ପ୍ରତି ସିରିଜରେ ଖାଲି ପାଦରେ ପଡିଆକୁ ଓହ୍ଲାଇବେ ଅଷ୍ଟ୍ରେଲିଆ ଦଳ ! ଭାରତ ବିପକ୍ଷ ଦିନିକିଆରୁ ହେବ ଆରମ୍ଭ

Published By : Prameya-News7 Bureau | November 16, 2020 IST

ନୂଆଦିଲ୍ଲୀ ୧୬।୧୧: ଅଷ୍ଟ୍ରେଲିଆ ଖେଳାଳି ପ୍ରତି ଶୃଙ୍ଖଳା ପୂର୍ବରୁ ଲୋକଙ୍କ ସଂସ୍କୃତିକୁ ସମ୍ମାନ ଦେବା ଲାଗି ମ୍ୟାଚ୍‌ ପୂର୍ବରୁ ଖୋଲା ପାଦରେ ପଡିଆକୁ ଓହ୍ଲାଇଲେ ଏବଂ ଗୋଲାକାର ହୋଇ ଛିଡା ହେବେ। ଭାରତ ବିପକ୍ଷ ଦିନିକିଆ ଶୃଙ୍ଖଳାରୁ ଅଷ୍ଟ୍ରେଲିଆ କ୍ରିକେଟ୍ ଦଳ ଏହା ଆରମ୍ଭ କରିବାକୁ ଯାଉଛନ୍ତି। ଅଷ୍ଟ୍ରେଲିଆର ଟେଷ୍ଟ ଓ ଦିନିକିଆ ଦଳର ଉପ ଅଧିନାୟକ ପାଟ କମିନ୍ସ ନିଜ ଦେଶ ଏବଂ ଦୁନିଆରେ ବର୍ଣ୍ଣ ବୈଷମ ଭେଦଭାବ ସମସ୍ୟାର ମୁକାବିଲା ପାଇଁ ଏହି ତରିକା ସବୁଠୁ ଶ୍ରେୟସ୍କର ବୋଲି କହିଛନ୍ତି।

କମିନ୍ସ  କହିଛନ୍ତି, ଆମେ ଖୋଲା ପାଦରେ ଗୋଲାକାର ଆକୃତ୍ତିରେ ଛିଡା ହେବାକୁ ନିଷ୍ପତ୍ତି ନେଇଛୁ। ଆମେ ପ୍ରତି ଶୃଙ୍ଖଳାର ଆରମ୍ଭରେ ଏମିତି କରିବୁ। ଏହା ଆମ ଦ୍ଵାରା ବହୁତ ସହଜ ନିର୍ଣ୍ଣୟ। ଏହା କେବଳ ଏକ ଖେଳ ଭାବନାକୁ ନେଇ ନୁହେଁ  ବରଂ ଆମେ ବର୍ଣ୍ଣ ବୈଷମର ଘୋର ବିରୋଧୀ। ଆମେ ଏତିକି କହି ପାରିବା ଯେ, ଅତୀତରେ ଆମେ ଏହା ବିରୋଧରେ ପର୍ଯ୍ୟାପ୍ତ ପ୍ରୟାସ କରି ନାହାନ୍ତି। ଆମେ ନିଜ ସ୍ତରରେ ଏହାକୁ ରୋକିବାକୁ ପ୍ରୟାସ କରି ପାରିବା। ଏହା ଏକ ଛୋଟ ପ୍ରୟାସ, ଯାହାକୁ ଆମେ ଭାରତ ବିପକ୍ଷ ଦିିନିକିଆ ଶୃଙ୍ଖଳାରୁ ଆରମ୍ଭ କରିବାକୁ ଯାଉଛୁ।

‘ଅଶ୍ଵେତ ଜୀବନରେ ବହୁତ ମହତ୍ଵ’ ରଖେ ଏହି ଆନ୍ଦୋଳନ ସମର୍ଥନରେ ଇଂଲଣ୍ଡ ଗସ୍ତରେ ଆସିଥିବା ଓ୍ଵେଷ୍ଟଇଣ୍ଡିଜର ମହାନ କ୍ରିକେଟ୍‌ର ମାଇକେଲ  ହୋଲଡିଂ ଅଷ୍ଟ୍ରେଲିଆ ଖେଳାଳିଙ୍କ ସମାଲୋଚନା କରିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.