ପ୍ରସବର ୧୦ ମିନିଟ୍ ପୂର୍ବରୁ ନିଜକୁ ପ୍ରେଗ୍ନାଣ୍ଟ ଫିଲ କଲେ ମଡେଲ, ସୋସାଲ ମିଡିଆରେ ସେୟାର କଲେ ଅନୁଭବ

Published By : Prameya-News7 Bureau | November 16, 2019 IST

୨୩ବର୍ଷ ବୟସ୍କା ଅଷ୍ଟ୍ରେଲିୟ ମଡେଲ ଏରିନ ଲେଙ୍ଗମେଡ୍ ଙ୍କ ଏକ ସୋସାଲ ମିଡିଆ ପୋଷ୍ଟ ଏବେ ଭାଇରାଲ ହେବାରେ ଲାଗିଛି। ଏହି ପୋଷ୍ଟରେ ସେ ମା ହୋଇଥିବାର ସୂଚନା ଦେଇଥିବା ବେଳେ ନବଜାତ ଶିଶୁ ସହ ତଙ୍କର ଫଟୋ ମଧ୍ୟ ସେୟାର କରିଛନ୍ତି। ତେବେ ସେ କମେଣ୍ଟରେ ଯାହା ଉଲ୍ଲେଖ କରିଛନ୍ତି ତାହା ହିଁ ହେଉଛି ଏବେ ଚର୍ଚ୍ଚାର ବିଷୟ। ସେ ପ୍ରେଗ୍ନାଣ୍ଟ ଥିବା ପ୍ରସବର ମାତ୍ର ୧୦ ମିନିଟ୍ ପୂର୍ବରୁ ଜାଣିବାକୁ ପାଇଥିଲେ। ଏଣୁ ବାଥରୁମରେ ହିଁ ସେ ଶିଶୁକୁ ପ୍ରସବ କରିଥିଲେ।

{"id":185277,"sizeSlug":"large"}

ପ୍ରସବ ପରେ ସେ ଶିଶୁ ସହ ହସ୍ପିଟାଲରେ ପହଞ୍ଚିଥିଲେ। ସେଠାରେ ଶିଶୁଟିର ଓଜନ ୮ ପାଉଣ୍ଡ ଥିବା ବେଳେ  ସୁସ୍ଥ ଥିବା ଡାକ୍ତର କହିଛନ୍ତି। ତେବେ ଏରିନ ଗର୍ଭନିରୋଧକର ପ୍ରୟୋଗ କରୁଥିଲେ ଓ ପ୍ରେଗ୍ନାନ୍ସୀ ଲାଗି ମହିଳାଙ୍କଠାରେ ଯେପରି ଶାରୀରିକ ପରିବର୍ତ୍ତନ ହୁଏ ତାହା ତାଙ୍କଠାରେ ଦେଖାଯାଇନଥିଲା। ଏପିରିକି ସେ ନିୟମିତ ସାଇଜ୍ ର ଡ୍ରେସ୍ ବି ପିନ୍ଧୁଥିଲେ। ତେବେ ସେ କିପରି ମା ହେଲେ ସେ ନେଇ ନିଜେ ମଧ୍ୟ ଆଶ୍ଚର୍ଯ୍ୟ।

{"id":185278,"sizeSlug":"large"}

ତେବେ ଡାକ୍ତର ପ୍ରାୟ ୨ ହଜାର ୫ଶହ ପ୍ରସୂତୀଙ୍କ ମଧ୍ୟରୁ ଏପରି ଜଣେଜଣେ ମହିଳା ଥାନ୍ତି ଯେଉଁମାନେ ପ୍ରେଗ୍ନେନାନ୍ସୀ ଜାଣିପାରିନଥାନ୍ତି ବୋଲି କହିଛନ୍ତି। ଏହାକୁ ବିଜ୍ଞାନ ଭାଷାରେ ଗୁପ୍ତ ଗର୍ଭାବସ୍ଥା ବୋଲି କୁହାଯାଏ। ତାହା ହିଁ ଏରିନଙ୍କ କ୍ଷେତ୍ରରେ ହୋଇଛି। ତେବେ ଶିଶୁକୁ ଜନ୍ମଦେବା ପରେ ଏରିନ ଏବେ ସମ୍ପୂର୍ଣ୍ଣ ସ୍ୱଭାବିକ ଅଛନ୍ତି। ଶିଶୁ ସହ ଏରିନ ତାଙ୍କ ବୟଫ୍ରେଣ୍ଡଙ୍କ ଫଟୋ ବି ସୋସାଲ ମିଡିଆରେ ସେୟାର କରିଛନ୍ତି। ଯାହାକୁ ପୋଷ୍ଟ ହେବା ପରଠାରୁ ଲୋକେ ଖୁବ୍ ସେୟାର କରିବାରେ ଲାଗିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.