Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୂର୍ବ ଗୋଦାବରୀରେ ଭାରସାମ୍ୟ ହରାଇ ଓଲଟିଲା ଭ୍ୟାନ୍, ୬ ଜଣଙ୍କ ମୃତ୍ୟୁ
  • ||
  • ବୌଦ୍ଧ : ରାସ୍ତା ଉପରେ ପଡିଛି ଯୁବକଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ୩୧ରେ ଆଉ ଏକ ଲଘୁଚାପ ! ଉତ୍ତର ଓ ଉପକୂଳ ଓଡିଶାରେ ବର୍ଷା ସମ୍ଭାବନା
  • ||
  • ରାଉରକେଲା : ସ୍କର୍ପିଓ ଜାଳିଦେଲେ ଦୁର୍ବୃତ୍ତ, ଗାଡିରେ ଥିବା ୩ ଜଣଙ୍କୁ ନିସ୍ତୁକ ମାଡ
  • ||
  • ପରାଜୟ ଧାରା ଭାଙ୍ଗିଲା ଚେନ୍ନାଇ, ୬ ଓ୍ୱିକେଟରେ ହାରିଲା କୋଲକାତା ନାଇଟ ରାଇଡର୍ସ
  • ||

ଦାରିଦ୍ର୍ୟ ଯୋଗୁଁ ରେସିଂ ଡ୍ରାଇଭର ହେଲେ ପର୍ଣ୍ଣ ଷ୍ଟାର୍ : ଏବେ ମାସିକ ଆୟ ୭୨ଲକ୍ଷ

9/06/2020 at 4:01 PM

ଅଷ୍ଟେଲିଆର ପୂର୍ବତନ ସୁପରକାର ଡ୍ରାଇଭର ଏବଂ ରେସର ରେସିଂ ଛାଡ଼ି ଆଡଲ୍ଟ ଇଣ୍ଡଷ୍ଟ୍ରି ଅର୍ଥାତ୍ ପର୍ଣ୍ଣ ଦୁନିଆକୁ ପ୍ରବେଶ କରିଛନ୍ତି। ଏବେ ସେ ରେସିଂ ବଦଳରେ ପର୍ଣ୍ଣ ଇଣ୍ଡଷ୍ଟ୍ରିରେ କାମ କରୁଛନ୍ତି ଏବଂ ଖୁସି ମଧ୍ୟ ଅଛନ୍ତି। ସେ କହିଛନ୍ତି ଯେ ରେସିଂ​‌ରେ ଟଙ୍କା ନଥିଲା। ଆର୍ଥିକ ଅବସ୍ଥା ଭଲ ନଥିଲା। ଏବେ ଆଡଲ୍ଟ ଇଣ୍ଡଷ୍ଟ୍ରିରେ ନାମ,ଦାମ ଏବଂ କାମ ସବୁ ମିଳୁଛି।

୨୫ବର୍ଷ ବୟସ୍କା ରେନି ଗ୍ରେସି ସୁପରକାର ରେସିଂରେ ନିଜ କ୍ୟାରିୟର ଛାଡ଼ି ପର୍ଣ୍ଣ ଇଣ୍ଡଷ୍ଟ୍ରି ଆଡ଼କୁ ପ୍ରବେଶ କରିଛନ୍ତି। ଗତ ସପ୍ତାହରେ ସେ ଏକ ସାକ୍ଷାତକାରରେ କହିଥିଲେ ଯେ ଏହା ତାଙ୍କ ଜୀବନର ସବୁଠୁ ଭଲ ନିଷ୍ପତ୍ତି ଥିଲା। ଏହା ତାଙ୍କ ଜୀବନଶୈଳୀ ପରିବର୍ତ୍ତନ କରିଥିଲା।

ତାଙ୍କ ଘରଲୋକେ ମଧ୍ୟ ତାଙ୍କ କାମକୁ ସମର୍ଥନ କରନ୍ତି। ତାଙ୍କ ବାପା ତାଙ୍କୁ ନେଇ ଗର୍ବ ଅନୁଭବ କରନ୍ତି। କାରଣ ଏବେ ସେ ପୂରା ଘରକୁ ଆର୍ଥିକ ସହଯୋଗ କରୁଛନ୍ତି। ପ୍ରଥମେ ସେ ପରିବାରକୁ ସାହାଯ୍ୟ କରି ପାରୁନଥିଲେ। ଟଙ୍କା ଅଭାବରୁ ତାଙ୍କୁ ମୋଟର ସ୍ପୋର୍ଟସ୍ ଛାଡ଼ିବାକୁ ପଡ଼ିଥିଲା।

ସେ ସୁପର ୨ ସିଜନରେ ୧୭ଟି ରେସରେ ଭାଗ ନେଇଥିଲେ। କେବଳ ଗୋଟିଏ ରେସରୁ ସେ ବାହାରି ଯାଇଥିଲେ। ବାକି ସମସ୍ତ ରେସରେ ସେ ଟପ୍-୧୦ ଫିନିଶର୍ସରେ ରହିଥିଲେ। ରେନି ନିଜ ରେସିଂ କ୍ୟାରିୟର ୨୦୧୫ମସିହାରେ ଆରମ୍ଭ କରିଥିଲେ। ସେତେବେଳେ ସେ ସ୍ବିସ୍ ଡ୍ରାଇଭର ସିମୋନ୍ ଡେ ସିଲଭେସ୍ତୋଙ୍କ ସହ ପାର୍ଟନରଶିପ୍ କରିଥିଲେ।

ତାଙ୍କୁ ପର୍ଣ୍ଣ ଇଣ୍ଡଷ୍ଟ୍ରିରେ ପ୍ରତି ସପ୍ତାହରେ ରେନି ୨୫ହଜାର ଡଲାର ଅର୍ଥାତ୍ ୧୮.୮୮ଲକ୍ଷ ଟଙ୍କା ମିଳୁଛି। ମାସକୁ ତାଙ୍କୁ ୭୫.୫୨ଲକ୍ଷ ଟଙ୍କା ମିଳୁଛି।

   Related Posts