Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନ୍ଦ୍ରକୁ ଓଡ଼ିଶା ମାଗିଲା ଅଗଷ୍ଟ ବର୍ଷା-ବନ୍ୟାର ସହାୟତା, ଦାବି କଲା ୧୫୬୯.୫୦ କୋଟି ଟଙ୍କା
  • ||
  • ରାଜ୍ୟରେ ଆଉ ୧୬ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୬୩୩ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଟ୍ରକକୁ ପଛ ପଟୁ ପିଟିଲା ଟ୍ରଲର, ୨ ମୃତ
  • ||
  • ଡ଼କାୟତି ଯୋଜନା ପଣ୍ଡ, ବାଇପାସ କଡ଼ରୁ ୬ ଡକାୟତ ଗିରଫ
  • ||

ଅଷ୍ଟ୍ରେଲିଆରେ ରେକର୍ଡ ଭାଙ୍ଗିଲା ଗ୍ରୀଷ୍ମ, ୪୧.୯ ଡିଗ୍ରି ସେଲସିୟସରେ ପାରଦ, ଜାରି ହେଲା ଜରୁରୀ ପରିସ୍ଥିତି

19/12/2019 at 7:32 PM

ସିଡନୀ : ବିଶ୍ୱର ଗୋଟିଏ ପଟେ ଏବେ ଶୀତ ଋତୁ ଯୋଗୁ ଲୋକେ ଥରୁଛନ୍ତି। ତେବେ ଅନ୍ୟପଟେ ଚଳିତବର୍ଷ ଅଷ୍ଟ୍ରେଲିଆରେ ଗ୍ରୀଷ୍ମ ରେକର୍ଡ  ଭାଙ୍ଗିଛି। ବୁଧବାର ଦେଶରେ ସର୍ବାଧିକ ତାପମାତ୍ରା ୪୧.୯ ଡିଗ୍ରି ସେଲସିୟସ ଛୁଇଁଥିବା ବେଳେ ପ୍ରଧାନମନ୍ତ୍ରୀ ଗ୍ଲେଡିସ୍ ବେରିକ୍ଲିୟାନ ଦେଶରେ  ଜରୁରୀକାଳୀନ ପରିସ୍ଥିତି ଜାରୀ କରିଛନ୍ତି।

ଗତ  ୬ ବର୍ଷ ଗ୍ରୀଷ୍ମ ରେକର୍ଡ ଭାଙ୍ଗିଛି ଚଳିତବର୍ଷର ଗରମ। ଏହା ପୂର୍ବରୁ ଗତ ୨୦୧୩ ମସିହାରେ ଅଷ୍ଟ୍ରେଲିଆର ସର୍ବାଧିକ ତାପମାତ୍ରା ୪୦.୯ ଡିଗ୍ରି ସେଲସିୟସ୍‌ରେ ପହଞ୍ଚିଥିବାର ପାଣିପାଗ ବ୍ୟୁରୋ ରେକର୍ଡ ରହିଛି। ତାପମାତ୍ରା ବୃଦ୍ଧି ହେଉଥିବାରୁ ସରକାର ସ୍ୱାସ୍ଥ୍ୟ ସତର୍କତା ଜାରି କରିଛନ୍ତି। ଆଗକୁ ସିଡନୀ ସମେତ ଦେଶର ଅନେକ ଅଞ୍ଚଳରେ ଗରମ ପବନ ପ୍ରବାହ ଯୋଗୁ ଅପ୍ରତ୍ୟାଶିତ ଭାବେ ତାପମାତ୍ରା ବଢିପାରେ ବୋଲି ପ୍ରଧାନମନ୍ତ୍ରୀ କହିବା ସହ ଲୋକଙ୍କୁ ଏଥିପ୍ରତି ସତର୍କତା ଅବଲମ୍ବନ ଲାଗି ପରାମର୍ଶ ଦେଇଛନ୍ତି।

ଏହା ପୂର୍ବରୁ ଜାତୀୟ ପାଣିପାଗ ବ୍ୟୁରୋ ଏଭଳି ଗ୍ରୀଷ୍ମ ଆଶଙ୍କାବ୍ୟକ୍ତ କରିବା ସହ ଲୋକଙ୍କୁ ସତର୍କତା ଜାରି କରିଥିଲେ। ତେବେ ଆଗାମୀ ସପ୍ତାହରେ ଦେଶରେ ଭିଷଣ ଗ୍ରୀଷ୍ମ ଅନୁଭୂତ ହେବ ବୋଲି ପାଣିପାଗ ବିଭାଗ ଏବେଠୁ ଲୋକଙ୍କୁ ସତର୍କ କରାଇଛନ୍ତି। ପଶ୍ଚିମ ଅଷ୍ଟ୍ରେଲିଆରେ ଗ୍ରୀଷ୍ମ ଅନୁଭୂତ ହେବା ସହ ଦେଶର ଅନ୍ୟ ଅଞ୍ଚଳକୁ ମଧ୍ୟ ପ୍ରଭାବିତ କରିବ ବୋଲି  ପାଣିପାଗ ବିଭାଗ କହିଛନ୍ତି। ଅନୁମାନ ଅନୁସାରେ ଡିସେମ୍ବର ୨୦ ତାରିଖ ସୁଦ୍ଧା ମେଲବର୍ଣ୍ଣ ଓ ଭିକ୍ଟୋରିଆ ଆଦି ରାଜ୍ୟର ସର୍ବାଧିକ ତାପମାତ୍ରା ୪୧ ଡିଗ୍ରି ସେଲସିୟସ୍ ପର୍ଯ୍ୟନ୍ତ ପହଞ୍ଚିପାରେ।

ତେବେ ଚଳିତବର୍ଷ ଗ୍ରୀଷ୍ମରେ ତାପମାତ୍ରା ବୃଦ୍ଧିର କାରଣ ଗତ ଦିନରେ ଦେଶର ବନାଞ୍ଚଳମାନଙ୍କରେ ଲାଗିଥିବା ନିଆଁ ବୋଲି କୁହାଯାଉଛି। ଗତ ୨ ମାସ ପୂର୍ବେ ଜଙ୍ଗଲରେ ନିଆଁ ଲାଗିବା ଯୋଗୁ ହଜାର ହଜାର ଏକର ଜଙ୍ଗଲ ପୋଡି ନଷ୍ଟ ହୋଇଯାଇଛି। ଏହି ସମୟରେ ଦେଶର ପ୍ରାୟ ୧୦୦ରୁ ଅଧିକ ସ୍ଥାନରେ ବନାଗ୍ନୀ ବ୍ୟାପୀବାରେ ଲାଗିଥିଲା। ଏଥିଯୋଗୁ ଜଙ୍ଗଲ ହାନୀ ସାଙ୍ଗକୁ ଜୀବଜନ୍ତୁ ଓ ଲୋକେ ବି ପୋଡି ହୋଇ ପ୍ରାଣ ହରାଇଛନ୍ତି

   Related Posts