'ଯୋଗୀଙ୍କୁ କିଛିଦିନ ପାଇଁ ଧାର୍ ଦିଅ, କରୋନା ନିୟନ୍ତ୍ରଣ ପାଇଁ ସେ ରାସ୍ତା କହିବେ', ଅଷ୍ଟ୍ରେଲିଆ ସାଂସଦ କଲେ ଅନୁରୋଧ

Published By : Prameya-News7 Bureau | July 12, 2021 IST

ଲକ୍ଷ୍ନୌ, ୧୨/୦୭:  କରୋନା ଭାଇରସ ମହାମାରୀକୁ ନିୟନ୍ତ୍ରଣ କରିବାରେ ଉତ୍ତରପ୍ରଦେଶ ସଫଳ ହୋଇଛି । ଏଥିପାଇଁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ପ୍ରଶଂସା କରାଯାଉଛି । ଏହାମଧ୍ୟରେ ଅଷ୍ଟ୍ରେଲିଆ ସାଂସଦ କ୍ରେଗ୍ କେଲୀ ନିଜ ଟ୍ୱିଟର ପେଜରେ ଯୋଗୀଙ୍କ ଉଦାହରଣ ଦେଇଛନ୍ତି । ଏହାସହ ୟୁପି ମୁଖ୍ୟମନ୍ତ୍ରୀ ନେଇତିବା ପଦକ୍ଷେପର ପ୍ରଶଂସା କରିଛନ୍ତି । ଏପରିକି ଯୋଗୀ ଅଷ୍ଟ୍ରେଲିଆରେ କରୋନା ବିରୋଧରେ କିଛି ସାହାଯ୍ୟ କରନ୍ତୁ ବୋଲି ସେ କହିଛନ୍ତି ।

ସୂଚନାନୁସାରେ, କେଲି ଗତ ୧୦ ତାରିଖରେ ଏକ ଟ୍ୱିଟ୍ କରିଥିଲେ । ଯାହା ଖୁବ୍ ଭାଇରାଲ ହୋଇଛି । ସେ ୟୁପିର କରୋନା ନିୟନ୍ତ୍ରଣ ମଡେଲ ଦେଖି ଖୁସି ହୋଇଯାଇଥିଲେ । ଏହାସହ ସୋସିଆଲ ମିଡିଆରେ ଯୋଗୀଙ୍କୁ ଖୁବ୍ ପ୍ରଶଂସା କରିଥିଲେ ।

wp:html /wp:html

ସେ ଟ୍ୱିଟରରେ ଲେଖିଥିଲେ ଯେ, କିଛି ଏପରି ରାସ୍ତା ଅଛି କି ଯେପରି କରୋନାକୁ ନିୟନ୍ତ୍ରଣ କରାଯିବ । ନଚେତ ଯୋଗୀଙ୍କୁ କିଛି ଦିନ ପାଇଁ ଅଷ୍ଟ୍ରେଲିଆକୁ ଦିଆଯାଉ । ଫଳରେ ଅଷ୍ଟ୍ରେଲିଆରେ କରୋନା ନିୟନ୍ତ୍ରଣକୁ ଆସିବ ।

ଆହୁରି ମଧ୍ୟ ସେ ଗତ ୩୦ ଦିନରେ ଭାରତର ୧୭ ପ୍ରତିଶତ ଜନସଂଖ୍ୟା ଥିବା ୨.୫ ପ୍ରତିଶତ ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାସହ କରୋନା ମାମଲା ୧ ପ୍ରତିଶତରୁ କମ୍ ରହିଛି । କିନ୍ତୁ ୯ ପ୍ରତିଶତ ଜନସଂଖ୍ୟା ଥିବା ମହାରାଷ୍ଟ୍ରରେ ମୋଟ ମୃତ୍ୟସଂଖ୍ୟାର ୫୦ ପ୍ରତିଶତ ଏହି ରାଜ୍ୟରୁ ଅଟନ୍ତି । ମହାରାଷ୍ଟ୍ରରେ ଅନେକ ମେଡିସିନ କମ୍ପାନୀ ଥିଲେ ବି ୟୁପି କରୋନା ନିୟନ୍ତ୍ରଣରେ ସଫଳ ହୋଇଥିବା ସେ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.