Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଷ୍ଟେଟ୍ ବ୍ୟାଙ୍କ ଉପରେ କୋଟିଏ ଟଙ୍କାର ଫାଇନ ଲଗାଇଲେ ରିଜର୍ଭ ବ୍ୟାଙ୍କ, ସବୁଠୁ ବଡ ବ୍ୟାଙ୍କ ବିରୋଧରେ ଋଣ ନିୟମ ଉଲ୍ଲଙ୍ଘନ ଅଭିଯୋଗ
  • ||
  • ଶ୍ରେୟସ ଆୟରଙ୍କ ଉପରେ ମୁମ୍ବାଇ ଇଣ୍ଡିଆନ୍ସର ନଜର, ରାହୁଲ ଓ ଧାଓ୍ୱନ ବି ବଦଳାଇବେ ଟିମ୍ !
  • ||
  • ରାଜ୍ୟରେ ଆଉ ୩ ଜଣ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୬କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୬୪ କରୋନା ସଂକ୍ରମିତ, ୧୦୪୮୪୯୨ରେ ପହଞ୍ଚିଲା ସଂଖ୍ୟା
  • ||
  • ଜରୁରୀକାଳିନ ପରିସ୍ଥିତି ଘୋଷଣା କଲେ ଗଭର୍ଣ୍ଣର : କରୋନା ସଂକ୍ରମଣ ବଢିବା ପରେ କଟକଣା କଡାକଡି
  • ||
  • ୧୮ କେଜିର ବଜ୍ରକାପ୍ତା ଉଦ୍ଧାର, ଡିଲ୍ ବେଳେ ଧରିଲା ବନ ବିଭାଗ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୪୬୫ ମୃତ
  • ||
  • ଫସଲ ନଷ୍ଟ କରି ଫେରିଗଲେ ଝାଡଖଣ୍ଡୀ ହାତୀପଲ, କ୍ଷତିପୂରଣ ଦାବି କଲେ ଚାଷୀ
  • ||
  • ଫସଲ ନଷ୍ଟ କରି ଫେରିଗଲେ ଝାଡଖଣ୍ଡୀ ହାତୀପଲ, କ୍ଷତିପୂରଣ ଦାବି କଲେ ଚାଷୀ
  • ||
  • ଓଡିଶା ଉପକୂଳରେ ମାଡ ହେବ ବାତ୍ୟା ! ଡିସେମ୍ବର ୩ରୁ ୬ ଯାଏଁ ପ୍ରବଳ ବର୍ଷା
  • ||

ମୂଷା ହଜାଇଦେଲା ନିଦ, ଗୋଟିଏ ଜେଲ୍‌ରୁ ଅନ୍ୟ ଜେଲ୍‌କୁ ସ୍ଥାନାନ୍ତର ହେବେ ୪୨୦ କଏଦୀଙ୍କ ସହ ୨୦୦ ଷ୍ଟାଫ୍‌

22/06/2021 at 9:15 PM

କାନବେରା, ୨୨/୦୬: ଚାଷ ଜମି କିମ୍ୱା ଘରେ ଆପଣ ଦେଖିଥିବେ ମୂଷାମାନେ କିଭଳି ସେମାନଙ୍କର ଦୌରାତ୍ମ୍ୟ ବିସ୍ତାର କରିଥାନ୍ତି । କିନ୍ତୁ କେବେ ଶୁଣିଛନ୍ତି ମୂଷାଙ୍କ କାରନାମା ପାଇଁ ଜେଲ୍‌ର କଏଦୀଙ୍କୁ ଗୋଟିଏ ଜେଲ୍‌ରୁ ଅନ୍ୟ ଜେଲ୍‌କୁ ସ୍ଥାନାନ୍ତରଣ କରାଯାଇଛି । ସେହି ଭଳି ଏକ ଘଟଣା ଏବେ ଅଷ୍ଟ୍ରେଲିଆରେ ଦେଖିବାକୁ ମିଳିଛି । ମୂଷାଙ୍କ ପାଇଁ ଜେଲ୍‌ ବିଭାଗକୁ ନାକେଦମ୍‌ ହେବାକୁ ପଡ଼ିଛି ।   

ଘଟଣା ଅନୁସାରେ, ଅଷ୍ଟ୍ରେଲିଆର ନ୍ୟୁ ସାଉଥ ୱେଲ୍ସ କାରାଗାରର ସିଲିଂ ପ୍ୟାନେଲ ଏବଂ ତାରକୁ ବହୁ ସଂଖ୍ୟାରେ ମୂଷା କାଟିଦେଇଛନ୍ତି, ଯାହାକୁ ନେଇ ଏପରି ପରିସ୍ଥିତି ସୃଷ୍ଟି ହୋଇଛି । ଏହାର ମରାମତି ପାଇଁ ଅଧିକାରୀମାନଙ୍କୁ କୁହାଯାଇଛି ।

ଜେଲ୍‌ର ପାଖାପାଖି ୨ ଶହ ଷ୍ଟାଫ୍‌ ଏବଂ ୪୨୦ ଜଣ କଏଦୀଙ୍କୁ ଏହି ଏଥିପାଇଁ ୱିଲିଙ୍ଗ୍‌ଟନ୍‌ ସୁଧାର କେନ୍ଦ୍ରକୁ ସ୍ଥାନାନ୍ତର କରାଯିବା ନେଇ ନିଷ୍ପତ୍ତି ହୋଇଛି । କର୍ମଚାରୀ ଏବଂ ଅନ୍ତେବାସୀଙ୍କ ସ୍ୱାସ୍ଥ୍ୟ, ନିରାପତ୍ତା ଏବଂ କଲ୍ୟାଣ ଆମର ପ୍ରାଥମିକତା, ତେଣୁ ଗୁରୁତ୍ୱପୂର୍ଣ୍ଣ ଭାବେ ମରାମତି କାର୍ଯ୍ୟ କରିବା ପାଇଁ ବର୍ତ୍ତମାନ ଜରୁରୀ ବୋଲି ସଂଶୋଧନ ସେବା କମିଶନର ପିଟର ସେଭେରିନ କହିଛନ୍ତି ।

   Related Posts