Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବୈଠକ ପରେ ବୈଠକ କିନ୍ତୁ ଫଳ ଶୂନ ! ୧୯’ରେ ପୁଣି ଚାଷୀ-ସରକାର ଆଲୋଚନା
  • ||
  • ବରଗଡ଼: ବ୍ୟବସାୟୀଙ୍କ ଘରୁ ଲକ୍ଷାଧିକ ଟଙ୍କାର ସୁନା-ଗହଣା ଲୁଟ, ୩ ଲୁଟେରା ଗିରଫ
  • ||
  • ବ୍ରିସବେନ୍ ଟେଷ୍ଟ୍ : ପ୍ରଥମ ଦିନରେ ଲାବୁସେନଙ୍କ ଶତକ, କଙ୍ଗାରୁ ଟିମ୍ ୨୭୪/୫
  • ||
  • ଭୁବନେଶ୍ବର: ଗୁରୁତର-ଗର୍ଭବତୀ-ହସ୍ପିଟାଲରେ ଆଡମିଟ୍‌ ବ୍ୟକ୍ତିଙ୍କୁ ଦିଆଯିବ ନାହିଁ ଟିକା, ପରିବାର କଲ୍ୟାଣ ନିର୍ଦ୍ଦେଶକ ଡାକ୍ତର ବିଜୟ ପାଣିଗ୍ରାହୀ
  • ||
  • ଶ୍ରମିକମାନଙ୍କ ସହ ମିଶି ମାଟି ଖୋଳିଲେ ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକ
  • ||
  • ଭୁବନେଶ୍ବର : ରାଜ୍ୟରେ ଆଉ ଦୁଇ ଜଣ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୮୯୮ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ଚିଲିକାରେ ଆରମ୍ଭ ହୋଇଛି ଫ୍ଲୋରା ଫୋନା ସର୍ଭେ
  • ||
  • ଯାଜପୁର ଶିଶୁ ନିଖୋଜ ଘଟଣା: ନିଖୋଜ ପିହୁ ପରିବାରକୁ ଭେଟିଲେ ଏସ୍‌ପି ରାହୁଲ ପି.ଆର
  • ||
  • ନକଲି ସାମଗ୍ରୀର ପେଣ୍ଠସ୍ଥଳୀ ପାଲଟିଛି କଟକ, ପୁଣି ଅପମିଶ୍ରିତ ଗୁଣ୍ଡି ଜବତ
  • ||
  • ଗଞ୍ଜାମ: ଅଜଣା ଜନ୍ତୁ ଆତଙ୍କ, ଭୟଭୀତ ଅବସ୍ଥାରେ ସ୍ଥାନୀୟ ଲୋକେ
  • ||

ଘାରିଲାଣି ପରାଜୟ ଭୟ ! ଅଷ୍ଟ୍ରେଲିଆ ମିଡିଆର ନୂଆ ଚକ୍ରାନ୍ତ, କୋହଲି-ପାଣ୍ଡ୍ୟାଙ୍କୁ ନେଇ ଆସୁଛି ଏମିତି ବୟାନ

3/01/2021 at 6:34 PM

ନୂଆଦିଲ୍ଲୀ ୦୩/୦୧: ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ୪ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜ୍‌ର ତୃତୀୟ ମୁକାବିଲା ସିଡନୀରେ ହେବାକୁ ଅଛି। ଏହି ମ୍ୟାଚ୍‌ ପୂର୍ବରୁ ବଡ଼ ବିବାଦ ମୁଣ୍ଡ ଟେକିଛି । ନୂଆବର୍ଷ ଦିନ ରୋହିତ ଶର୍ମା, ରିଷଭ ପନ୍ତ, ଶୁଭମନ ଗିଲ, ପୃଥ୍ବୀ ସ ଓ ନବଦୀପ ସାଇନି ଏକ ରେଷ୍ଟୋରାଁରେ ଖାଇବାକୁ ଯାଇଥିଲେ। ଏହି ସମୟରେ ପନ୍ତଙ୍କୁ ଜଣେ ଫ୍ୟାନ ଆଲିଙ୍ଗନ କରିବା ଅଭିଯୋଗରେ ବିବାଦ ସୃଷ୍ଟି ହୋଇଛି।  ଏହା ପରେ କ୍ରିକେଟ ଅଷ୍ଟ୍ରେଲିଆ କରୋନା ନିୟମ ଭାଙ୍ଗିବା ଅଭିଯୋଗରେ ସେମାନଙ୍କୁ  କ୍ବାରେଣ୍ଟାଇନ୍‌ କରିଛି । ଏବେ ଏହାର ଯାଞ୍ଚ ଚାଲିଛି ଯେ ଖେଳାଳିମାନେ  କୋଭିଡ-୧୯ ପ୍ରୋଟୋକଲ୍‌ ଉଲ୍ଲଂଘନ କରିଛନ୍ତି କି ନାହିଁ। ଏହାରି ଭିତରେ ଅଷ୍ଟ୍ରେଲିଆ ମିଡିଆ ଟିମ୍‌ ଇଣ୍ଡିଆ ଖେଳାଳି ପୂର୍ବରୁ କରୋନା ନିୟମ ଉଲ୍ଲଂଘନ କରିଥିବା ନେଇ ଟ୍ବିଟ୍‌ କରିଛି।

ଅଷ୍ଟ୍ରେଲିଆର ବ୍ରଡ୍‌କାଷ୍ଟର୍ସ ଫକ୍ସ କ୍ରିକେଟ ପକ୍ଷରୁ ଏକ ଟ୍ବିଟ୍‌ରେ ଏହା କହିବାକୁ ଚେଷ୍ଟା କରାଯାଉଛି ଯେ, ଭାରତୀୟ ଖେଳାଳି ପୂର୍ବରୁ କରୋନା ନିୟମର ଧଜିଆ ଉଡ଼ାଇ ସାରିଛନ୍ତି। ଗତ ୭ ଡିସେମ୍ବରରେ ଭାରତୀୟ ଟିମ୍‌ର କ୍ୟାପ୍ଟେନ ବିରାଟ କୋହଲି ଓ ହାର୍ଦ୍ଦିକ ପାଣ୍ଡ୍ୟା ସିଡନୀର ଏକ ଦୋକାନରେ ଶପିଂ କରିବାକୁ ଯାଇଥିଲେ। ଦୋକାନର କର୍ମଚାରୀ କୋହଲି ଓ ପାଣ୍ଡ୍ୟାଙ୍କ ସହ ସେଲ୍ଫଂ ନେଉଥିବା ଦେଖିବାକୁ ମିଳିଥିଲା।

ଏହି ସମୟର ଫଟୋ ସୋସିଆଲ ମିଡିଆରେ ଭାଇରାଲ୍‌ ହେଉଥିଲା। ଏହା ପରେ ‘ଦ ସିଡନୀ ମର୍ଣ୍ଣିଂ ହେରାଲ୍ଡ’ ଓ ‘ଦ ଏଜ୍‌’ ଭଳି ଅଷ୍ଟ୍ରେଲିଆ ମିଡିଆ ଲେଖିଥିଲେ, ‘ଅତିଥି’ଙ୍କ ଦ୍ବାରା କରୋନା ନିୟମ ଉଲ୍ଲଂଘନ କରାଯାଇଛି । କୋହଲି ଓ ପାଣ୍ଡ୍ୟା ମାସ୍କ ପିନ୍ଧିବାର ଥିଲା। ପରେ ପରେ କୋହଲି ଓ ପାଣ୍ଡ୍ୟା ଭାରତ ଫେରିଥିଲେ। ବିରାଟ କୋହଲି ପତ୍ନୀ ଅନୁଷ୍କାଙ୍କ ପିଲା ଜନ୍ମ ପାଇଁ ଫେରିଥିବା ବେଳେ ପାଣ୍ଡ୍ୟା ଟେଷ୍ଟ ମ୍ୟାଚ୍‌ରେ ସାମିଲ ନଥିଲେ ବୋଲି ଭାରତ ଫେରିଆସିଥିଲେ।

   Related Posts