Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ବର : ହାତ ଟେକିଦେଲେ ବାଚସ୍ପତି, କହିଲେ- ଯଦି ସବୁ ସଦସ୍ୟ ଗୃହ ଚଲାଇବାକୁ ପ୍ରସ୍ତୁତ ନୁହଁନ୍ତି, ତେବେ ମୁଁ କ’ଣ କରିବି ?
  • ||
  • ଭୁବନେଶ୍ବର : ମମିତା ମେହେର ହତ୍ୟା ପ୍ରସଙ୍ଗ : ଆସନ୍ତା ୧୦ରେ ବିଧାନସଭା ଘେରାଉ କରିବ ଛାତ୍ର କଂଗ୍ରେସ
  • ||
  • ପରଲୋକରେ ପଦ୍ମଶ୍ରୀ ନନ୍ଦ ସାର୍, ୧୦୪ ବର୍ଷରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ
  • ||
  • ଭୁବନେଶ୍ବର : ରିପୋର୍ଟ ଆସିବା ପରେ ନିୟମ ଅନୁସାରେ ଚାଷୀଙ୍କୁ କ୍ଷତିପୂରଣ ଦିଆଯିବ : ମନ୍ତ୍ରୀ ସୁଦାମ ମାରାଣ୍ଡି
  • ||
  • ଭୁବନେଶ୍ବର : ବିଡିଏ ଫେରାଇବ ସର୍ବକ୍ଷମା ଯୋଜନାର ଅଧିକ ଫାଇନ୍, ଆବେଦନର ଶେଷ ତାରିଖ ୧୦ ଡିସେମ୍ବର
  • ||
  • ଖୋର୍ଦ୍ଧା : ଭିଜିଲାନ୍ସ ହାତରେ ଧରାପଡିଲେ ନିର୍ବାହୀ ଯନ୍ତ୍ରୀ, ବିଲ୍ କରାଇ ଦେବାକୁ ଠିକାଦାରଙ୍କଠୁ ନେଉଥିଲେ ୧୦ ହଜାର
  • ||
  • ଟିଟିଲାଗଡ : ପୁରୀ-ଅଜମେର ଟ୍ରେନ୍‌ରେ ନିଆଁ, ଟ୍ରାକ୍‌ରେ ବ୍ରେକ୍ ଘସି ହୋଇ ଧୂଆଁ ବାହାରୁଥିଲା
  • ||
  • ରୋହିଙ୍ଗ୍ୟା ବିରୋଧୀ ହିଂସା ପାଇଁ ଫେସବୁକ ଦାୟୀ ! ୧୫୦ ବିଲିୟନ ପାଉଣ୍ଡର କ୍ଷତିପୂରଣ ଦେବାକୁ ମାମଲା
  • ||
  • କଳାହାଣ୍ଡି : ଇଚ୍ଛା ମୃତ୍ୟୁ ଆବେଦନକାରୀଙ୍କୁ ସାହା ହେଲା BSKY, ଯୋଜନାରେ ଆରମ୍ଭ ହେଲା ଚିକିତ୍ସା
  • ||
  • ତୁରେଇକେଲା ବ୍ଲକରେ ମାତିଲେ ୩୦ ଟିକିଆ ହାତୀପଲ, ଭାଙ୍ଗିଦେଲେ ଘର ଛପର
  • ||

ଟି-୨୦ ବିଶ୍ବକପ : ଉଦଘାଟନୀ ମ୍ୟାଚରେ ଅଷ୍ଟ୍ରେଲିଆର ଦମଦାର ବିଜୟ, ଦ. ଆଫ୍ରିକାକୁ ୫ ଓ୍ବିକେଟରେ ହରାଇଲା କଙ୍ଗାରୁ ବାହିନୀ

23/10/2021 at 7:12 PM

ଦୁବାଇ ୨୩/୧୦ : ଟ୍ବେଣ୍ଟି ଟ୍ବେଣ୍ଟି ବିଶ୍ବକପ ଆରମ୍ଭରୁ ରୋମାଞ୍ଚକର ମୁକାବିଲା ଦେଖିବାକୁ ମିଳିଛି । ଉଦଘାଟନୀ ମ୍ୟାଚରେ ଦମଦାର ବିଜୟ ହାସଲ କରିଛି ଅଷ୍ଟ୍ରେଲିଆ । ଲୋ ସ୍କୋରିଂ ମ୍ୟାଚରେ ହାଇ ଭୋଲଟେଜ୍‌ ଡ୍ରାମା ଦେଖିବାକୁ ମିଳିଛି । ପ୍ରଥମେ ବ୍ୟାଟିଂକରି ନିର୍ଦ୍ଧାରିତ ଓଭରରେ ୯ ଓ୍ବିକେଟ ହରାଇ ୧୧୮ ରନ ସଂଗ୍ରହ କରିଥିଲା ଦକ୍ଷିଣ ଆଫ୍ରିକା । ଜବାବରେ ଅଷ୍ଟ୍ରେଲିଆ ୧୯.୪ ଓଭରରେ ୫ ଓ୍ବିକେଟ ହରାଇ ବିଜୟ ଲକ୍ଷ୍ୟ ହାସଲ କରିନେଇଛି ।

୧୧୯ ରନର ପିଛା କରୁଥିବା ଅଷ୍ଟ୍ରେଲିଆ ଆରମ୍ଭରୁ ହିଁ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା । ଓପନର ଡେଭିଡ୍‌ ଓ୍ବାର୍ଣ୍ଣର ମାତ୍ର ୧୪ ରନ କରି ଆଉଟ ହୋଇଥିବା ବେଳେ ଆରୋନ୍‌ ଫିଞ୍ଚ୍‌ ଖାତା ଖୋଲିବା ପୂର୍ବରୁ ପ୍ୟାଭିଲିୟନ ଫେରିଛନ୍ତି । ସେହିଭଳି ମିଚେଲ ମାର୍ସ ୧୧ ରନ, ଷ୍ଟିଭ୍‌ ସ୍ମିଥ୍‌ ରକ୍ଷଣାତ୍ମକ ଇନିଂସ ଖେଳି ୩୫ ରନ କରି ଆଉଟ ହୋଇଛନ୍ତି । ଗ୍ଲେନ୍‌ ମାକ୍ସଓ୍ବେଲ ୧୮ ରନକରି ଆଉଟ ହୋଇଛନ୍ତି । ମାର୍କସ ଷ୍ଟୋଇନିସ୍‌ ଅପରାଜିତ ୨୪ ରନର ଚମତ୍କାର ବ୍ୟାଟିଂ କରି ଅଷ୍ଟ୍ରେଲିଆ ବିଜୟର ବିନ୍ଧାଣୀ ସାଜିଛନ୍ତି । ମାଥ୍ୟୁ ଓ୍ବେଡ୍‌ ୧୫ ରନ କରି ଅପରାଜିତ ଅଛନ୍ତି ।

ଦକ୍ଷିଣ ଆଫ୍ରିକାର ବୋଲରମାନେ ଚତୁରତାର ସହ ବୋଲିଂ କରି କଙ୍ଗାରୁ ଦଳର ବ୍ୟାଟିଂ ମେରୁଦଣ୍ଡ ଭାଙ୍ଗିଦେଇଛନ୍ତି । କାଗିସୋ ରାବାଡା ୪ ଓଭରରେ ୨୮ ରନଦେଇ ୧ ଓ୍ବିକେଟ ନେଇଥିବା ବେଳେ, ଏନ୍‌ରିଚ୍‌ ନୋର୍ଟଜେ ୪ ଓଭରରେ ୨୧ ରନ ୨ ଓ୍ବିକେଟ, କେଶବ ମହାରାଜ ୪ ଓଭରରେ ୨୩ ରନ ୧ ଓ୍ବିକେଟ, ତବରେଜ୍‌ ସାମସୀ ୪ ଓଭରରେ ୨୨ରନ ୧ ଓ୍ବିକେଟ ନେଇଛନ୍ତି । ଡ୍ବାଇନ୍‌ ପ୍ରେଟୋରୁସ୍‌ ୪ ଓଭରରେ ୨୬ ରନ ଦେଇଛନ୍ତି ।

   Related Posts