ବାଇକ୍‌ ଦୁର୍ଘଟଣାରେ ଅଷ୍ଟ୍ରେଲିଆ କ୍ରିକେଟର ଶେନ୍‌ ଓ୍ବାର୍ଣ୍ଣ ଆହତ, ହସ୍ପିଟାଲରେ ଭର୍ତ୍ତି

Published By : Prameya-News7 Bureau | November 29, 2021 IST

ନୂଆଦିଲ୍ଲୀ ୨୯/୧୧: ଅଷ୍ଟ୍ରେଲିଆ କ୍ରିକେଟ ଟିମ୍‌ର ଷ୍ଟାର ସ୍ପିନର ଶେନ୍‌ ଓ୍ବାର୍ଣ୍ଣ ବାଇକ୍‌ ଦୁର୍ଘଟଣାରେ ଆହତ ହୋଇଛନ୍ତି। ରବିବାର ବାଇକ୍‌ ଦୁର୍ଘଟଣାରେ ଆହତ ହୋଇଛନ୍ତି ଓ୍ବାର୍ଣ୍ଣ। ବଡ଼ ଧରଣର କ୍ଷତି ହୋଇନଥିଲେ ବି ତାଙ୍କ ଶରୀରରେ ଆଘାତ ଲାଗିଛି। ନିଜ ପୁଅ ଜ୍ୟାକ୍ସନଙ୍କ ସହ ସେ କେଉଁଆଡ଼େ ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଛି। ମିଳିଥିବା ସୂଚନା ଅନୁସାରେ, ଶେନ ଓ୍ବାର୍ଣ୍ଣ ନିଜେ ବାଇକ୍‌ ଚଳାଉଥିଲେ।

ହଠାତ  ଚକ୍‌ ସ୍ଲିପ୍‌ ହେବାରୁ  ବାଇକ୍‌ ରାସ୍ତା ଉପରେ ପଡ଼ିବା ସହ ସେ ପାଖାପଖି ୨୦ ମିଟର ଘୋଷାରି ହୋଇ ଚାଲିଯାଇଥିଲେ। ସାଙ୍ଗେସାଙ୍ଗେ ତାଙ୍କୁ ହସ୍ପିଟାଲ ନିଆଯାଇଥିଲା। ଶେନ୍‌ ଓ୍ବାର୍ଣ୍ଣଙ୍କ ଶରୀରରେ ଗମ୍ଭୀର ଆଘାତ ଲାଗିନଥିବା ଜଣାପଡ଼ିଛି। କିନ୍ତୁ ଶରୀରରେ ଯନ୍ତ୍ରଣା ଅନୁଭବ ହେବାରୁ ତାଙ୍କୁ ପୁଣି ଥରେ ଡାକ୍ତରଖାନା ନିଆଯାଇଛି ।

ଶେନ ଓ୍ବାର୍ଣ୍ଣ ବିଶ୍ବର ସବୁଠୁ ଅଧିକ ଓ୍ବିକେଟ ନେବା ମାମଲାରେ ଦ୍ବିତୀୟ ସ୍ଥାନରେ ଅଛନ୍ତି। ସେ ମୋଟ ୧୪୫ ଟେଷ୍ଟ ମ୍ୟାଚ୍‌ରେ ୭୦୮ ଓ୍ବିକେଟ୍‌ ଅକ୍ତିଆର କରି ଏହି ରେକର୍ଡ ନିଜ ନାଁରେ କରିଛନ୍ତି । ଡିସେମ୍ବର ୮ ତାରିଖରୁ ଆରମ୍ଭ ହେବାକୁ ଯାଉଥିବା ଆସେସ୍‌ ଟେଷ୍ଟରେ ଶେନ୍‌ ଓ୍ବାର୍ଣ୍ଣ କମେଣ୍ଟ୍ରି ମଧ୍ୟ କରିବେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.