ମୋଦିଙ୍କ ସହ ସେଲ୍ଫି ନେଇ ହିନ୍ଦୀରେ ଟୁଇଟ୍ କଲେ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ, ଲେଖିଲେ ‘କିତ୍ନା ଆଚ୍ଛା ହୈ ମୋଦି’… ହେଉଛି ଭାଇରାଲ୍
29/06/2019 at 5:40 PM

ଓସାକା ୨୯|୬: ଜାପାନର ଓସାକା ସହରର ଆଜି ବି ଦେଖିବାକୁ ମିଳିଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜଲୱା। ମୋଦିଙ୍କ ଫ୍ୟାନ କ୍ଲବରେ ଆଜି ସାମିଲ ହୋଇଛନ୍ତି ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ସ୍କଟ ମୋରିସନ। ଦୁଇ ନେତାଙ୍କ ସାକ୍ଷାତ ଆଲୋଚନା ସମୟରେ ମୋରିସନ ମୋଦିଙ୍କ ସହ ଉଠାଇଥିବା ସେଲଫି ସେୟାର କରି ହିନ୍ଦିରେ ଟ୍ବଟ୍ କରିଥିଲେ କିତନା ଆଚ୍ଛା ହୈ ମୋଦି… ମୋରିସନଙ୍କ ଏହି ହିନ୍ଦି ମେସେଜ ଏବେ ଭାଇରାଲ ହୋଇଛି।
ଜାପାନର ଓସାକାରେ ଚାଲିଥିବା ଜି ୨୦ ସମ୍ମିଳନୀ ସରିଛି, ସମ୍ମିଳନୀରେ ଯୋଗଦେଇ ମୋଦି ଭାରତ ପ୍ରତ୍ୟାବର୍ତ୍ତନ କରିଛନ୍ତି। ସମ୍ମିଳନୀର ଦ୍ବିତୀୟ ଦିନରେ ବି ଛାଇଯାଇଛଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ମୋଦିଙ୍କ ଫ୍ୟାନ କ୍ଲବରେ ଆଜି ସାମିଲ ହୋଇଛନ୍ତି ନବନିର୍ବାଚିତ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ସ୍କଟ ମୋରିସନ।ଦୁଇ ନେତାଙ୍କ ମଧ୍ୟରେ ଘନିଷ୍ଠତା ନେଇ ଆଜି ସମ୍ମିଳନୀରେ ଚର୍ଚ୍ଚା ଜୋର ଧରିଛି।
ସମ୍ମିଳନୀରେ ସ୍କଟ୍ ମୋରିସନ-ମୋଦିଙ୍କ ମଧ୍ୟରେ ସାକ୍ଷାତ ଆଲୋଚନା ହୋଇଥିଲା। ଆଲୋଚନା ସମୟରେ ମୋଦିଙ୍କ ସହ ଉଠାଇଥିବା ଏକ ସେଲଫିକୁ ସେୟାର କରି ଟ୍ବିଟ୍ କରିଥିଲେ ମୋରିସନ। ମୋଦିଙ୍କୁ ପ୍ରଶଂସା କରି ମୋରିସନ ଲେଖିଥିଲେ କିତନା ଆଚ୍ଛା ହୈ ମୋଦି…ମୋରିସନଙ୍କ ହିନ୍ଦି ଟ୍ବିଟ୍ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ମୋଦି ମଧ୍ୟ ଟ୍ବିଟ୍ ପାଇଁ ମୋରିସନଙ୍କୁ ଧନ୍ୟବାଦ ଜଣାଇଛନ୍ତି।
ମୋରିସନଙ୍କ ଟ୍ବିଟ୍ ପରେ ଭାରତ –ଅଷ୍ଟ୍ରେଲିଆ ଦ୍ବିପାକ୍ଷିକ ସମ୍ପର୍କକୁ ନେଇ ସେ ବେଶ୍ ଉତ୍ସାହିତ, କହିଛନ୍ତି ମୋଦି। ଦୁଇ ଦେଶ ମଧ୍ୟରେ ସମ୍ପର୍କକୁ ଅଧିକ ନିବିଡ କରିବାଲାଗି ଏହା ଇନ୍ଧନ ରୂପେ କାମ କରିବ ବୋଲି ମୋଦି କହିଛନ୍ତି।ଉଭୟ ପ୍ରଧାନମନ୍ତ୍ରୀ ହସି ହସି ସେଲଫି ନେଇଥିବା ଦେଖିବାକୁ ମିଳୁଛି। ମୋରିସନ ବ୍ଲୁ ଜ୍ୟାକେଟ ପିନ୍ଧିଥିବାବେଳେ ପ୍ରଧାନମନ୍ତ୍ରୀ ମୋଦି ବ୍ରାଉନ ଜ୍ୟାକେଟ ପିନ୍ଧିଛନ୍ତି।
ଦୁଇ ନେତା ଆଜି ସାକ୍ଷାତ ଆଲୋଚନା ସମୟରେ କ୍ରୀଡା, ମାଇନିଂ ଟେକନୋଲୋଜି,ପ୍ରତିରକ୍ଷା ଏବଂ ଭାରତ-ପ୍ରଶାନ୍ତମହାସାଗର ଅଞ୍ଚଳରେ ସାମୁଦ୍ରିକ ସୁରକ୍ଷା ଆଦି ପ୍ରସଙ୍ଗରେ ସହଯୋଗର ପରିସର ବ୍ୟାପକ କରିବାନେଇ ଆଲୋଚନା କରିଥଲେ।
