ଅଷ୍ଟ୍ରେଲିଆର ଆଇନ ଛାତ୍ରଛାତ୍ରୀ ପୋଲିସର କାମ ସମ୍ପର୍କରେ ବୁଝିଲେ କଟକର ଚାଉଳିଆଗଞ୍ଜ ଥାନାରେ

Published By : Prameya-News7 Bureau | February 15, 2019 IST

କଟକ ୧୫|୨: କଟକରେ ଅଷ୍ଟ୍ରେଲିଆର ଆଇନ ଛାତ୍ରଛାତ୍ରୀ। କମିଶନରେଟ ପୁଲିସର ଚାଉଳିଆଗଂଜ ଥାନା ପରିଦର୍ଶନ କରି ଓଡିଶା ଓ ଭାରତର ଆଇନଶୃଙ୍ଖଳା ପରିସ୍ଥିତି ସମ୍ପର୍କରେ ବୁଝିଲେ ଏକ ୭ଜଣିଆ ଟିମ୍। ବାର୍ତ୍ତାଳାପ ଭିତରେ ଅପରାଧ ନିୟନ୍ତ୍ରଣ ଓ ଅପରାଧୀ ଦମନ ନେଇ ଆଲୋଚନା ହୋଇଥିବା ବେଳେ ପୁଲିସର ଦାୟିତ୍ବ ଓ କର୍ତ୍ତବ୍ୟ ନେଇ ଅବଗତ ହୋଇଥିଲେ ଛାତ୍ରଛାତ୍ରୀ।

{"id":85539}

ଥାନା ଭିତରେ ଚାଲିଛି ବିଚାର ବିମର୍ଷ। ବୁଝୁଛନ୍ତି ଆଇନ ଛାତ୍ରଛାତ୍ରୀ, ବୁଝାଉଛନ୍ତି ଥାନା ଅଧିକାରୀ। କେଉଁ ମାମଲାକୁ କେମିତି ପରିଚାଳନା କରାଯାଏ। କେଉଁ ମାମଲାରେ କାହାର ପରାମର୍ଶ ନିଆଯାଏ। ସବୁ କଥା ବୁଝାଉଛନ୍ତି ଥାନା ଅଧିକାରୀ। ଖାଲି ସେତିକି ନୁହେଁ, ମାମଲାର ଗୁରୁତ୍ବ ଓ ପରିଚାଳନାର ଦିଗକୁ ବି କେମିତି ଧ୍ୟାନ ଦିଆଯିବ ତାହା ବି ବୁଝାଉଛନ୍ତି ପୁଲିସ ଅଧିକାରୀ।

{"id":85540}

ଥାନାରେ ଥାର୍ଡ ଡିଗ୍ରୀ ନୁହେଁ ବରଂ ପ୍ରଶ୍ନ ପରେ ପ୍ରଶ୍ନ ପଚାରି ଅଭିଯୁକ୍ତ ମୁହଁରୁ କେମିତି ସତ ବାହାର କରାଯାଏ ତାହାକୁ ଗୋଟି ଗୋଟି କରି ବୁଝାଉଛନ୍ତି କଟକ ଚାଉଳିଆଗଂଜ ଥାନା ଅଧିକାରୀ । ଅଷ୍ଟ୍ରେଲିଆର ସେଂଚୁରିଆନ ୟୁନିଭରସିଟିରୁ ୭ ଜଣିଆ ଆଇନ ଛାତ୍ରଛାତ୍ରୀ ଚାଉଳିଆଗଂଜ ଥାନାକୁ ଆସି ଥାନା ବାବୁଙ୍କ ସହ ଭାରତ ଓ ଖାସକରି ଓଡିଶାର ଆଇନ ବ୍ୟବସ୍ଥା ନେଇ ଆଲୋଚନା କରିଥିଲେ।

{"id":85541}

ଦିନକୁ ଦିନ ସାଇବର କ୍ରାଇମ ବଢ଼ୁଥିବା ବେଳେ ପୁଲିସ ପାଇଁ ଏହା ଅନେକ ସମୟରେ ଚ୍ୟାଲେଂଜ ସୃଷ୍ଟି କରୁଛି। ତେଣୁ ଏ ଦିଗରେ ଅଧିକ ଜାଣିବା ପାଇଁ ଆଗ୍ରହ ପ୍ରକାଶ କରିଥିଲେ ଛାତ୍ରଛାତ୍ରୀ। ତା ସହ ଅଷ୍ଟ୍ରେଲିଆ ଓ ଭାରତର ଆଇନ ବିଧି ବ୍ୟବସ୍ଥା ନେଇ ବି ଆଲୋଚନା ହୋଇଥିଲା ବୋଲି କହିଛନ୍ତି ଥାନା ଅଧିକାରୀ।

{"id":85542}

ଜାତୀୟ ଆଇନ ବିଶ୍ବ ବିଦ୍ୟାଳୟ ଜରିଆରେ ଓଡିଶାର ଥାନା ବୁଲି ଆଇନ ବ୍ୟବସ୍ଥା ସଂପର୍କରେ ଜାଣିଛନ୍ତି ଅଷ୍ଟ୍ରେଲିଆର ଛାତ୍ରଛାତ୍ରୀ। ଓଡିଶାର ଆଇନ ସଂପର୍କରେ ଛାତ୍ରଛାତ୍ରୀଙ୍କୁ ବୁଝାଇ ଖୁସିବ୍ୟକ୍ତ କରିଛନ୍ତି ଥାନା ଅଧିକାରୀ। ଉଭୟ ଦେଶର ଆଇନ ସଂପର୍କରେ ଆଲୋଚନାରେ ଅନେକ ଜାଣିବାକୁ ମିଳେ ବୋଲି ଉଭୟଙ୍କର ମତ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.