ୍ରୀ

Published By : Prameya-News7 Bureau | January 01, 2019 IST

ସିଡନୀ ୧/୧ : ଭାରତ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଛି ଟେଷ୍ଟ କ୍ରିକେଟ | ସେଥିପାଇଁ ଭାରତୀୟ କ୍ରିକେଟ ଦଳ ଏବେ ସିଡନୀରେ ଅଛନ୍ତି | ଆସନ୍ତା ୩ ତାରିଖରେ ଅଷ୍ଟ୍ରେଲିଆ ବିପକ୍ଷରେ ଭାରତ ଚତୁର୍ଥ ଟେଷ୍ଟ ମ୍ୟାଚ ଖେଳିବ | ନୂଆବର୍ଷ ଉପଲକ୍ଷେ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ମୋରିସନ ଭାରତୀୟ କ୍ରିକେଟ ଦଳଙ୍କୁ ନିଜ ବାସଭବନକୁ ନିମନ୍ତ୍ରଣ କରିଥିଲେ | ଏଥିପାଇଁ ଭାରତୀୟ କ୍ରିକେଟ ଦଳର ସମସ୍ତ ଖେଳାଳୀ ପ୍ରଧାନମନ୍ତ୍ରୀଙ୍କ ନିମନ୍ତ୍ରଣ ରକ୍ଷା କରି ତାଙ୍କ ବାସଭବନରେ ପହଂଚିଥିଲେ |

{"id":69413}


ପ୍ରଧାନମନ୍ତ୍ରୀଙ୍କ ସରକାରୀ ବାସଭବନ କିରିବିଲି ହାଉସରେ ଅଧିନାୟକ ବିରାଟ କୋହଲିଙ୍କ ସମେତ ଦଳର ସମସ୍ତ ଖେଳାଳୀ ପ୍ରଧାନମନ୍ତ୍ରୀଙ୍କ ସହ ଫଟୋ ଉଠାଇଛନ୍ତି | ଭାରତୀୟ କ୍ରିକେଟ ଦଳର କୋଚ ରବି ଶାସ୍ତ୍ରୀ ମଧ୍ୟ ସାମିଲ ଥିଲେ | ନୂଆବର୍ଷ ଉପଲକ୍ଷେ ଭାରତୀୟ କ୍ରିକେଟ ଦଳ ସହ ଅଷ୍ଟ୍ରେଲିଆ କ୍ରିକେଟ ଦଳଙ୍କୁ ମଧ୍ୟ ନିମନ୍ତ୍ରଣ କରାଯାଇଥିଲା | ପ୍ରଧାନମନ୍ତ୍ରୀଙ୍କ ସହ ଉଭୟ ଦଳର ଅଧିନାୟକ ମଧ୍ୟ ଅଲଗା ଭାବେ ଫଟୋ ଉଠାଇଥିଲେ |

{"id":69414,"width":588,"height":446}


ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ ଟ୍ୱିଟର ହେଣ୍ଡଲରେ ଉଭୟ ଦଳର ଏହିସବୁ ଫଟୋ ସେୟାର କରିଛନ୍ତି | ଭାରତୀୟ ଦଳ ବର୍ତ୍ତମାନ ସୁଦ୍ଧା ସିରିଜରେ ୨-୧ରେ ବିଜୟ ହାସଲ କରିଛନ୍ତି | ଭାରତୀୟ ଦଳଙ୍କ ସାମ୍ନାରେ ସିଡନୀରେ ସିରିଜ ଜିତିବା ଲକ୍ଷ୍ୟ ରହିଛି | ଯଦି ଭାରତ ଏହି ସିରିଜରେ ବିଜୟ ହାସଲ କରିବ ତାହେଲେ ଅଷ୍ଟ୍ରେଲିଆ ମାଟିରେ ୭୧ ବର୍ଷରେ ପ୍ରଥମଥର ପାଇଁ ଭାରତ ସିରିଜ ଜିତିଥିବା ନେଇ ନାଁ ରଖିବ |

{"id":69415,"width":587,"height":445}


ସିଡନୀ କ୍ରିକେଟ ପଡିଆରେ ଭାରତର ନାଁ ଆଗରୁ ବହୁତ ଖରାପ ଅଛି | ୧୯୪୭ ରୁ ୨୦୧୫ ମସିହା ପର୍ଯ୍ୟନ୍ତ ଭାରତ ଅଷ୍ଟ୍ରେଲିଆ ମଧ୍ୟରେ ୧୧ଟି ଟେଷ୍ଟ ମ୍ୟାଚ ଖେଳାଯାଇଛି | ଏଥିରେ ଭାରତ କେବଳ ଥରେ ହିଁ ବିଜୟୀ ହୋଇଥିଲା | ୫ଟି ମ୍ୟାଚ ଭାରତ ହାରିଥିଲା ଏବଂ ଅନ୍ୟ ୫ଟି ମ୍ୟାଚ ଡ୍ର ହୋଇଯାଇଥିଲା | ୧୯୭୮ ମସିହାରେ ଭାରତ ସିଡନୀରେ ଖେଳାଯାଇଥିବା ଟେଷ୍ଟରେ ବିଜୟୀ ହୋଇଥିଲା | ସେତେବେଳେ ଭାରତ କ୍ରିକେଟ ଟିମର ଅଧିନାୟକ ଥିଲେ ବିସନ ସିଂ ବେଦୀ |

{"id":69416,"width":580,"height":440}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.